ନୂଆଦିଲ୍ଲୀ ୮।୨: ଦିଲ୍ଲୀ ବିଧାନସଭା ନିର୍ବାଚନ -୨୦୨୫ ର ସମ୍ପୂର୍ଣ୍ଣ ଫଳାଫଳ ଆସିସାରିଲାଣି। ବର୍ତ୍ତମାନର ଫଳାଫଳ ଅନୁସାରେ ବିଜେପି ୪୮ଟି ସିଟ୍ରେ ଆଗରେ ଥିବା ବେଳେ ଶାସକ ଆପ୍ ୨୨ଟି ସିଟ୍ରେ ଆଗରେ ରହିଛି। ଅରବିନ୍ଦ କେଜରିୱାଲ ଓ ମନିଷ ସିସୋଦିଆଙ୍କ ପରାଜୟ ସମସ୍ତଙ୍କୁ ଚକିତ କରିଛି। ତେବେ ଆସନ୍ତୁ ଜାଣିବା ଦିଲ୍ଲୀର କେଉଁ ବିଧାନସଭା ଆସନରେ କିଏ ଜିତିଲେ ଓ କିଏ କେତେ ଭୋଟ ଅନ୍ତରରେ ହାରିଲେ ।
ଦିଲ୍ଲୀ ନରେଲାରେ ବିଜେପି ପ୍ରାର୍ଥୀ ରାଜକରଣ ଖତ୍ରୀ ଆପ ର ଶରଦ କୁମାରଙ୍କୁ ୬ହଜାର ୬୦୧ ଭୋଟରେ ପରାଜିତ କରିଛନ୍ତି। ସେହିପରି ତିମାରପୁରରେ ବିଜେପିର ସୂର୍ଯ୍ୟକୁମାର ଖତ୍ରୀ ଆପ୍ ର ସୁରେନ୍ଦ୍ର ପାଲ ବିଟ୍ଟୁଙ୍କୁ ୧ହଜାର ୧୬୮ଟି ଭୋଟରେ ହରାଇଛନ୍ତି। ଆଦର୍ଶନଗର ଆସନରେ ବିଜେପିର ରାଜକୁମାର ଭାଟିଆ ଆପ ର ମୁକେଶ କୁମାର ଗୋୟଲଙ୍କୁ ୧୧ ହଜାର ୪୮୨ ଭୋଟରେ ପରାଜିତ କରିଛନ୍ତି। ସେହିପରି ବାଦଲୀରେ ବିଜେପିର ଦୀପକ ଚୌଧୁରୀ ଆପର ଅଜେଶ ଯାଦବଙ୍କୁ ୧୫ ହଜାର ୧୬୩ ଭୋଟରେ ହରାଇଛନ୍ତି।
ରିଠାଲା ଆସନରେ ବିଜେପିର କୁଲବନ୍ତ ରାଣା ଆପର ମହିନ୍ଦର ଗୋୟଲଙ୍କୁ ୨୯ ହଜାର ୬୧୬ ଭୋଟରେ ପରାସ୍ତ କରିଛନ୍ତି। କିରାଡୀରେ ଆପ ର ଅନିଲ ଝା ବିଜେପିର ବଜରଙ୍ଗ ଶୁକ୍ଳଙ୍କୁ ୨୧ହଜାର ୮୭୧ ଭୋଟରେ ପରାସ୍ତ କରିଛନ୍ତି। ସୁଲତାନପୁର ମାଜରାରେ ଆପ ପ୍ରାର୍ଥୀ ମୁକେଶ କୁମାର ଅହଲାବତ ବିଜେପି ପ୍ରାର୍ଥୀ କରମ ସିଂହ କର୍ମାଙ୍କୁ ୧୭୧୨୬ ଭୋଟରେ ପରାସ୍ତ କରିଛନ୍ତି। ନାଙ୍ଗଲୋଇ ଜାଟ୍ ରେ ବିଜେପି ପ୍ରାର୍ଥୀ ମନୋଜ ସୌକିନ ଆପ ପ୍ରାର୍ଥୀ ରଘୁବିନ୍ଦର ସୌକିନଙ୍କୁ ୨୬ହଜାର ୪୩ଟି ଭୋଟରେ ପରାସ୍ତ କରିଛନ୍ତି।
ମଙ୍ଗୋଲପୁରୀରେ ବିଜେପିର ରାଜକୁମାର ଚୌହାନ ଆପ ପ୍ରାର୍ଥୀ ରାକେଶ ଜାଟବଙ୍କୁ ୬୨୫୫ ଭୋଟରେ ପରାସ୍ତ କରିଛନ୍ତି। ରୋହିଣୀରେ ବିଜେପିର ବିଜେନ୍ଦ୍ର ଗୁପ୍ତା ଆପର ପ୍ରଦୀପ ମିତ୍ତଲଙ୍କୁ ୩୭୮୧୬ ଭୋଟରେ ପରାସ୍ତ କରିଛନ୍ତି। ସାଲିମାର ବାଗରେ ବିଜେପିର ରେଖା ଗୁପ୍ତା ଆପର ବନ୍ଦନା କୁମାରୀଙ୍କୁ ୨୯୫୯୫ ଭୋଟରେ ପରାସ୍ତ କରିଛନ୍ତି। ଶକୁରବସ୍ତିରେ ବିଜେପିର କର୍ଣ୍ଣେଲ ସିଂହ ଆପର ସତ୍ୟେନ୍ଦ୍ର ଜୈନଙ୍କୁ ୨୦୯୯୮ ଭୋଟରେ ପରାସ୍ତ କରିଛନ୍ତି।
ଗାୟତ୍ରୀ ନଗରରେ ବିଜେପିର ତିଲକରାମ ଗୁପ୍ତା ଆପର ପ୍ରିତି ଜିତେନ୍ଦ୍ର ତୋମରଙ୍କୁ ୧୫୮୯୬ ଭୋଟରେ ହରାଇଛନ୍ତି। ବଜିରପୁରରେ ବିଜେପିର ପୁନମ ଶର୍ମା ଆପ୍ ର ରାଜେଶ ଗୁପ୍ତାଙ୍କୁ ୧୧୨୨୦ ଭୋଟରେ ହରାଇଛନ୍ତି। ମଡେଲ ଟାଉନରେ ବିଜେପିର ଅଶୋକ ଗୋୟଲ ଆପର ଅଖିଳେଶ ପତି ତ୍ରିପାଠୀଙ୍କୁ ୧୩୪୧୫ ଭୋଟରେ ପରାସ୍ତ କରିଛନ୍ତି। ସଦର ବଜାର ଆସନରେ ଆପ ପ୍ରାର୍ଥୀ ସୋମଦତ୍ତ ବିଜେପିର ମନୋଜ ଜିନ୍ଦଲଙ୍କୁ ୬୩୦୭ ଭୋଟରେ ପରାସ୍ତ କରିଛନ୍ତି। ଦିଲ୍ଲୀ ଚାନ୍ଦନୀଚୌକରେ ଆପର ପୁନରଦୀପ ସିଂହ ସାହାଣୀ ବିଜେପିର ସତୀଶ ଜୈନଙ୍କୁ ୧୬୫୭୨ ଭୋଟରେ ପରାସ୍ତ କରିଛନ୍ତି।
ମାଟିଆ ମହଲରେ ଆପ ପ୍ରାର୍ଥୀ ଆଲେ ମହମ୍ମଦ ଇକବାଲ ବିଜେପିର ଦୀପ୍ତି ଇନ୍ଦୋରାଙ୍କୁ ୪୨ହଜାର ୭୨୪ ଭୋଟରେ ହରାଇଛନ୍ତି। ବଲ୍ଲିମାରନ ଆସନରେ ଆପ ପ୍ରାର୍ଥୀ ଇମରାନ ହୁସୈନ ବିଜେପିର କମଲ ବାଗଡିଙ୍କୁ ୨୯ହଜାର ୮୨୩ ଭୋଟରେ ପରାସ୍ତ କରିଛନ୍ତି। କୋରଲବାଗ ଆସନରେ ଆପ ପ୍ରାର୍ଥୀ ବିଶେଷ ରବି ବିଜେପିର ଦୁଶ୍ୟନ୍ତ ଗୌତମଙ୍କୁ ୭୪୩୦ ଭୋଟରେ ପରାସ୍ତ କରିଛନ୍ତି। ପଟେଲନଗର ଆସନରେ ଆପର ପ୍ରବେଶ ରତନ ବିଜେପିର ରାଜକୁମାର ଆନନ୍ଦଙ୍କୁ ୪ହଜାର ୪୯ଟି ଭୋଟରେ ପରାସ୍ତ କରିଛନ୍ତି।
ମୋତି ନଗରରେ ବିଜେପିର ହରିଶ ଖୁରାନା ଆପ ର ଶିବଚରଣ ଗୋୟଲଙ୍କୁ ୧୧୬୫୭ ଭୋଟରେ ପରାସ୍ତ କରିଛନ୍ତି। ମାଦିପୁରରେ ବିଜେପି ପ୍ରାର୍ଥୀ କୈଳାଶ ଗଙ୍ଗୱାଲ ଆପର ରାଖି ବିଡଲାନଙ୍କୁ ୧୦୮୯୯ ଭୋଟରେ ହରାଇଛନ୍ତି। ରାଜୌରୀ ଗାର୍ଡନରେ ବିଜେପିର ମନଜିନ୍ଦର ସିଂହ ସିରସା ଆପର ଧନବତୀ ଚନ୍ଦେଲାଙ୍କୁ ୧୮୧୯୦ ଭୋଟରେ ପରାସ୍ତ କରିଛନ୍ତି। ହରିନଗରରେ ବିଜେପିର ଶ୍ୟାମ ଶାର୍ମା ଆପର ସୁରିନ୍ଦର କୁମାର ସେତିୟାଙ୍କୁ ୬୬୩୨ ଭୋଟରେ ପରାସ୍ତ କରିଛନ୍ତି।
ତିଲକନଗର ଆସନରେ ଆପର ଜର୍ଣ୍ଣେଲ ସିଂହ ବିଜେପିର ଶ୍ୱେତା ସୈନୀଙ୍କୁ ୧୧୬୫୬ ଭୋଟରେ ପରାସ୍ତ କରିଛନ୍ତି। ଜନକପୁରୀରେ ବିଜେପିର ଆଶିଷ ସୁଦ ଆପର ପ୍ରବୀଣ କୁମାରଙ୍କୁ ୧୮୭୬୬ ଭୋଟରେ ପରାସ୍ତ କରିଛନ୍ତି। ଉତ୍ତମ ନଗରରେ ବିଜେପିର ପବନ ଶର୍ମା ଆପର ପସ୍ ବାଲ୍ୟାନଙ୍କୁ ୨୦୨୯୧ ଭୋଟରେ ପରାସ୍ତ କରିଛନ୍ତି। ଦ୍ୱାରକାରେ ବିଜେପିର ପ୍ରଦ୍ୟୁମ୍ନ ସିଂହ ରାଜପୁତ ଆପ ର ବିନୟ ମିଶ୍ରଙ୍କୁ ୭୮୨୯ ଭୋଟରେ ପରାସ୍ତ କରିଛନ୍ତି।
ମଟିୟାଲାରେ ବିଜେପିର ସନ୍ଦୀପ ସେହେରାବତ ଆପର ସୋମେଶ ସୌକିନଙ୍କୁ ୧୫୭୧୩ ଭୋଟରେ ପରାସ୍ତ କରିଛନ୍ତି। ନଜଫଗଡ଼ରେ ବିଜେପିର ନିଲମ ପହଲବାନ ଆପର ତରୁଣ କୁମାରଙ୍କୁ ୨୮ ହଜାର ୩୪ ଭୋଟରେ ପରାସ୍ତ କରିଛନ୍ତି। ବିଜୱାସନରେ ବିଜେପିର କୈଳାଶ ଗହଲୋତ ଆପର ସୁରେନ୍ଦ୍ର ଭରଦ୍ୱାଜଙ୍କୁ ୧୧୨୭୬ ଭୋଟରେ ପରାସ୍ତ କରିଛନ୍ତି। ପାଲମରେ ବିଜେପିର କୂଲଦୀପ ସୋଲଙ୍କୀ ଆପ ର ଯୋଗୀନ୍ଦର ସୋଲଙ୍କୀଙ୍କୁ ୮୯୫୨ ଭୋଟରେ ପରାସ୍ତ କରିଛନ୍ତି।
ଦିଲ୍ଲୀ କେଣ୍ଟରେ ଆପ ପ୍ରାର୍ଥୀ ବୀରେନ୍ଦ୍ର ସିଂହ କାଦିୟାନ ବିଜେପିର ଭୁବନ ତମ୍ବରଙ୍କୁ ୨ହଜାର ୨୯ ଭୋଟରେ ପରାସ୍ତ କରିଛନ୍ତି। ରାଜେନ୍ଦ୍ର ନଗରରେ ବିଜେପିର ଉମଙ୍ଗ ବଜାଜ ଆପର ଦୁର୍ଗେଶ ପାଠକଙ୍କୁ ୧୨୩୧ ଭୋଟରେ ପରାସ୍ତ କରିଛନ୍ତି। ନୂଆଦିଲ୍ଲୀ ଆସନରେ ବିଜେପିର ପ୍ରବେଶ ବର୍ମା ଆପର ଅରବିନ୍ଦ କେଜରିୱାଲଙ୍କୁ ୪ହଜାର ୮୯ ଭୋଟରେ ପରାସ୍ତ କରିଛନ୍ତି। ଜଙ୍ଗପୁରାରେ ବିଜେପିର ସର୍ଦ୍ଦାର ତରବିନ୍ଦର ସିଂହ ମରବାହ ଆପର ମନିଷ ସିସୋଦିଆଙ୍କୁ ୬୭୫ଟି ଭୋଟରେ ପରାସ୍ତ କରିଛନ୍ତି।
କସ୍ତୁରବା ନଗରରୁ ବିଜେପିର ନିରଜ ବସୋୟା ଆପର ସୋମନାଥ ଭାରତୀଙ୍କୁ ୨୧୩୧ଟି ଭୋଟରେ ପରାସ୍ତ କରିଛନ୍ତି। ଆରକେପୁରମରେ ବିଜେପିର ଅନିଲ କୁମାର ଶର୍ମା ଆପ ର ପ୍ରମିଳା ଟୋକସଙ୍କୁ ୧୪୪୫୩ ଭୋଟରେ ପରାସ୍ତ କରିଛନ୍ତି। ମହରୌଲୀରେ ବିଜେପିର ଗଜେନ୍ଦ୍ର ସିଂହ ଯାଦବ ଆପର ମହେନ୍ଦ୍ର ଚୌଧୁରୀଙ୍କୁ ୧୭୮୨ ଭୋଟରେ ପରାସ୍ତ କରିଛନ୍ତି। ଛତରପୁରରେ ବିଜେପିର କରତାର ସିଂହ ତମ୍ବର ଆପର ବ୍ରହ୍ମ ସିଂହ ତମ୍ବରଙ୍କୁ ୬୨୩୯ ଭୋଟରେ ପରାସ୍ତ କରିଛନ୍ତି।
ଦେବଲୀରେ ଆପର ପ୍ରେମ ଚୌହାନ ଏଲଜେପିର ଦୀପକ ତମ୍ବରଙ୍କୁ ୩୬୬୮୦ ଭୋଟରେ ପରାସ୍ତ କରିଛନ୍ତି। ଆମ୍ବେଦକର ନଗରରୁ ଆପର ଅଜୟ ଦତ୍ତ ବିଜେପିର ଖୁଶୀରାମ ଚୁନାରଙ୍କୁ ୪୨୪୫ ଭୋଟରେ ପରାସ୍ତ କରିଛନ୍ତି। ସଙ୍ଗମ ବିହାରରେ ବିଜେପିର ଚନ୍ଦନ କୁମାର ଚୌଧୁରୀ ଆପର ଦିନେଶ ମୋହନିୟାଙ୍କୁ ୩୪୪ ଭୋଟରେ ପରାସ୍ତ କରିଛନ୍ତି। ଗ୍ରେଟର କୈଲାଶରେ ବିଜେପିର ଶିଖା ରାୟ ଆପର ସୌରଭ ଭରଦ୍ୱାଜଙ୍କୁ ୩୧୮୮ ଭୋଟରେ ପରାସ୍ତ କରିଛନ୍ତି। କାଲକାଜୀରୁ ଆପର ଆତିଶୀ ମାର୍ଲେନା ବିଜେପିର ରମେଶ ବିଧୁଡୀଙ୍କୁ ୩୦୮୦ ଭୋଟରେ ପରାସ୍ତ କରିଛନ୍ତି।