ଭଦ୍ରକ ୩୧।୧୨: ଦୀର୍ଘ ଦିନ ହେବ ଜବରଦଖଲ ହୋଇଥିଲା ନଦୀ ଘାଟ । ଗ୍ରାମବାସୀଙ୍କ ପାଇଁ ବ୍ୟବହାର ହୋଇପାରିନଥିଲା ନଦୀ ଘାଟ । ଦୀର୍ଘ ଦିନର ଅସୁବିଧା ପରେ ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ଗ୍ରାମବାସୀ । ଶେଷରେ ଆରମ୍ଭ ହୋଇଛି ମାପଚୁପ । ଭଦ୍ରକ ଜିଲ୍ଲା ଭଦ୍ରକ ପୌରପାଳିକା ୧୫ ନମ୍ୱର ୱାର୍ଡ କୁଆଁଶ ଠାରେ ଥିବା ସାଳନ୍ଦୀ ନଦୀର ଡଗରାସାହି ଘାଟକୁ ଦୀର୍ଘ ଦିନ ହେବ କେତେକ ଲୋକ ଜବରଦଖଲ କରି ଘର ତିଆରି କରିଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ପ୍ରଶାସନ ତରଫରୁ ମାପଚୁପ ଆରମ୍ଭ ହୋଇଛି । ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ତହସିଲ କର୍ମଚାରୀ ମାପ କରି ଜବରଦଖଲ ହୋଇଥିବା ସ୍ଥାନକୁ ବାହାର କରିଛନ୍ତି । ଖୁବ୍ଶୀଘ୍ର ଜବରଦଖଲ ଉଚ୍ଛେଦ ହେବା ପରେ ଘାଟକୁ ସର୍ବସାଧାରଣଙ୍କ ପାଇଁ ବ୍ୟବହାର ଯୋଗ୍ୟ ହେବ ବୋଲି ସୂଚନା ମିଳିଛି ।
You Can Read:
ମହିଳା କର୍ମଚାରୀଙ୍କୁ ବ୍ଲକ କାର୍ଯ୍ୟାଳୟ ଭିତରେ ମାରିଦେବାକୁ ଧମକ : କଲମ ଛାଡ ଆନ୍ଦୋଳନକୁ ଓହ୍ଲାଇଲେ ବ୍ଲକ୍ କର୍ମଚାରୀ