ପାରୋଲ ଅବଧି ସରିବା ପରେ ଜେଲ୍‌କୁ ଫେରିଲା ଡେରା ସଚ୍ଚା ସୌଦା ମୁଖ୍ୟ ରାମ ରହିମ

Published By : Prameya-News7 Bureau | August 20, 2023 IST

ନୂଆଦିଲ୍ଲୀ: ମାସକର ପାରୋଲ ଅବଧି ଶେଷ ହେବା ପରେ ରବିବାର(ଅଗଷ୍ଟ ୨୦) ପୁଣିଥରେ ରୋହତକର ସୁନାରିଆ ଜେଲକୁ ଫେରିଲା ଦୁଷ୍କର୍ମ ଓ ହତ୍ୟା ଦୋଷୀ ଡେରା ସଚ୍ଚା ସୌଦାମ ମୁଖ୍ୟ ଗୁରମିତ ରାମ ରହିମ। ରୋହତକର ଜଣେ ପୋଲିସ ଅଧିକାରୀ ରାମ ରହିମର ଫେରିବା ନେଇ ସୂଚନା ଦେଇଛନ୍ତି। ସେ ଅପରାହ୍ନରେ ସୁନାରିଆ ଜେଲକୁ ଫେରିଛନ୍ତି ବୋଲି ପୁଲିସ ଅଧିକାରୀ କହିଛନ୍ତି।

ଗତ ମାସରେ କୋର୍ଟରୁ ପାରୋଲ ମଞ୍ଜୁର ହେବା ପରେ ରାମ ରହିମ ସୁନାରିଆ ଜେଲ୍‌ରୁ ବାହାରି ଉତ୍ତରପ୍ରଦେଶର ବାଗପତ ଜିଲ୍ଲା ବର୍ଣ୍ଣାୱାରେ ଥିବା ଡେରା ସଚ୍ଚା ସୌଦା ଆଶ୍ରମକୁ ଯାଇଥିଲା। ସୂଚନା ଥାଉକି ରାମରହିମକୁ ଅଗଷ୍ଟ ୧୫ ତାରିଖରେ ୫୬ ବର୍ଷ ପୂରିଛି। ଏହି ଆତ୍ମଘୋଷିତ ବାବା ହତ୍ୟା ଓ ଦୁଇ ଅନ୍ତେବାସୀ ମହିଳାଙ୍କ ଦୁଷ୍କର୍ମ ଅଭିଯୋଗରେ ୨୦ ବର୍ଷ ଜେଲ୍ ଦଣ୍ଡ ସଜା କାଟୁଛି।

ଏତେ ବର୍ଷ ଜେଲ୍ ଦଣ୍ଡ ମିଳିଥିଲେ ବି ରାମ ରହିମ ଏମିତି ଅନେକ ସମୟରେ ପାରୋଲ୍‌ରେ ଆସି ଆଶ୍ରମ ଯାଉଛି। ପ୍ରବଚନ ଦେଉଛି। ଆଉ କଣ୍ଟ ସରିଗଲେ ପୁଣିଥରେ ଜେଲ୍‌କୁ ଫେରିଯାଉଛି। ହରିଆଣା ସରକାରଙ୍କର ରାମରହିମ ପ୍ରତି ଏତେ ଅନୁକମ୍ପା ନେଇ ଅନେକ ସମୟରେ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। ହେଲେ ତଥାପି ସରକାର ଏଭଳି ଅପରାଧିକୁ ବାରମ୍ବାର ପାରୋଲରେ ଆସିବାକୁ ଅନୁମତି ଦେଉଛନ୍ତି। ଏହା ପୂର୍ବରୁ ଚଳିତ ବର୍ଷ ଜାନୁଆରୀ ଓ ଗତ ବର୍ଷ ଅକ୍ଟୋବର ମାସରେ ରାମ ରହିମଙ୍କୁ ୪୦ ଦିନର ପାରୋଲ ସମୟ ମିଳିଥିଲା। ଅକ୍ଟୋବର ପାରୋଲ ପୂର୍ବରୁ ସେ ଗତ ବର୍ଷ ଜୁନ୍ ମାସରେ ଏକ ମାସ ପାରୋଲରେ ଜେଲରୁ ବାହାରିଥିଲା। ଏତଦ୍ ବ୍ୟତୀତ ୨୦୨୨ ଫେବୃଆରୀ ୭ ତାରିଖରେ ତାଙ୍କୁ ତିନି ସପ୍ତାହ ପାଇଁ ଛୁଟି ଦିଆଯାଇଥିଲା।

 ୨୦୨୧ ମସିହାରେ ଡେରା ମୁଖ୍ୟ, ଅନ୍ୟ ଚାରିଜଣଙ୍କ ସହ ଡେରା ମ୍ୟାନେଜର ରଞ୍ଜିତ ସିଂଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର କରି ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହା ବାଦ ୧୬ ବର୍ଷ ତଳେ ଜଣେ ସାମ୍ବାଦିକଙ୍କ ହତ୍ୟା ମାମଲାରେ ୨୦୧୯ରେ ଡେରା ମୁଖ୍ୟ ଏବଂ ଅନ୍ୟ ତିନିଜଣ ଦୋଷୀ ସାବ୍ୟସ୍ତ ହୋଇଥିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.