ଦିଲ୍ଲୀ ଦରବାର ପାଇଁ ଜୋରଦାର୍ ପ୍ରସ୍ତୁତି; ବିଶ୍ବ ଅତିଥିଙ୍କୁ ଖାଦ୍ୟ ପରସିବେ ୭ଶହ ସେଫ୍

Published By : Prameya-News7 Bureau | September 08, 2023 IST

ନୂଆଦିଲ୍ଲୀ: ଦିଲ୍ଲୀ ଦରବାର ପାଇଁ ଅନ୍ତିମ ପର୍ଯ୍ୟନ୍ତ ପ୍ରସ୍ତୁତି । ଝଲସୁଛି ରାଜଧାନୀ, ଆସୁଛନ୍ତି ବିଶ୍ବ ନେତା । ଇଟାଲୀ ପ୍ରଧାନମନ୍ତ୍ରୀ ଭାରତରେ ପହଞ୍ଚି ସାରିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପିଏମ୍ ଆଜି ପହଞ୍ଚିବେ । ଏମାନଙ୍କ ସ୍ବାଗତ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ପ୍ରଗତି ମୈଦାନର ଭାରତ ମଣ୍ଡପକୁ ଆସୁଥିବା ବିଶ୍ବ ଅତିଥିଙ୍କ ପାଇଁ ଭୋଜନ ଏବଂ ଆତିଥ୍ୟ ପାଇଁ ୭ଶହରୁ ଅଧିକ ରୋଷେୟା ନିୟୋଜିତ ହୋଇଛନ୍ତି । ବିଶ୍ବ ନେତାଙ୍କ ଖାଦ୍ୟ ମେନ୍ୟୁରେ ପାଇଁ ପ୍ରାୟ ୪୦୦ ପ୍ରକାରର ବ୍ୟଞ୍ଜନ ବ୍ୟବସ୍ଥା ହୋଇଛି । ବିଦେଶୀ ପ୍ରତିନିଧି ମଣ୍ଡଳୀଙ୍କୁ ଦେଶୀ ଖାଦ୍ୟ ସହିତ ବିଦେଶୀ ଖାଦ୍ୟ ପରସା ଯିବ । ଜି-୨୦ ସମ୍ମିଳନୀକୁ ଆସିଥିବା ନେତାଙ୍କ ଖାଦ୍ୟ ପ୍ରସ୍ତୁତି ବେଳେ ଫୁଡ୍ ସେଫ୍ଟି ଅଧିକାରୀ ନିରୀକ୍ଷଣ କରିବେ ।

wp:embed {"url":"https://www.prameyanews7.com/imf-managing-director-couldnt-stop-herself/","type":"wp-embed","providerNameSlug":"prameya-news-7"}
https://www.prameyanews7.com/imf-managing-director-couldnt-stop-herself/
/wp:embed

ଦିଲ୍ଲୀରେ ଜି-୨୦ ମହା-ସମ୍ମିଳନୀ ପାଇଁ ବିଶ୍ବ ନେତାଙ୍କ ଭିଡ଼ ଦେଖିବାକୁ ମିଳିଲାଣି । ରାଜଧାନୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଛକ ଛକରେ ଚେକିଂ ବ୍ଲକିଂ ଲାଗି ରହିଛି ।  ଅତିଥିଙ୍କୁ ଆତିଥ୍ୟ ପାଇଁ ପାଞ୍ଚ ତାରକା ହୋଟେଲର ଷ୍ଟାଫକୁ ନିୟୋଜିତ କରାଯାଇଛି ।  ସେହିପରି ଭାରତ ମଣ୍ଡପକୁ ଆସୁଥିବା ନେତାଙ୍କ ପାଇଁ ବ୍ରେକଫାଷ୍ଟ, ଲଞ୍ଚ, ହାଈ ଟି ଏବଂ ଡିନର ପ୍ରସ୍ତୁତି କରିବେ ଷ୍ଟାର୍ ହୋଟେଲର ସେଫ୍ ।

wp:embed {"url":"https://www.prameyanews7.com/g20-summit-2023-delhi-security-update-police-army-bomb-disposal-squads-traffic-diversion/","type":"wp-embed","providerNameSlug":"prameya-news-7"}
https://www.prameyanews7.com/g20-summit-2023-delhi-security-update-police-army-bomb-disposal-squads-traffic-diversion/
/wp:embed

ଭାରତ ମଣ୍ଡପ ଭିତରେ ଏକ ଲାଇଭ୍ କିଚେନ୍ ବ୍ୟବସ୍ଥା କରାଯାଇଛି । ସେହିପରି ବିଶ୍ବ ଅତିଥିଙ୍କୁ ଚାନ୍ଦି ପାତ୍ରରେ  ଖାଦ୍ୟ ପରସା ଯିବ । ବେଞ୍ଜନରେ ଭାରତୀୟ ଡିସ୍ ଏବଂ ପାରମ୍ପାରିକ ଖାଦ୍ୟ ରହିଛି । ମେନ୍ୟୁରେ କଟ୍ଟୁର ନୁଡୁଲ୍ସ, ରାଗିର ଡିମ୍ ସମ୍, ମିଲେଟ୍, ମିଲେଟ୍ ଭଳି ଖାଦ୍ୟ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.