ବିନିକା ଗସ୍ତରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଲେ

Published By : Prameya-News7 Bureau | July 11, 2024 IST

ବିନିକା ୧୧: ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନ ଗସ୍ତ ପରେ ଆଗଲପୁର ଦେଇ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ  l ବଲାଙ୍ଗୀର ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମ ସାରି ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରୀପାଲି ମାର୍କେଟ ୱାର୍ଡ ଠାରେ ପ୍ରଥମେ ଏକ ବୈଠକରେ ଯୋଗଦେଇ ବିନିକାକୁ ଆସିଥିଲେ l ବିନିକା ଗସ୍ତରେ ଆସି ସହରର ଟାଉନ ହଲ୍ ଠାରେ ନାଗରିକ ସମ୍ବର୍ଦ୍ଧନ ସଭାରେ ଯୋଗ ଦେଇଥିଲେ l ବିଜେପି କର୍ମୀମାନେ ଟାଉନ ହଲ୍ ମୁଖ୍ୟ ରାସ୍ତା ଠାରେ ଉପମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ କରିବା ସହ ପୁଷ୍ପ ଗୁଚ୍ଛ ଦେଇ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନାରେ ସଭାକୁ ପାଛୋଟି ନେଇଥିଲେ l ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ହୋଇଥିବା ସମ୍ବର୍ଦ୍ଧନା ସଭାରେ ବଲାଙ୍ଗୀର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ବୀରମହାରାଜପୁର ବିଧାୟକ ଇଞ୍ଜିନିୟର ରଘୁନାଥ ଜଗଦଲାଙ୍କ ସହ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା ଏବଂ ବିଜେପି କର୍ମୀମାନେ ଉପସ୍ଥିତ ରହିଥିଲେ l ମଞ୍ଚରେ ଥିବା ସମସ୍ତ ଅତିଥି ମାନଙ୍କୁ ସଭାରେ ବିନିକା ଅଞ୍ଚଳବାସୀଙ୍କ ତରଫରୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନ ଦିଆଯିବା ସହ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଉପ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ସହ ଆଲୋଚନା କରାଯାଇଥିଲା l

ପୂର୍ବରୁ ସାରା ରାଜ୍ୟରେ ପିଏମ୍ କିସାନ ଯୋଜନାରେ କେବଳ ଗ୍ରାମାଞ୍ଚଳ ଲୋକେ ସାମିଲ ହେଉଥିଲେ l ଏବେ କିନ୍ତୁ ସାରା ରାଜ୍ୟର ଗ୍ରାମାଞ୍ଚଳ, ସହରାଞ୍ଚଳର ସମସ୍ତ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ କ୍ୟାବିନେଟ୍ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଉପମୁଖ୍ୟମନ୍ତ୍ରୀ କହିଥିଲେ l ଏହି ସମ୍ବର୍ଦ୍ଧନା ସଭାରେ ବିନିକା ଅଞ୍ଚଳର ଉପସ୍ଥିତ ଥିବା ସମସ୍ତଙ୍କୁ ଉପ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଥିଲେ l ଗତ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ବାଚନ ଇସ୍ତାହାରକୁ ରକ୍ଷା କରି ବୀରମହାରାଜପୁର ନିର୍ବାଚନ ମଣ୍ଡଳୀରେ ରଘୁନାଥ ଜଗଦଲାଙ୍କୁ ବିଜୟ କରି ଓଡିଶା ବିଧାନସଭାକୁ ପଠାଇଛନ୍ତି । ସେନେଇ ଧନ୍ୟବାଦ ଦେବା ସହ ଭାରତୀୟ ଜନତା ପାର୍ଟି ନିର୍ବାଚନ ସମୟରେ ଯାହା ସବୁ ନିର୍ବାଚନ ଇସ୍ତାହାର ଦେଇଥିଲା ତାହା ସବୁ ଆଗାମୀ ଦିନରେ ପୂରଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ କହିଛନ୍ତି l 


You Can Read:

ଭଜନ ଗାଇ ଜଗନ୍ନାଥକୁ କରୁଥିଲେ ଗୁହାରୀ, ହଠାତ୍ ଚାଲିଗଲା ଜୀବନ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.