ଦିଲ୍ଲୀ ଏୟାରପୋର୍ଟ ଲଞ୍ଚ କଲେ ସେଲଫ୍-ସର୍ଭିସ୍ ବ୍ୟାଗେଜ୍ ସୁବିଧା, ଏବେ ସାମାନ ସହିତ ହେଉଛି ସୁପରଫାଷ୍ଟ ଚେକ୍-ଇନ୍

Published By : Prameya-News7 Bureau | June 18, 2024 IST

ନୂଆଦିଲ୍ଲୀ୧୮।୬:  ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟ (ଆଇଜିଆଇଏ) ଏବେ ତାଙ୍କର ନୂଆ ସେଲଫ-ସର୍ଭିସ୍ ବ୍ୟାଗେଜ୍ ଡ୍ରପ ସିଷ୍ଟମ ସହିତ ଦ୍ରୁତ ଚେକ୍-ଇନ ଅନୁଭବ ପ୍ରଦାନ କରୁଛନ୍ତି। ଏହି ନୂଆ ପ୍ରଣାଳୀ ଆଇଜିଆଇକୁ ଭାରତରେ ବିମାନ ବନ୍ଦର ଦକ୍ଷତା ମାମଲାରେ ସବୁଠୁ ଉନ୍ନତ କରିଛି। ଏହି ସୁବିଧା ସହିତ ଟୋରଣ୍ଟୋ ପରେ ଦିଲ୍ଲୀ ବିମାନବନ୍ଦର ବିଶ୍ୱର ଦ୍ୱିତୀୟ ଅତ୍ୟାଧୁନିକ ବିମାନବନ୍ଦରରେ ପରିଣତ  ହୋଇଛି।  

ଆଇଜିଆଇରେ ଏହି ସୁବିଧା ବର୍ତ୍ତମାନ ଲାଗି କେବଳ ଏୟାରଇଣ୍ଡିଆ, ଇଣ୍ଡିଗୋ ଓ ଏୟାରଇଣ୍ଡିଆ ଏକ୍ସପ୍ରେସ୍ ଯାତ୍ରୀଙ୍କ ନିମନ୍ତେ ଉପଲବ୍ଧ ହେଉଛି।  ଏହି ସୁବିଧାରେ ଯାତ୍ରୀ ପାରମ୍ପରିକ ଚେକ୍-ଇନ ଡେସ୍କକୁ ବାଇପାସ୍ କରି ସିଧା ଟର୍ମିନାଲ ୧ ଓ ୩ରେ ଥିବା ସେଲଫସର୍ଭିସ୍ ବ୍ୟାଗ ଡ୍ରପ (ଏସଏସବିଡି) ୟୁନିଟକୁ ଯାଇପାରିବେ। ଏସଏସବିଡି ୟୁନିଟ୍‌ ରେ ଯାତ୍ରୀ ତାଙ୍କ ବୋର୍ଡିଂ ପାସ୍ ସ୍କାନ କରିବେ ଅଥବା ପରିଚୟ ଲାଗି କ୍ୟାମେରାର ଉପଯୋଗ କରିବେ। 

ଏହା ପରେ ଯାତ୍ରୀ ସାଙ୍ଗରେ ଆଣିଥିବା ବ୍ୟାଗେଜକୁ କନଭେୟର ବେଲ୍ଟରେ ଛାଡି ବିମାନକୁ ଯାଇ ପାରିବେ। ଏଥିରେ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଯାତ୍ରୀ ‘କ୍ୱିକ୍‌ ଡ୍ରପ ସଲ୍ୟୁସନ’ ବାଛି ପାରିବେ। ଯାହାଦ୍ୱାରା  ଯାତ୍ରୀଙ୍କୁ ପୁଣିଥରେ ବୋର୍ଡିଂ ପାସ୍ ସ୍କାନ କରିବାକୁ ପଡିବ ନାହିଁ। ତେବେ ଯାତ୍ରୀଙ୍କୁ ଏ ସମ୍ପର୍କିତ ସମସ୍ତ ସୂଚନା ତାଙ୍କ ବ୍ୟାଗେଜରେ ଲାଗିଥିବା ଟ୍ୟାଗ୍‌ରେ ଦେଇଦିଆଯାଇଥାଏ। କ୍ୱିକ୍‌ ଡ୍ରପ ସହିତ ଚେକ୍‌-ଇନ ଏବେ ମାତ୍ର ୩୦ ସେକେଣ୍ଡରେ ହୋଇଯାଉଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.