ନୂଆଦିଲ୍ଲୀ ୧୭/୪: ପୁଣି ଭାରତୀୟ ଓ ହିନ୍ଦୁଙ୍କ ଉପରେ ବିଷ ଓଗାଳିଛନ୍ତି ପାକ୍ ସେନା ମୁଖ୍ୟ। ପାକିସ୍ତାନର ଆର୍ମି ଚିଫ୍ ଜେନେରାଲ ଆସିମ ମୁନିର ପୁଣି ଦୋହରାଇଛନ୍ତି TWO NATION THEORY। ଯାହାକୁ ନେଇ ପୁରା ଦେଶରେ ସୃଷ୍ଟି ହୋଇଛି ହଲ୍ଚଲ୍ । ଇସଲାମାବାଦରେ ଆୟୋଜିତ ସମ୍ମିଳନୀରେ ସେ କହିଛନ୍ତି ମୋ ପ୍ରିୟର ଭାଇ,ଭଉଣୀ ଓ ପୁଅ ଝିଅମାନେ । ଦୟାକରି ପାକିସ୍ତାନର ଷ୍ଟୋରି ଭୁଲନାହିଁ । ଆମକୁ ଆମର ଆଗାମୀ ପିଢିକୁ ଜଣାଇବାକୁ ହେବ କି ପାକିସ୍ତାନର କାହାଣୀ କଣ ? ଆମ ଦେଶ କେଉଁ ଚିନ୍ତାଧାରରେ ବିଶ୍ବାସ କରେ ଓ କାହିଁକି ଏହାର ଦାୟିତ୍ବ ଆମ ଉପରେ ରହିଛି । ଏପରି କରିବା ଦ୍ବାରା ସେମାନେ ପାକିସ୍ତାନର କାହାଣୀ ଭୁଲିବେନି ।
ସେ ଆହୁରି କହିଛନ୍ତି ଆମେ ସବୁ ମାମଲାରେ ହିନ୍ଦୁମାନଙ୍କ ଠାରୁ ଅଲଗା । ଆମର ପୂର୍ବଜ ମାନେ ଭାବନ୍ତି କି ଆମେ ଜୀବନର ପ୍ରତିକ୍ଷେତ୍ରରେ ହିନ୍ଦୁଙ୍କ ଠାରୁ ଅଲଗା । ଆମର ଧର୍ମ ଅଲଗା । ଆମର ରୀତିନୀତି ଅଲଗା । ଆମର ସଂସ୍କୃତି ଆମର ଚିନ୍ତାଧାରା ଅଲଗା । ଆମେ ୨ଟି ଦେଶ,ଗୋଟିଏ ଦେଶ ନୁହେଁ । ଏହି ଦେଶ ପାଇଁ ଆମ ପୂର୍ବପୁରୁଷମାନେ ବଳିଦାନ ଦେଇଥିଲେ । ସେମାନେ ଏହି ଦେଶକୁ ତିଆରି କରିବାକୁ ଅନେକ ବଳିଦାନ ଦେଇଛନ୍ତି । ଆମେ ଜାଣିଛୁ ସେସବୁ ଆମେ କେମିତି ରକ୍ଷା କରିବୁ ।
ପାକିସ୍ତାନ ଏକ ଧାର୍ମିକ ଚିନ୍ତାଧାରା ଉପରେ ତିଆରି ହୋଇଛି । ପାକିସ୍ତାନବାସୀଙ୍କୁ ସମ୍ବୋଧିତ କରିବା ସମୟରେ ଜେନେରାଲଆସିମ ମୁନିର ଆର୍ମି ଚିଫ୍ ବଦଳରେ ଏକ କଠୋରପନ୍ଥୀ ମୌଲାନାଙ୍କ ପରି ବୟାନ ଦେଉଥିବାର ନଜର ଆସିଥିଲେ । ତାଙ୍କ ଭାଷଣରେ କେବଳ ଇସଲାମ୍, କଲମା,ମକ୍କା-ମଦିନା ପରି ଶବ୍ଦ ଥିଲା । ଏହି କାରଣରୁ ପାକିସ୍ତାନରେ ଜେନେରାଲ ମୁନିରଙ୍କୁ ମୁ୍ଲ୍ଲା ଜେନେରାଲ ବି କୁହାଯାଏ । ଏହି ସମ୍ମିଳନୀରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ସହ ଅନେକ ବଡ ନେତା ମଧ୍ୟ ଉପସ୍ଥିତ ଥିଲେ ।