ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

Published By : Prameya-News7 Bureau | July 31, 2024 IST

ପଦ୍ମପୁର ୩୧: ହଷ୍ଟେଲ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ । ବରଗଡ ଜିଲ୍ଲା ପଦ୍ମପୁର ସହରର କଲେଜ ରୋଡ୍ ସ୍ଥିତ ଏକ ହଷ୍ଟେଲରେ ନାବାଳକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳୁଛି । 

ସୂଚନାଯୋଗ୍ୟ ଯେ, ପଦ୍ମପୁର ମେଲଛାମୁଣ୍ଡା ଥାନା ଝାଙ୍କରପାଲି ଗାଁର ଚୂଡାମଣି କୁମ୍ଭାରଙ୍କ ୧୪ ବର୍ଷ ବୟସ୍କ ପୁଅ ପ୍ରିନ୍ସ କୁମ୍ଭାର ହଷ୍ଟେଲରେ ରହି ପାଠ ପଢୁଥିଲେ । ମଙ୍ଗଳବାର ବିଳମ୍ବିତ ରାତିରେ ହଷ୍ଟେଲ ପାଇଖାନାରେ ତାଙ୍କୁ ଶରୀରର ହଷ୍ଟେଲ ଛାତରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ପଦ୍ମପୁର ଚିକିତ୍ସାଳୟକୁ ଅଣାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରୁଛନ୍ତି । 

You Can Read:

ପଡୋଶୀଙ୍କ ଟାଙ୍ଗିଆ ଚୋଟରେ ବୃଦ୍ଧାଙ୍କ ମୃତ୍ୟୁ, ଆକ୍ରମଣର କାରଣ ଅସ୍ପଷ୍ଟ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.