ଭୁବନେଶ୍ବରରେ ସ୍ଥିତି ସ୍ବାଭାବିକ ଥିବାରୁ ଚାଲିବ ବିମାନ

Published By : Prameya-News7 Bureau | October 25, 2024 IST

ଭୁବନେଶ୍ୱର ୨୫।୧୦ : ସକାଳ ୮ଟା ଉଡିବ ବିମାନ । ଭୁବନେଶ୍ୱର ବିମାନ ବନ୍ଦରରୁ ସକାଳ ୮ଟାରୁ ଉଡିବ ବିମାନ । ଭୁବନେଶ୍ୱରରେ ସ୍ଥିତି ସ୍ୱାଭାବିକ ଥିବାରୁ ବିମାନ ଚଳାଚଳ କରାଯିବ । ଭୁବନେଶ୍ୱର ବିମାନ ବନ୍ଦର କର୍ତ୍ତପକ୍ଷଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି । 

ଖବର ଅନୁଯାୟୀ,  ବାତ୍ୟା ‘ଦାନା’ର ପ୍ରଭାବକୁ ଦୃଷ୍ଟିରେ ରଖି ଗୁରୁବାର ଦିନ ଭୁବନେଶ୍ୱର ବିମାନବନ୍ଦରରୁ ସମସ୍ତ ବିମାନସେବା ବନ୍ଦ କରାଯାଇଥିଲା । ଗୁରୁବରା ରାତିରେ ଭିତରକନିକାର ହାବାଳିଖଟିରେ ବାତ୍ୟା ‘ଦାନା’ ଲ୍ୟାଣ୍ଡଫଲ୍‌ କରିଥିଲା । ଲ୍ୟାଣ୍ଡଫଲ ପରେ କିଛି ସ୍ଥାନକୁ ଛାଡି ବାକି ସମସ୍ତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ରହିଛି । ଖାସ୍‌ କରି ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ଦେଖିବାକୁ ମିଳିଛି । ତେବେ ବାତ୍ୟା ପରେ ସ୍ଥିତି ସ୍ବାଭାବିକ ଥିବାରୁ ବିମାନ ଚଳାଚଳା ପାଇଁ ନିଷ୍ପତ୍ତି ନିଆଯାଇଛି । ସକାଳ ୮ଟାରୁ ଭୁବନେଶ୍ୱର ବିମାନ ବନ୍ଦରରୁ ବିମାନ ଉଡିବା ପାଇଁ ସୂଚନା ଦିଆଯାଇଛି । 

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.