ନୂଆଦିଲ୍ଲୀ: ଭାରତକୁ ଆମେରିକା ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲାଖୋଲି ଧମକ । ଭାରତ ଉପରେ ରେସିପ୍ରୋକାଲ ଟ୍ୟାକ୍ସ ଲଗାଇବାକୁ ସେ ଧମକ ଦେଇଛନ୍ତି । ଭାରତୀୟ ଉତ୍ପାଦ ଉପରେ ସର୍ବାଧିକ ଶୁଳ୍କ ଲଗାଇବାକୁ ଡୋନାଲ୍ଡ ଟ୍ରମ୍ପ କହିଛନ୍ତି । ଭାରତ ଯେତିକି ଆମେରିକା ଉତ୍ପାଦ ଉପରେ ଶୁଳ୍ପ ଲଗାଇଛି,
ତାଙ୍କ ସରକାର ଶପଥ ଗ୍ରହଣ ପରେ ସେତିକି ଶୁଳ୍ପ ଭାରତୀୟ ସାମଗ୍ରୀ ଉପରେ ଲାଗି ବୋଲି କହିଛନ୍ତି । ଆମେରିକା ଉତ୍ପାଦ ଉପରେ ଲାଗୁଥିବା ହାଇ-ଟାରିଫ୍ ଜବାବରେ ରେସିପ୍ରୋକାଲ ଟ୍ୟାକ୍ସ ଲଗାଇବାକୁ ଚେତାବନୀ ଦେଇଛନ୍ତି ।
ଆମେରିକା ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମରେ ବୟାନ ଦେଇ କହିଛନ୍ତି, ଯଦି ଭାରତ ସରକାର ଆମେରିକୀୟ ଉତ୍ପାଦ ଉପରେ ସର୍ବାଧିକ ଶୁଳ୍କ ଲଗାଇଛନ୍ତି, ତେବେ ଭାରତୀୟ ଉତ୍ପାଦ ଉପରେ ଆମେରିକାରେ ସେତିକି ଶୁଳ୍କ ଲାଗୁହେବ । ସେମାନେ ଆମ ଉପରେ ଟ୍ୟାକ୍ସ ଲଗାଉଛନ୍ତି ତ ଆମେ ତାଙ୍କ ଉପରେ ଟ୍ୟାକ୍ସ ଲାଗୁ କରିବା । ଡୋନାଲ୍ଡ ଟ୍ରମ୍ପ ଚୀନ ଫରେ ସହିତ ଟ୍ରେଡ୍ ଚୁକ୍ତିକୁ ନେଇ ଏକ ପ୍ରଶ୍ନର ଜବାବ ଦେଇ ଏଭଳି କିଛି କହିଛନ୍ତି । ଆମେରିକା ଉତ୍ପାଦ ଉପରେ ହାଇ-ଟାରିଫ୍ ଲଗାଉଥିବା ଦେଶ ମଧ୍ୟରେ ଭାରତ ଏବଂ ବ୍ରାଜିଲ୍ ରହିଛି ।
ଟ୍ରମ୍ପ କହିଛନ୍ତି, ରେସିପ୍ରୋକାଲ୍ ଶବ୍ଦ ବହୁ ଗୁରୁତ୍ବପୂର୍ଣ୍ଣ । କୌଣସି ଦେଶ ଯଦି ଆମେରିକା ଉତ୍ପାଦ ଉପରେ ହାଇ-ଟାରିଫ୍ ଲଗାଉଥାଏ ତେବେ ସେ ହେଉଛି ଭାରତ । ଆମେ ନିଜ ଉପରେ ଆଲୋଚନା କରିବାର ଆବଶ୍ୟକତା ନାହିଁ । ଭାରତ ଯଦି ସାମଗ୍ରୀ ଉପରେ ଶହେ ପ୍ରତିଶତ ଶୁଳ୍କ ଲଗାଉଛି, ତାହେଲେ ଆମେରିକା ମଧ୍ୟ ସେତିକି ଚାର୍ଚ୍ଚ କରିବା ଦରକାର ବୋଲି ଟ୍ରମ୍ପ କହିଛନ୍ତି ।