ପୂର୍ବାଞ୍ଚଳ ପୋଲିସ ଡିଜି କହିଲେ କିଭଳି ରହିଛି ଭଦ୍ରକରେ ପ୍ରସ୍ତୁତି, ବସ୍ତି ଅଞ୍ଚଳରୁ ଲୋକଙ୍କୁ କରାଯାଉଛି ଉଦ୍ଧାର

Published By : Prameya-News7 Bureau | October 24, 2024 IST

ଭଦ୍ରକ: ମାଡ଼ି ଆସୁଛି ବାତ୍ୟା ‘ଦାନା’। ୧୫ କିଲୋମିଟର ବେଗରେ ସ୍ଥଳ ଭାଗ ଆଡ଼କୁ ବଢ଼ୁଥିବା ଏହି ବାତ୍ୟା ପାରାଦୀପଠାରୁ ୭୦ କିଲୋମିଟର ଦୂରରେ ରହିଛି। ଏମିତିରେ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ସରିଛି। ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡ଼ିକରେ ସବୁ ବ୍ୟବସ୍ଥା କରାଯାଇଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିବାବେଳେ, ଓଡ୍ରାଫ୍‌, ଏନଡିଆରଏଫ୍‌ ଟିମ୍‌ ସମସ୍ତଙ୍କୁ ସଜାଗ ରଖାଯାଇଛି। ଏମିତିରେ ଭଦ୍ରକ ଜିଲ୍ଲାରେ ଜୋରଦାର ହୋଇଛି ମୁକାବିଲା ପ୍ରସ୍ତୁତି।

ଭଦ୍ରକ ପୋଲିସ ଡିଜିଙ୍କ ସୂଚନା ଅନୁଯାୟୀ, ଭଦ୍ରକରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ, ୨ ଓଡ୍ରାଫ୍‌ ଟିମ୍‌, ୨ ଏନଡିଆରଏଫ୍‌ ଟିମ୍‌, ୬ ଅଗ୍ନିଶମ ବାହିନୀ ପ୍ରସ୍ତୁତ ଅଛନ୍ତି। ଆଶ୍ରୟସ୍ଥଳୀରେ ଖାଦ୍ୟ ବଣ୍ଟନ, ଥାନା ଅନୁଯାୟୀ ମୋବାଇଲ୍ ପେଟ୍ରୋଲ , ରିଲିଫ ସେଣ୍ଟର, ସ୍ଥାନାନ୍ତର ବେଳେ ମଧ୍ୟ ପୋଲିସ କାମ କରୁଛି। ସବୁ ଥାନାରେ ଜେନେରେଟର ଉପଲବ୍ଧ ଅଛି । ଛୋଟ ଛୁଆ, ଦିବ୍ୟାଙ୍ଗ , ବୟସ୍କ , ରୋଗୀଙ୍କୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି ବୋଲି କହିଛନ୍ତି ପୋଲିସ । 

ସେପଟେ ଭଦ୍ରକର ବିଭିନ୍ନ ବସ୍ତି ଅଞ୍ଚଳରୁ ଏବେ ମଧ୍ୟ ଚାଲିଛି ସ୍ଥାନାନ୍ତର ପ୍ରକ୍ରିୟା । ଅନେକ ଲୋକ ଘର ଛାଡ଼ି ନାହାନ୍ତି । ପୋଲିସ ଲୋକଙ୍କୁ ଉଦ୍ଧାର କରୁଛି । ଭଦ୍ରକରେ ସିଟି ଡିଏସପି ଅଂଶୁମାନ ଦ୍ବିବେଦୀ ନିଜେ ଗୋଟିଏ ଟିମ୍‌ କରି ବସ୍ତି ଅଞ୍ଚଳରେ ଘର ଘର ବୁଲି ଯାଞ୍ଚ କରୁଛନ୍ତି । କେହି ରହି ଯାଉଥିଲେ ସେମାନଙ୍କୁ ଘରୁ ବାହାର କରି ଆଶ୍ରୟସ୍ଥଳୀକୁ ପଠାଇଛନ୍ତି ।


  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.