ନୂଆଦିଲ୍ଲୀ ୦୨।୦୧: ତଟକା ପରିବାର ଋତୁ ହେଉଛି ଶୀତଋତୁ ।ଏହି ରୁତୁରେ ଅନେକ ପ୍ରକାରର ପରିବା ମିଳିଥାଏ । ଏଥିରୁ ଅନ୍ୟତମ ଗ୍ରୀନ ମଟର । ବିଗତ କିଛି ବର୍ଷ ମଧ୍ୟରେ ଗ୍ରୀନ୍ ମଟର ପ୍ରତି ଲୋକଙ୍କ ଡିମାଣ୍ଡ ବଢିଛି ।
ଗ୍ରୀନ୍ ମଟରର ତରକାରୀ , ପରଟା ଖାଇବା ପାଇଁ ପିଲାଙ୍କ ଭିତରେ ମଧ୍ୟ ଆଗ୍ରହ ବଢୁଛି । କିନ୍ତୁ ଜାଣନ୍ତି କି ସ୍ବାସ୍ଥ୍ୟ କେତେ ଉପକାରୀ ଗ୍ରୀନ୍ ମଟର । ପୋଷକ ତତ୍ତ୍ବର ଭଣ୍ଡାର ହେଉଛି ଗ୍ରୀନ୍ ମଟର । ଏଥିରେ ଭିଟାମିନ୍-ସି , ମ୍ୟାଗ୍ନେସିୟମ୍ , ପୋଟାସିୟମ୍ ଏବଂ କ୍ୟାଲସିୟମ୍ ଭଳି ପୋଷକ ତତ୍ତ୍ବ ମିଳିଥାଏ । ଯାହା ହୃଦୟକୁ ସୁସ୍ଥ ରଖିଥାଏ ।
ଏଥିରେ ଫାଇବରର ଗୁଣ ଥିବାରୁ କୋଲେଷ୍ଟ୍ରୋଲର ସ୍ତରକୁ ସାମାନ୍ୟ କରିଥାଏ । ଡାଇବେଟିସ୍ ରୋଗୀଙ୍କ ପାଇଁ ବହୁତ ଉପକାରୀ ଗ୍ରୀନ୍ ମଟର । ଏହା ସୁଗାରକୁ କଣ୍ଟ୍ରୋଲ୍ କରିଥାଏ । ଗ୍ରୀନ୍ ମଟର ହଜମ ଜନିତ ସମସ୍ୟାକୁ ବି କମ୍ କରେ ।
ପ୍ରତିଦିନ ମଟର ଖାଇବା ଦ୍ବାରା ଅନ୍ତନଳୀରେ ଭଲ ବ୍ୟାକ୍ଟେରିଆର ବିକାଶ ହୁଏ ଯାହାଦ୍ବାରା ପେଟଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହା ଶରୀରରେ ଆଇରନ୍ର ମାତ୍ରାକୁ ବଢାଇବାରେ ବେଶ୍ ସହାୟକ ହୋଇଥାଏ ।
ଏହା ଲାଲ୍ ରକ୍ତକଣିକା ତିଆରି କରିବାରେ ବେଶ୍ ସହାୟକ ହୋଇଥାଏ । ଏହା ଓଜନ କମାଇବାରେ ବେଶ୍ ପ୍ରଭାବଶାଳୀ ହୋଇଥାଏ । ଗ୍ରୀନ୍ ମଟରକୁ ଡାଏଟରେ ସାମିଲ୍ କରିପାରିବେ । ଯେଉଁଥିରେ ପ୍ରୋଟିନ୍ ପର୍ଯ୍ୟାପ୍ତ ମାତ୍ରାରେ ଥାଏ ।
ଏହାଛଡ଼ା ମଟରରେ ଆଇରନ୍ , ଫୋଲେଟ୍ , ଭିଟାମିନ୍ ଏ , ଫସଫରସ୍ ମଧ୍ୟ ଭରପୂର ମାତ୍ରାରେ ଥାଏ ଯାହା ମାଂସପେଶୀର ଶକ୍ତିକୁ ବଢାଇବାରେ ସହାୟକ ହୁଏ ।