କଟକ ୨୮।୦୨ : ମହିଳା ଡାକ୍ତରଙ୍କ ଆତ୍ମହତ୍ୟା । କଟକ ଦରଘାବଜାର ଅଞ୍ଚଳରେ ଥିବା ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି । ଝୁଲନ୍ତା ଅବସ୍ଥାରେ ଘରୁ ଭିତରୁ ମିଳିଛି ଡାକ୍ତରଙ୍କୁ ମୃତଦେହ । ବର୍ତ୍ତମାନ ଯାଏଁ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି ।
ଖବର ଅନୁଯାୟୀ, ଦରଘାବଜାର ଅଞ୍ଚଳରେ ଅଳକା ରଥ ତାଙ୍କ ପରିବାର ସହ ରୁହନ୍ତି । ଦୀର୍ଘ ଦିନ ହେବ ସେ ମାନସିକ ଅଶାନ୍ତିରେ ରହିଥିଲେ । ଶୁକ୍ରବାର ସକାଳୁ ଘରେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏହା ଦେଖି ପରିବାର ଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ଦରଘାବଜାର ପୋଲିସ ପହଞ୍ଚିଛି । ସେଠାରେ ପହଞ୍ଚି ମହିଳାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ । ମାନସିକ ଅଶାନ୍ତି ଯୋଗୁଁ ସେ ଆତ୍ମହତ୍ୟା କରିଥିବା ନେଇ ପୋଲିସ ସନ୍ଦେହ କରୁଛି । ସେପଟେ ଆତ୍ମହତ୍ୟା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆବଶ୍ୟକ ପଡିଲେ ମଧ୍ୟ ସାଇଣ୍ଟିଫିକ୍ ଟିମ୍ର ସହଯୋଗ ମଧ୍ୟ ନେଇପାରେ ପୋଲିସ ।