ବାତ୍ୟା ଅପଡେଟ୍: ୧୨.୧୫ ମିନିଟରେ ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ, ସକାଳ ଯାଏ ଜାରି ରହିବ

Published By : Prameya-News7 Bureau | October 25, 2024 IST

ଭୁବନେଶ୍ୱର: ବାତ୍ୟା ଦାନାକୁ ନେଇ ଏବେ ଏବେ ଅପଡେଟ୍ ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକ ମନୋରମା ମାହାନ୍ତି ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ଦାନାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ରାତି ପ୍ରାୟ ୧୨.୧୫ ମିନିଟ୍‌ରେ ବାତ୍ୟା ଲ୍ୟାଣ୍ଡଫଲ୍ ଆରମ୍ଭ ହୋଇଥିଲା। ରାତିସାରା ଏହି ପ୍ରକ୍ରିୟା ଜାରି ରହିବ ବୋଲି ଶ୍ରୀମତି ମାହାନ୍ତି ସୂଚନା ଦେଇଛନ୍ତି। 

ସେପଟେ ବାତ୍ୟା ପ୍ରଭାବରେ ଭଦ୍ରକ ଧାମରାରେ ବର୍ଷା ଜାରି ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ମଧ୍ୟ ସବିଶେଷ ସୂଚନା ଦେଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ପୂର୍ବାନୁମାନ ଅନୁସାରେ ବାତ୍ୟାଟି ଉତ୍ତର ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି। ଏବଂ ଆଜି ରାତି ୧୧.୩୦ ସମୟରେ ଏହା ଧାମରା ପାଖରୁ ପ୍ରାୟତଃ ୪୦ କିମି ଦୂରରେ ଦକ୍ଷିଣପୂର୍ବ ଦିଗରେ କେନ୍ଦ୍ରୀଭୂତ ଅଛି। ଏହା ଆସନ୍ତା ୩-୪ ଘଣ୍ଟା ମଧ୍ୟରେ ଭିତର କନିକା ଓ ଧମାର ଅଞ୍ଚଳରେ ଉପକୂଳ ଅତିକ୍ରମ କରିବ। ବର୍ତ୍ତମାନ ପବନର ବେଗ ୧୦୦-୧୨୦ କିମିରେ ବୋହୁଛି। ଏହି ପବନ ବେଗ ସହ ବାତ୍ୟା ଉପକୂଳ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.