ନୂଆଦିଲ୍ଲୀ ୧୯/୧୨: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ନୂଆ ହେୟାରଷ୍ଟାଇଲ୍ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ତାଙ୍କର ପରିବର୍ତ୍ତିତ ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ତାଙ୍କୁ ସମ୍ପୂର୍ଣ୍ଣ ନୂଆ ଅନ୍ଦାଜ୍ରେ ଦେଖାଯାଇଛି । ଭିଡିଓଟି ଫ୍ଲୋରିଡ଼ା ସ୍ଥିତ ଟ୍ରମ୍ପ୍ଙ୍କ ପ୍ରାଇଭେଟ୍ ପ୍ରପର୍ଟି ‘ଟ୍ରମ୍ପ୍ ଇଣ୍ଟରନ୍ୟାସ୍ନାଲ ଗଲ୍ଫ କ୍ଲବ୍’ର । ଏଥିରେ ଟ୍ରମ୍ପ୍ ନିଜ ସମର୍ଥକଙ୍କ ଜୋରଦାର ସ୍ୱାଗତକୁ ସାଦର ପ୍ରତିକ୍ରିୟା ଦେଉଥିବା ନଜର ଆସିଛନ୍ତି ।
Trump just unveiled a new hair style pic.twitter.com/OxWen3lUOM
— End Wokeness (@EndWokeness) December 18, 2024
ଭିଡିଓଟି ଭାଇରାଲ ହେବା ପରେ ଲୋକେ ତାଙ୍କ ନୂଆ ହେୟାରଷ୍ଟାଲ୍ ଉପରେ ନାନା ପ୍ରତିକ୍ରିୟା ଦେଉଛନ୍ତି । ଅନେକ ଏହାକୁ ଟ୍ରମ୍ପ୍ଙ୍କ ରାଷ୍ଟ୍ରପତି କାର୍ଯ୍ୟକାଳ ଆରମ୍ଭ ହେବା ପୂର୍ବର ମେକ୍ଓଭର ବୋଲି କହିଛନ୍ତି । ଟ୍ରମ୍ପ୍ ଆସନ୍ତା ଜାନୁଆରୀ ୨୦ ତାରିଖରେ ରାଷ୍ଟ୍ରପତି ପଦ ପାଇଁ ଶପଥ ନେବେ । ଏହା ପରେ ଔପଚାରିକ ରୂପେ ଦାୟିତ୍ୱ ନିର୍ବାହ କରିବେ । ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପ୍ ମୋଟ୍ ୨୯୫ ଇଲେକ୍ଟୋରାଲ ଭୋଟ୍ ପାଇ ଡେମୋକ୍ରାଟିକ୍ ପାର୍ଟିର ପାର୍ଥୀ କମଲା ହାରିସ୍ଙ୍କୁ ହରାଇଥିଲେ ।
ସଦ୍ୟ ଭିଡିଓ ସ୍ପଷ୍ଟ କରିଛି ଯେ ଟ୍ରମ୍ପ୍ ନିଜ କାର୍ଯ୍ୟକାଳର ଶୁଭାରମ୍ଭ ନୂଆ ଉର୍ଜ୍ଜା ଓ ଆତ୍ମବିଶ୍ୱାସର ସହ କରିବାକୁ ପୂରାପୂରି ପ୍ରସ୍ତୁତ । ତାଙ୍କ ନୂଆ ହେୟାରଷ୍ଟାଇଲ୍କୁ ଲୋକେ ତାଙ୍କ ବ୍ୟକ୍ତିତ୍ୱର ପରିବର୍ତ୍ତନ ଓ ରାଜନୈତିକ ଦୃଢ଼ତାର ପ୍ରତୀକ ବୋଲି ବିଶ୍ୱାସ କରୁଛନ୍ତି । ତାଙ୍କର ଐତିହାସିକ ବିଜୟ ତାଙ୍କ ନେତୃତ୍ୱରେ ଆମେରିକାକୁ କେମିତି ପ୍ରଭାବିତ କରିବ, ତାହା ଦେଖିବାକୁ ବାକି ରହିଲା