ଦୁନିଆର ସବୁଠାରୁ ବିପଜ୍ଜନକ ଟ୍ରେନ୍ ରୁଟ୍, ଯାତ୍ରା ବେଳେ ଥରି ଉଠେ ଛାତି…

Published By : Prameya-News7 Bureau | November 04, 2024 IST

ନୂଆଦିଲ୍ଲୀ ୦୪।୧୧: ଗୋଟିଏ ସହରରୁ ଅନ୍ୟ ସହରକୁ ଯିବା ପାଇଁ ସମସ୍ତେ ଟ୍ରେନରେ ଯାତ୍ରା କରିଥାନ୍ତି । କିନ୍ତୁ ଦୁନିଆରେ ଏପରି ଅନେକ ବିପଜ୍ଜନକ ଟ୍ରେନ୍ ରୁଟ୍ ରହିଛି, ଯେଉଁଥିରେ ଯିବା ସମୟରେ ଭୟରେ ହୃଦୟ ଥରି ଉଠିଥାଏ । 

ଏହି ଲିଷ୍ଟର ପ୍ରଥମରେ ରହିଛି ଇକ୍ବେଡୋର ଦେଶର ଟ୍ରେନ୍ ରୁଟ୍ । ଏହି ସ୍ଥାନର ଟ୍ରେନ୍ ରୁଟ୍ ଉଚ୍ଚ ପର୍ବତ ଦେଇ ଯାଇଥାଏ  । ଏହି ଟ୍ରେନ୍ ରୁଟ୍ର ନାଁ ହେଉଛନ୍ତି ଡେଭିଲ୍ ନୋଜ୍ ଟ୍ରେନ୍ ରୁଟ୍ । ଏହି ଯାତ୍ରା ସମୟରେ ଟ୍ରେନ୍ ଉଚ୍ଚ ଉଚ୍ଚ ପର୍ବତ ଦେଇ ଗତି କରିଥାଏ । ଯେଉଁଥିପାଇଁ ଡର ଆପେ ଆପେ ବଢିଯାଏ ।  

ଆଉ ଏକ ଟ୍ରେନ୍ରୁ ରହିଛି ଆଲାସ୍କା ଏବଂ କାନାଡା ମଧ୍ୟରେ । ଏହି ଟ୍ରେନ୍ ରୁଟ୍ ହ୍ବାଇଟ୍ ପାସ ଏବଂ ୟୁକ୍ରେନ୍ ରୁଟ୍ ରେଲଓ୍ବେ ଟ୍ରାକ୍ ୧୮୯୮ରେ ନିର୍ମିତ ହୋଇଥିଲା । ଏହି ରୁଟରେ ଟ୍ରେନ୍ ପାହାଡ ଏବଂ ସୁଡଙ୍ଗ ଦେଇ ଯାଇଥାଏ । ଏହା ଦେଖିବାକୁ ଯେତିକି ସୁନ୍ଦର ହୋଇଥାଏ ସେତିକି ବିପଦଜନକ ହୋଇଥାଏ । 

ଏହାପଛକୁ ରହିଛି ଥାଇଲ୍ୟାଣ୍ଡ ଏବଂ ମିଆଁମାର ମଧ୍ୟରେ ଥିବା ରେଲଓ୍ବେ ରୁଟ୍ । ଏହାର ନାଁ ହେଉଛି ଡେଥ୍ ରେଲଓ୍ବେ ।  ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନିର୍ମିତ ହୋଇଥିଲା । ଏହି ରୁଟରେ ଟ୍ରେନ୍ ଏକ ପତଳା ରାସ୍ତା ଦେଇ ଗତି କରିଥାଏ । ଏହାବ୍ୟତୀତ ଟ୍ରେନଗୁଡିକ ଘଞ୍ଚ ଜଙ୍ଗଲ ଏବଂ ଏକ ବିପଜ୍ଜନକ କାଠ ବ୍ରିଜ୍ ଦେଇ ଗତି କରିଥାଏ । ଯାହା ଉପରେ ଯିବା ବେଳେ ଯାତ୍ରୀଙ୍କର ହୃଦୟ ଭୟରେ ଥରିଉଠିଥାଏ । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.