ଭୂକମ୍ପରେ ଥରିଲା ଜାପନ-ଇଣ୍ଡୋନେସିଆ, ରିକ୍ଟର ସ୍କେଲ୍‌ର ତୀବ୍ରତା ୫.୪ ଓ ୫.୮ ରେକର୍ଡ

Published By : Prameya-News7 Bureau | April 09, 2025 IST

ନୂଆଦିଲ୍ଲୀ ୦୯।୦୪; ପୁଣି ଥରେ ଭୂକମ୍ପରେ ଥରିଲା ପୃଥିବୀ । ଦୁଇ ଦେଶରେ ଭୂମକମ୍ପ ଝଟକା । ଜାପାନ ଓ ଇଣ୍ଡୋନେସିଆରେ ଭୂମିକମ୍ପ ଅନୁଭୂତ ହୋଇଛି। ଜାପାନରେ ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ରେକର୍ଡ। ଯାହା ଜାପାନର ଓକିନାୱା ସହରକୁ ଥରାଇ ଦେଇଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ୟୋନାଗୁନିରୁ ୪୮ କିଲୋମିଟର ଦୂରରେ, ଭୂପୃଷ୍ଠର ୧୨୪ କିଲୋମିଟର ତଳେ ଅବସ୍ଥିତ। ଯଦିଓ ଏହି ଭୂମିକମ୍ପ ଯୋଗୁଁ ସୁନାମି ଚେତାବନୀ ଜାରି କରାଯାଇ ନାହିଁ, ତଥାପି ଲୋକଙ୍କ ମଧ୍ୟରେ ଆତଙ୍କର ବାତାବରଣ ରହିଛି। 

କାରଣ ଜାପାନ ସରକାର ପୂର୍ବରୁ ଏକ ରିପୋର୍ଟ ଜାରି କରିଛନ୍ତି, ଯେଉଁଥିରେ ଜାପାନରେ ଏକ ବଡ଼ ଭୂମିକମ୍ପ ହେବା ସହ  ଏହା ବ୍ୟାପକ ଧ୍ୱଂସ ଘଟାଇବ। ପ୍ରାୟ ୩ ଲକ୍ଷ ଲୋକ ମୃତ୍ୟୁବରଣ କରିବେ ଓ ପୁଣି ଥରେ ସୁନାମି ଆସିବ। ଏଥିରେ ଜାପାନ ସରକାର ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି  । ଏହା ସହିତ ଏଜେନ୍ସି ଗୁଡ଼ିକୁ ମଧ୍ୟ ସତର୍କ କରାଯାଇଛି ।

ଅନ୍ୟପକ୍ଷରେ, ଇଣ୍ଡୋନେସିଆରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଇଣ୍ଡୋନେସିଆରେ ୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି। ଇଣ୍ଡୋନେସିଆର ପଶ୍ଚିମ ଆଚେ ପ୍ରଦେଶରେ ରିକ୍ଟର ସ୍କେଲରେ ୫.୮ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ସିମେଉଲୁ ରିଜେନ୍ସିର ସିନାବୁଙ୍ଗ ସହରରୁ ୬୨ କିଲୋମିଟର ଦକ୍ଷିଣ-ପୂର୍ବରେ ସମୁଦ୍ର ପତ୍ତନରୁ ୩୦ କିଲୋମିଟର ତଳେ ଅବସ୍ଥିତ ଥିଲା। ତଥାପି, ଏହି ଭୂମିକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ କିମ୍ବା କୌଣସି ସୁନାମି ସତର୍କତା ଜାରି କରାଯାଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.