ଭିତରକନିକା-ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରୁଛି ‘ଦାନା’, ହବାଳିଖଟିରେ ବାତ୍ୟାର କେନ୍ଦ୍ର

Published By : Prameya-News7 Bureau | October 25, 2024 IST

ଭୁବନେଶ୍ୱର: ବାତ୍ୟା ‘ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି । ଭିତରକନିକା ଏବଂ ଧାମରା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରୁଛି ବାତ୍ୟା ଦାନା । ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଭିତରକନିକା ହବାଳିଖଟି ନେଚର କ୍ୟାମ୍ପ ନିକଟରେ ବାତ୍ୟାର କେନ୍ଦ୍ର ରହିଛି ।

ବାତ୍ୟା ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ ଏବଂ ଉତ୍ତର ଓଡିଶା ଉପକୂଳକୁ ଭିତରକନିକା ଏବଂ ଧାମରା ନିକଟ ଦେଇ ୧ ଘଣ୍ଟା ମଧ୍ୟରେ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୧୦୦-୧୧୦ କିଲୋମିଟର ଏବଂ ଝଟକା ପବନ ୧୨୦ କିଲୋମିଟର ରହିବ ।

ଆଇଏମଡିର ସୂଚନା ଅନୁସାରେ ବାତ୍ୟା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଛି ଏବଂ ୱାଲ୍ କ୍ଲାଉଡ୍ ସ୍ଥଳଭାଗରେ ପ୍ରବେଶ ଜାରି ରଖିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଜି ଅକ୍ଟୋବର ୨୫ ତାରିଖ ସକାଳ ଯାଏ ଜାରି ରହିବ ।

ବାତ୍ୟା ଦାନା ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ୍ ନ' ମୌଜା ଅଞ୍ଚଳରେ ରାସ୍ତାରେ ଗଛ ଭାଙ୍ଗି ପଡି ରାସ୍ତା ଅବରୋଧ ହୋଇଥିଲା l ଖବର ପାଇ ଓଡ୍ରାଫ୍ ଟିମ ତୁରନ୍ତ ଘଟଣା ସ୍ଥଳରେ ପହଂଚି କଟର ସାହାଯ୍ୟରେ ଗଛ କାଟି ରାସ୍ତା ସଫା କରିଛନ୍ତିl କେନ୍ଦ୍ରାପଡା ଜିଲାର ୯ଟି ବ୍ଲକର ୨୪୯ ଗୋଟି ପଞ୍ଚାୟତ ବାତ୍ୟା ଦ୍ଵାରା ପ୍ରଭାବିତ ହୋଇଛିl

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.