ଇଂରାଜୀ ନୂଆବର୍ଷରେ ଫୁଲତୋଡ଼ା ଓ ଉପହାରକୁ ଜିଲ୍ଲାପାଳଙ୍କ ନା

Published By : Prameya-News7 Bureau | December 30, 2024 IST

ଭଦ୍ରକ ୩୦।୧୨ : ଆସୁଛି ଇଂରାଜୀ ନୂଆବର୍ଷ । କିନ୍ତୁ ଏଥର ଶୁଭେଚ୍ଛା ବେଳେ ଫୁଲ୍‌ ତୋଡ଼ା ଓ ଉପହାରକୁ ନା କରିଛନ୍ତି ଜିଲ୍ଲାପାଳ । ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାଏ ଏମିତି କିଛି ନିର୍ଦ୍ଦେଶ ଦେଇଛନ୍ତି । 

ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ମନମୋହନ ସିଂଙ୍କ ବିୟୋଗ ପାଇଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଛି। ଏହି ରାଷ୍ଟ୍ରୀୟ ଶୋକକୁ ସମ୍ମାନ ପ୍ରଦର୍ଶନ ପୂର୍ବକ ଇଂରାଜୀ ନୂଆ ବର୍ଷ ଉପଲକ୍ଷେ କୌଣସି ଫୁଲତୋଡ଼ା ବା ଉପହାର ଭଦ୍ରକ ଜିଲ୍ଲାପାଳଙ୍କୁ ପ୍ରଦାନ ନକରିବାକୁ ଜିଲ୍ଲାପାଳ ନିବେଦନ କରିଛନ୍ତି। ସମସ୍ତ ସରକାରୀ ଅଧିକାରୀ, ସରକାରୀ କର୍ମଚାରୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି, ଏପରିକି ସମସ୍ତ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.