ମୁମ୍ୱାଇ ୧୩/୦୧: ଆମେରିକାରେ ଚମକିବ ଭାରତୀୟ ପରମ୍ପରା । ବିଶ୍ୱ ଦେଖିବ ଭାରତର ପରମ୍ପରା । କାରଣ ଜାନୁଆରୀ ୨୦ ତାରିଖରେ ଆମେରିକାର ରାଷ୍ଟ୍ରପତି ଭାବରେ ଶପଥ ନେବେ ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦ୍ୱିତୀୟ ଥର ଲାଗି ଟ୍ରମ୍ପ ଶପଥ ନେଉଥିବା କାରଣରୁ ଜୋରଦାର ପ୍ରସ୍ତୁତି ଚାଲିଛି । ତେବେ ଏଥର କିନ୍ତୁ ଆମେରିକାରେ ଭାଙ୍ଗିବ ୨୪୮ ବର୍ଷର ପରମ୍ପରା । ଯାହା କେବେ ସେମିତି ଘଟିନଥିଲା, ସେଠି ସେମିତି କିଛି ଘଟିବାକୁ ଯାଉଛି ।
ଅର୍ଥାତ୍ ଶପଥ ସମାରୋହରେ ଆମେରିକା ବାସୀ ଦେଖିବେ କିଛି ନୂଆ ଜିନିଷ । ଶପଥ ପାଇଁ ମେଗା ଇଭେଣ୍ଟର ଆୟୋଜନ କରାଯାଉଛି । ତେବେ ଏଥର ପରମ୍ପରାରରୁ ଉପରକୁ ଉଠି କିଛି ନୂଆ ତଥା ସ୍ମରଣୀୟ କରିବାକୁ ଚାହୁଁଛନ୍ତି ଟ୍ରମ୍ପ । ଏହି ଭବ୍ୟ ସମାରୋହରେ ସାମିଲ ହେବେ ଚୀନର ରାଷ୍ଟ୍ରପତି ଜିନିପିଙ୍ଗ ସହ ଅନେକ ରାଷ୍ଟ୍ରର ମୁଖ୍ୟ । ନିଜେ ଟ୍ରମ୍ପ ଗୋଟି ଗୋଟି କରି ନିମନ୍ତ୍ରଣପତ୍ର ପଠାଇଛନ୍ତି । କେବଳ ଚୀନ ରାଷ୍ଟ୍ରପତି ନୁହଁନ୍ତି ବରଂ ଅନେକ ମାନ୍ୟଗଣ୍ୟ ଅତିଥିଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି ।
ସ୍ଥିତି ଏମିତି ହୋଇଛି କି ଯେଉଁମାନେ କୋଟି କୋଟି ଟଙ୍କା ଡୋନେସନ୍ କରିଛନ୍ତି ସେମାନଙ୍କ ଲାଗି ବି ପାସ୍ ନାହିଁ । ଶପଥଗ୍ରହଣ ବହୁ ପୂର୍ବରୁ ଭିଆଇପି ପାସ ମଧ୍ୟ ନାହିଁ । ତେଣୁ ଏହି ମେଗା ଇଭେଣ୍ଟରେ ଅନେକଙ୍କ ସାମିଲ ହେବାକୁ ଇଚ୍ଛା ଥିଲେ ବି ସୁଯୋଗ ମିଳିନି । ତେବେ ଏଥର ନୂଆକରି ଆମେରିକା ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବରେ ଭାରତୀୟ ବ୍ୟାଣ୍ଡ ବାଜିବ । ଆଉ ପୁରା ବିଶ୍ୱର ନେତା ଦେଖିବେ ଭାରତର ଐତିହ୍ୟ ଓ ପରମ୍ପରା ।
ପୂର୍ବରୁ ବି ମୋଦି-ଟ୍ରମ୍ପଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲେ । କାରଣ ଏକ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଟ୍ରମ୍ପ କହିଥିଲେ, ମୋଦି ମୋର ଜଣେ ଅତି ଭଲବନ୍ଧୁ । ତାଙ୍କୁ ଦେଖିବାକୁ ହାଉଡି ମୋଦି କାର୍ଯ୍ୟକ୍ରମରେ ଯେତିକି ଲୋକ ହୋଇଥିଲେ ସେତିକି ବୋଧହୁଏ ମୋ ପାଇଁ ହୋଇନଥିଲେ । ଚମତ୍କାରିତା ବ୍ୟକ୍ତିତ୍ବ ମୋଦିଙ୍କର ରହିଛି । ଏ ସବୁ କଥା ଦେଖିଲେ ଟ୍ରମ୍ପ ଓ ମୋଦିଙ୍କ ସମ୍ପର୍କ କେମିତି ତାହା ଭଲରେ ବୁଝାପଡ଼େ । ଏବେ ଶପଥ ସମାରୋହରେ ଭାରତୀୟ ବ୍ୟାଣ୍ଡ ବାଜିବାକୁ ନେଇ ଭାରତ-ଆମେରିକା ସମ୍ପର୍କ କେତେ ମଜବୁତ ତାହା ପ୍ରମାଣିତ ହୋଇଛି ।
ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ତେଣୁ ସେଠାକାର ନିର୍ବାଚନଠୁ ଆରମ୍ଭ କରି ରାଷ୍ଟ୍ରପତିଙ୍କୁ ନେଇ ଭାରି ଚର୍ଚ୍ଚା । ଖାସ କରି ଟ୍ରମ୍ପ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । କାରଣ ତାଙ୍କର ନୀତି ଲାଗି ପୁରା ବିଶ୍ବରେ ଟ୍ରମ୍ପଙ୍କ ଉପରେ ନଜର ରହିଛି । ରାଷ୍ଟ୍ରପତି ହେବା ପୂର୍ବରୁ ଋଷିଆ-ୟୁକ୍ରେନ୍ ଯୁଦ୍ଧ ସହ ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରାଇ ଆଣିବେ ବୋଲି କହିଥିଲେ ଟ୍ରମ୍ପ । ଖାଲି ଏତିକି ନୁହେଁ ବରଂ ଚୀନ ଉପରେ ଆମଦାନୀ ଶୁଳ୍କ ବଢାଇବାକୁ ଖୋଲାଖୋଲି କହିଥିଲେ । ଯାହାକୁ ନେଇ ସେ ବିବାଦୀୟ ହୋଇଥିଲେ । ଏହା ପରେ ବି ଯେଉଁପରି ଭାବରେ ଟ୍ରମ୍ପଙ୍କ ଶପଥଗ୍ରହଣ ଉତ୍ସବ ଆୟୋଜନ କରାଯାଉଛି ତାହାକୁ ନେଇ ଚର୍ଚ୍ଚା ହେବା ସ୍ବାଭାବିକ ।
you can also read..
ମସ୍କଙ୍କ ସଫଳତାର ସିକ୍ରେଟ କଣ ? କହିଲେ ପୂର୍ବତନ ପତ୍ନୀ ଜଷ୍ଟିନ