ନୂଆଦିଲ୍ଲୀ ୨୦।୧୨: ରାକ୍ଷାସ ସ୍ବାମୀ । ସ୍ତ୍ରୀକୁ ଦଶନ୍ଧି ଧରି ୫୦ ପୁରୁଷଙ୍କ ଦ୍ବାରା କରାଉଥିଲା ଦୁଷ୍କର୍ମ । ଏବେ କାଳକୋଠରୀରେ କଟିବ ଜୀବନ । ଫ୍ରାନ୍ସ ସରକାର ଦେଲେ ୨୦ ବର୍ଷର ଦଣ୍ଡ। ୭୨ ବର୍ଷିୟ ଡୋମିନିକ୍ ପୋଲିକାଣ୍ଟଙ୍କୁ ଫ୍ରାନ୍ସ ଅଦାଲତ ଶୁଣାଇଛନ୍ତି ୨୦ ବର୍ଷର ଦଣ୍ଡ । ସେ ପତ୍ନୀଙ୍କୁ ନିଶାଦ୍ରବ୍ୟ ଖୁଆଇବା ପରେ ଇଣ୍ଟରନେଟ ମାଧ୍ୟମରେ ଗ୍ରାହକ ଯୋଗାଡ଼ କରୁଥିଲେ ଏବଂ ସେମାନଙ୍କୁ ନିଜ ଘରକୁ ଡାକି କରାଇଥିଲେ ବଳାତ୍କାର । ସେ ଏପରି କାଣ୍ଡ ୧୦ ବର୍ଷ ଧରି କରୁଥିଲେ । ଏଥିରେ ଅନ୍ୟ ୫୦ ଜଣ ପୁରୁଷ ମଧ୍ୟ ସାମିଲ ହୋଇଥିଲେ । ଯେଉଁମାନେ ବିଭିନ୍ନ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏମାନଙ୍କୁ ମଧ୍ୟ କୋର୍ଟ ୨୦ ବର୍ଷ ଲେଖାଏ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି ।
ଫ୍ରାନ୍ସର ଏବିଗ୍ନନ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୭୨ ବର୍ଷୀୟ ଅଭିଯୁକ୍ତ ସ୍ୱାମୀଙ୍କ ନାମ ଡୋମିନିକ ପୋଲିକୋଟ । ତାଙ୍କ ପତ୍ନୀ ଗିଜେଲ ପେଲିକୋଟଙ୍କ ସହ ୯୧ଟି ବଳାତ୍କାର ମାମଲା ସାମ୍ନାକୁ ଆସିଥିଲା । ସେଥିରେ ୭୨ ଜଣଙ୍କୁ ଚିହ୍ନଟ କରାଯିବା ପରେ ଗିରଫ କରାଯାଇଥିଲା । ସେମାନଙ୍କ ମଧ୍ୟରୁ ୫୦ ଜଣଙ୍କୁ ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା । ଜଣେ ଅଭିଯୁକ୍ତ ଏଭଳି ଘଟଣା ପାଇଁ ଗିଜେଲଙ୍କୁ କ୍ଷମା ମାଗିଥିଲେ । ତାଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ମାମଲାର ବିଚାର ହୋଇଥିଲା ।
୨୦୧୧ରୁ ୨୦୨୦ ମଧ୍ୟରେ ଦୀର୍ଘ ୧୦ ବର୍ଷ ଧରି ଏଭଳି ବଳାତ୍କାର ଘଟଣା ଘଟିଥିଲା । ଅଭିଯୁକ୍ତ ସ୍ୱାମୀ ଡୋମିନିକ୍ ପତ୍ନୀଙ୍କୁ ଖାଦ୍ୟ ସାମଗ୍ରୀରେ ଅଧିକ ମାତ୍ରାରେ ନିଶା ଦେଉଥିଲେ । ଯାହାଫଳରେ କି ଅପରାଧ ହେଉଥିବା ସମ୍ପର୍କରେ ସେ କିଛି ଜାଣିପାରୁ ନଥିଲେ । ଏପରିକି ପତ୍ନୀଙ୍କୁ ଅଜଣା ବ୍ୟକ୍ତି ବଳାତ୍କାର କରୁଥିବାର ଭିଡିଓ ମଧ୍ୟ ସେ କରୁଥିଲେ । ୨୦୨୦ ସେପ୍ଟେମ୍ବରରେ ଏକ ସପିଂ ମଲରେ ଡୋମିନିକ୍ ଗୋପନରେ ମହିଳାଙ୍କ ଭିଡିଓ ପ୍ରସ୍ତୁତ କରୁଥିବା ବେଳେ ଧରାପଡିଥିଲେ । ତାଙ୍କ କମ୍ପ୍ୟୁଟର ଯାଞ୍ଚ କରିବା ପରେ ପତ୍ନୀଙ୍କ ବଳାତ୍କାରର ଭିଡିଓ ମିଳିଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇଥିଲା ।