ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଜୁଲାଇ ୫ରେ ବଡ଼ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିପାରେ। ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ପ୍ରମୁଖ ଶରଦ ପାଓ୍ଵାରଙ୍କ ପରେ ତାଙ୍କ ପୁତୁରା ଅଜିତ ପାଓ୍ଵାର ଜୁଲାଇ ୫ରେ ପାର୍ଟିର ସମସ୍ତ ପଦାଧିକାରୀଙ୍କ ବୈଠକ ଡକାଇଛନ୍ତି। ରୋଚକ କଥା ଅଜିତ ପାଓ୍ଵାର ସେହି ସମୟରେ ବୈଠକ ଡକାଇଛନ୍ତି ଯେଉଁ ସମୟରେ ଶରଦ ପାଓ୍ଵାର ପାର୍ଟି ପଦାଧିକାରୀଙ୍କୁ ଉପସ୍ଥିତ ହେବାକୁ କହିଛନ୍ତି।
ଏନସିପିରେ ଜାରି ସଙ୍କଟ ମଧ୍ୟରେ ନବନିଯୁକ୍ତ ଡେପୁଟୀ ମୁଖ୍ୟମନ୍ତ୍ରୀ ଅଜିତ ପାଓ୍ଵାର ସମସ୍ତ ଏନସିପି ବିଧାୟକ, ସାଂସଦ, ବିଧାନସଭା ପରିଷଦର ସଦସ୍ୟ, ଜିଲ୍ଲା ସଭାପତି ଏବଂ ରାଜ୍ୟ ପ୍ରତିନିଧିଙ୍କୁ ଜୁଲାଇ ୫ରେ ଏମଇଟି ବାନ୍ଦ୍ରାରେ ଏକ ବୈଠକ ଡକାଇଛନ୍ତି। ସେ କହିଛନ୍ତି, ବୈଠକରେ ସମସ୍ତେ ଉପସ୍ଥିତ ହେବା ଜରୁରୀ। ଅନ୍ୟପଟେ ଶରଦ ପାଓ୍ଵାର ମଧ୍ୟ ନିଜର ସମସ୍ତ ସଦସ୍ୟଙ୍କୁ ସେହି ଜୁଲାଇ ୫ରେ ଓ୍ଵାଇବି ଚହ୍ଵାନ ସଭାଗାରରେ ଡକାଇଛନ୍ତି। ଦେଖିବା ବାକି ରହିଲା ଦଳର ପଦାଧିକାରୀ ଏବଂ କାର୍ଯ୍ୟକାର୍ତ୍ତା କାହା ବୈଠକରେ ଯୋଗ ଦେଉଛନ୍ତି।
ଅଜିତ ପାଓ୍ଵାରଙ୍କ ସହିତ ଏନସିପିର ଅନେକ ନେତା ଏକନାଥ ସିନ୍ଦେ ସରକାରରେ ସାମିଲ୍ ହେବା ଶରଦ ପାଓ୍ଵାରଙ୍କୁ ବଡ଼ ଝଟକା ଦେଇଛି। ତେବେ ଘନିଷ୍ଠ ତଥା ଏନସିପିର ସଙ୍କଟମୋଚକ କୁହାଯାଉଥିବା ପ୍ରଫୁଲ ପଟେଲ ଅଜିତ ପାଓ୍ଵାରଙ୍କୁ ସମର୍ଥନ ଦେବା ପାଓ୍ଵାରଙ୍କୁ ବହୁତ ବାଧିଛି। ଏମିତି ଘଡ଼ିସନ୍ଧି ସମୟରେ ସ୍ଥିତି ବିଷୟରେ ଆଲୋଚନା ପାଇଁ ଜୁଲାଇ ୫ରେ ଅପରାହ୍ନା ୧ଟାରେ ମୁମ୍ବାଇରେ ବୈଠକ ଡକାଇଛନ୍ତି।
ଶରଦ ପାଓ୍ଵାରଙ୍କୁ ମିଳିଲା କାର୍ଯ୍ୟକର୍ତ୍ତାଙ୍କ ସମର୍ଥନ
ଏହା ବ୍ୟତୀତ ଏନସିପି ପୁଣେ ସହର କାର୍ଯ୍ୟ ସମିତି ମଙ୍ଗଳବାର ଏକ ବୈଠକ ଆୟୋଜିତ କରିଛନ୍ତି। ବୈଠକରେ ଏନସିପି ପ୍ରମୁଖ ଶରଦ ପାଓ୍ଵାରଙ୍କୁ ସମର୍ଥନ ଦେବା ପ୍ରସ୍ତାବ ଗୃହୀତ ହୋଇଛି। ବୈଠକରେ ପାର୍ଟିକୁ ଭାଙ୍ଗି ଉଦ୍ୟମ ନେଇ ବିଜେପିକୁ କଡ଼ା ଶବ୍ଦରେ ନିନ୍ଦା କରାଯାଇଛି। ଏହି ପ୍ରସ୍ତାବ ଏନସିପିର ବରିଷ୍ଠ ନେତା ଅଙ୍କୁଶ କାକଡ଼େ ଉପସ୍ଥାପନ କରିଥିଲେ, ଯାହାକୁ ଉପସ୍ଥିତ ସମସ୍ତ ସଦସ୍ୟ ସମର୍ଥନ କରିଥିଲେ। ବୈଠକରେ ଏନସିପି ସହର ପ୍ରମୁଖ ପ୍ରଶାନ୍ତ ଜଗତାପ, ପାର୍ଟିର ସମସ୍ତ ପଦାଧିକାରୀ ଏବଂ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
wp:heading {"level":4}