ନୂଆଦିଲ୍ଲୀ ୧୭/୦୪: ରାମନବମୀରେ ରକ୍ତରଞ୍ଜିତ ହେଲା ରାଜଧାନୀ ଦିଲ୍ଲୀ । ଜଣେ ଅଭିଯୁକ୍ତ ନିଜ ସ୍ତ୍ରୀ ଓ ଶଳାକୁ ବିଭତ୍ସ ଭାବେ କରିଛି ହତ୍ୟା କରିଛି । ଏହା ପରେ ଘଟଣାସ୍ଥଲରୁ ସେ ଫେରାର୍ ହୋଇଯାଇଥିଲା । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା । ଅଭିଯୁକ୍ତକୁ ଧରିବାକୁ ପୋଲିସ ଚଳାଇଥିଲା ତଦନ୍ତ । ତେବେ କିଛି ସମୟ ପରେ ଖୋଦ୍ ଅଭିଯୁକ୍ତ ଫେରି ଆସି ପୋଲିସ ନିକଟରେ କରିଥିଲା ଆତ୍ମସମର୍ପଣ । ପୂର୍ବ ଦିଲ୍ଲୀ ଶକରପୁର ଅଞ୍ଚଳରେ ଘଟିଛି ଘଟଣା ।
ସୂଚନାଥାଉକି, ଆଇଟି କମ୍ପାନୀରେ କାମ କରୁଥିବା ଶ୍ରେୟାନ୍ସ ନାମକ ଜଣେ ବ୍ୟକ୍ତି ଏହି ଅପରାଧର ମୁଖ୍ୟ ଅଭିଯୁକ୍ତ । ଦିଲ୍ଲୀ ପୋଲିସର ସୂଚନାନୁସାରେ, ସକାଳ ୧୦.୧୫ରେ ସେମାନେ ଶକରପୁରରୁ କିଛି ଗଣ୍ଡଗୋଳ ହେଉଥିବା ନେଇ ଫୋନ୍ କଲ୍ ପାଇଥିଲେ । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ପରେ ଘରର ଦ୍ୱିତୀୟ ମହଲାରେ ଦୁଇଟି ମୃତଦେହ ଜବତ କରିଥିଲା ।
ମୃତଦେହ ଶ୍ରେୟାନ୍ସ ପତ୍ନୀ କମଲେଶ ଏବଂ ଅନ୍ୟଟି କମଲେଶଙ୍କ ଭାଇ ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ବାପା କହିଛନ୍ତି ବାହାରକୁ ଯାଇଥିଲେ । ସେ ଘରେ ପହଞ୍ଚିବା ପରେ କବାଟ ଖୋଲା ଥିଲା ଏବଂ ତାଙ୍କର ଦୁଇ ବର୍ଷର ନାତି (ଶ୍ରେୟାନଙ୍କ ପୁଅ) ଖଟ ଉପରେ ବସି କାନ୍ଦୁଥିଲା ।
ଯେଉଁଠାରେ ଶ୍ରେୟାନ୍ସଙ୍କ ପତ୍ନୀ ଏବଂ ତାଙ୍କ ଭାଇଙ୍କ ମୃତଦେହ ସେଠାରେ ପଡ଼ି ରହିଥିଲା । ଘରେ ଏହି ଦୃଶ୍ୟ ଦେଖି ସେ ଚିତ୍କାର କରିଥିଲେ । ଏହା ପରେ ନିକଟସ୍ଥ ଲୋକମାନେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଡାକିଥିଲେ । ପୋଲିସର ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । କୁହାଯାଉଛି ଯେ ଶ୍ରେୟାନ୍ସଙ୍କ ଦୁଇ ବର୍ଷର ପୁଅର ଜନ୍ମଦିନ ଦୁଇ ଦିନ ପୂର୍ବରୁ ଅର୍ଥାତ୍ ୧୫ଏପ୍ରିଲରେ ହୋଇଥିଲା । ଏଥିରେ ସାମିଲ ହେବାକୁ ଆସିଥିଲେ ଶ୍ରେୟାନ୍ସଙ୍କ ପତ୍ନୀଙ୍କ ଭାଇ ।
ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ, ଶ୍ରେୟାନ୍ସ ପୂର୍ବରୁ ଏକ ଆଇଟି କମ୍ପାନୀରେ କାମ କରୁଥିଲେ । ହେଲେ ଚାକିରୀ ଛାଡି ଦେଇଥିଲେ । ପୋଲିସ ସନ୍ଦେହ କରୁଛି ଯେ ଝଗଡା ପରେ ଶ୍ରେୟାନ୍ସ ତାଙ୍କର ୨୯ ବର୍ଷିୟା ପତ୍ନୀ ଏବଂ ୧୮ବର୍ଷୀୟ ଶଳାଙ୍କୁ ଛୁରୀରେ ହତ୍ୟା କରି ଦୌଡ଼ି ପଳାଇଥିଲେ । ବର୍ତ୍ତମାନ ପୋଲିସ ଅଭିଯୁକ୍ତକୁ ପଚରାଉଚରା କରୁଛି ।