ମସ୍କଙ୍କ ସଫଳତାର ସିକ୍ରେଟ କଣ ? କହିଲେ ପୂର୍ବତନ ପତ୍ନୀ ଜଷ୍ଟିନ

Published By : Prameya-News7 Bureau | January 13, 2025 IST

ନୂଆଦିଲ୍ଲୀ ୧୩ /୧: ପୃଥିବୀର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ କେମିତି ହେଲେ ଏତେ ସଫଳ?  । ତାଙ୍କ ସଫଳତାର ରହସ୍ୟ କଣ ? ତାଙ୍କ ପୂର୍ବତନ ପତ୍ନୀ ତଥା ଲେଖିକା ଜଷ୍ଟିନ ମସ୍କ ଏହି ସିକ୍ରେଟ ନିଜ ୫ ପିଲାଙ୍କ ସହ ସେୟାର କରିଛନ୍ତି ।ଦୁନିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜୀବନର ଏକ ସୁନ୍ଦର ଝଲକ ସେୟାର କରି ଜଷ୍ଟିନ  କହିଛନ୍ତି  ତମ ବାପା ଦୁନିଆର ସବୁଠାରୁ ବେଷ୍ଟ ବାପା । 

ସବୁବେଳେ କଠିନ ପରିଶ୍ରମକୁ ବିଶ୍ବାସ କରନ୍ତି ଓ ଅଧିକ ଥର ନା କହିଛନ୍ତି ।ଲୋକଙ୍କୁ ନାଁ କହିବାର ଶକ୍ତି ହିଁ ତାଙ୍କୁ ଆଜି ଏତେ ଉପରକୁ ନେଇପାରିଛି ।  ତାଙ୍କ ବ୍ୟକ୍ତିତ୍ବ ଦୁନିଆର ଅନେକ ଉଚ୍ଚାଭିଳାଷୀ ଉଦ୍ୟୋଗୀଙ୍କୁ ଆକୃଷ୍ଟ କରେ । 

ମୁଁ ବିବାହିତ, ମୁଁ ବିବାହିତ ଥିଲି ।  ଅତୀତର ସମୟ ଉପରେ ଗୁରୁତ୍ବାରୋପ କରି ଜଷ୍ଟିନ ମସ୍କ କହିଛନ୍ତି ମୁଁ ଯେତେବେଳେ ତାଙ୍କୁ ସଫଳ ହୋଇ ଉପରକୁ ଉଠିବା ଦେଖିଲି ମୁଁ ୨ଟି ଜିନିଷକୁ ଲକ୍ଷ୍ୟ କରିଥିଲି । ଗୋଟାଏ ସେ କଠିନ ପରିଶ୍ରମ କରୁଥିଲେ ଓ ଦ୍ବିତୀୟଟି ଲୋକଙ୍କୁ ନା କହିବାର ଶକ୍ତି ନିଜ ଭିତରେ ରଖିଥିଲେ ।

ଏଲନଙ୍କ ନାଁ ପଛରେ ହଁ ଲୁଚିକି ରହିଥିବା ବି ସେ ସ୍ପଷ୍ଟ କରିଛନ୍ତି । ଜଣେ ଲେଖକ ଓ ମାଆ ଭାବରେ ସେ କହିଥିଲେ ନା କହିବା କେବଳ ଶକ୍ତି ନୁହେଁ ବରଂ ସ୍ବଚ୍ଛତା ଓ ଉଦ୍ଦେଶ୍ୟ ଗ୍ରହଣ କରିବା ବିଷୟରେ ସୂଚାଇ ଦିଏ । ଯେତେବେଳେ ଆପଣଙ୍କୁ କୌଣସି ଜିନିଷର ଅତ୍ୟଧିକ ବୋଲି ସମାଲୋଚନା କରାଯାଏ ଏହା ଆପଣଙ୍କୁ ନିଜ ଭିତରେ ସର୍ବଶ୍ରେଷ୍ଠ ଶକ୍ତି ଚିହ୍ନିବାରେ ସାହାଯ୍ୟ କରିଥାଏ । 

  • Elon Musk
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.