ଫିଲପାଇନ୍ସ ମେୟୋନ୍‌ ଅଗ୍ନେୟ ଗିରିରେ ଉଦଗିରଣ, ୧୪ ହଜାର ଲୋକେ ବିସ୍ଥାପିତ

Published By : Prameya-News7 Bureau | June 13, 2023 IST

ମାନିଲା ୧୩।୬: ଫିଲପାଇନ୍ସ ଦରାଗା ଅଞ୍ଚଳରେ ଥିବା ମେୟୋନ ଆଗ୍ନେୟଗିରି ଗତ ୨ ଦିନ ହେଲା ଉଦଗିରଣ ହେଉଛି।  ୮ ହଜାର ୭୭ ଫୁଟ ଉଚ୍ଚ ଏହି ପାହାଡ ଗହ୍ୱରରୁ ଲଗାତାର ବିଷାକ୍ତ ବାସ୍ପ ଓ ଲାଭା ଉଦଗିରଣ ହେଉଛି। ଏଣୁ ପାହାଡ ଆଖପାଖରେ ବସବାସ କରୁଥିବା ୧୪ ହଜାର ଲୋକଙ୍କୁ ବିସ୍ଥାପିତ କରାଯାଇଛି। ଏବେ ଏହି ଲୋକେ କିଛି ମାସ ପାଇଁ ସେମାନଙ୍କ ଘରଠୁ ଦୂରରେ ରହିବେ। କାରଣ ଉଦଗିରଣ କେବେ ବନ୍ଦ ହେବ ସେ ନେଇ ବୈଜ୍ଞାନିକ ସଠିକ କିଛି କହି ପାରୁନାହାନ୍ତି।

{"id":802957,"width":840,"height":472,"sizeSlug":"full","linkDestination":"none"}

ଏବେ ଏହି ଲୋକେ ଘରଠୁ ଦୂରରେ କିଛି ମାସ ପର୍ଯ୍ୟନ୍ତ ସେଫ ହାଉସରେ ରହିବେ ବୋଲି ଅଧିକାରୀମାନେ ମଙ୍ଗଳବାର କହିଛନ୍ତି। ଅଗ୍ନି ଉଦଗିରଣ ଯୋଗୁ ଗତ ସପ୍ତାହରେ ଏଠାରେ ଭୂମିକମ୍ପ ଅନୁଭୂତ ହେବା ସହ ବଡ଼ ବଡ଼ ପଥର ପାହାଡରୁ ଖସିବାରେ ଲାଗିଥିଲା। ଏଣୁ ଅଞ୍ଚଳରେ ଆଲର୍ଟ ଜାରି କରିଦିଆଯାଇଥିଲା। ଅଗ୍ନେୟଗିରିରେ ଆରମ୍ଭ ହୋଇଥିବା ଉଦଗିରଣ କିଛି ମାସ ପର୍ଯ୍ୟନ୍ତ ଜାରି ରହିପାରେ ବୋଲି ବୈଜ୍ଞାନିକ କହିଛନ୍ତି।

{"id":802958,"sizeSlug":"full","linkDestination":"none"}

ଅଗ୍ନେୟାଗିରି ଓ ଭୂମିକମ୍ପ ବିଜ୍ଞାନ ଏଜେନ୍ସୀ ମୁଖ୍ୟ ଟେରେସିଟୋ ବାକୋଲକୋଲ ପାହାଡରେ ଲୋକେ ୬ କିଲୋମିଟର ଅଞ୍ଚଳରେ ରହୁଥିଲେ। ତେବେ ଉଦ୍ଧାର ହୋଇଥିବା ଲୋକଙ୍କ ସଂଖ୍ୟା ପାଖାପାଖି ୧୪ ହଜାର ବୋଲି ଏଜେନ୍ସୀ କହିଛି। ସେମାନଙ୍କୁ ସ୍କୁଲ ଓ କମ୍ୟୁନିଟି ସେଣ୍ଟରରେ ରଖା ଯାଇଛି। ତେବେ ଆଗ୍ନେୟଗିରିରୁ ଯେପରି ଲାଭା ନିର୍ଗତ ହେଉଛି ଏଥିରୁ ଆହୁରି ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇପାରେ ବୋଲି ଆଶଙ୍କା କରାଯାଉଛି। ଏଥି ପାଇଁ ଆଗ୍ନେୟଗିରିରୁ ଦୂରରେ ରହୁଥିବା ଲୋକଙ୍କୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଲୋକେ ଯେପରି ସେମାନଙ୍କ ଘରକୁ ଫେରି ନ ପାରନ୍ତି ରାସ୍ତାରେ ଚେକ ପଏଣ୍ଟ କରି ପୋଲିସ ମୁତୟନ କରାଯାଇଛି।

ଦଶ ବର୍ଷ ପରେ ପୁଣି ଥରେ UNESCOକୁ ଫେରିବ ଆମେରିକା, ଚୀନର ବଢୁଥିବା ପ୍ରଭାବକୁ ଦେଖି ନିଷ୍ପତ୍ତି; ପୈଠ କରିବ ୬୦ କୋଟି ଡଲାରର ବକେୟା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.