ସ୍ଥଳଭାଗ ଛୁଇଁଲା ବାତ୍ୟାର ଫରୱାର୍ଡ ସେକ୍ଟର, ପୂରା ଅତିକ୍ରମ କରିବାକୁ ଲାଗିବ ୩ରୁ ୪ ଘଣ୍ଟା: IMD DG

Published By : Prameya-News7 Bureau | October 25, 2024 IST

ଭୁବନେଶ୍ୱର: ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଫଳରେ କେନ୍ଦ୍ରାପଡ଼ା, ଭଦ୍ରକ, ଧାମରା, ଦିଘା ଅଞ୍ଚଳରେ ବର୍ଷା ହେବା ପବନ ମାତ୍ରା ବଢିବାରେ ଲାଗିଛି । ସମୁଦ୍ର କୂଳରେ ଉଚ୍ଚ ଲହଢି ମାଡ଼ ହେଉଛି । ଭାରତୀୟ ପାଣିପାଗ ବିଭାଗ ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ନ୍ୟୁଜ୍ 7 ପ୍ରତିକ୍ରିୟା ଦେଇ କହିଛନ୍ତି, 'ବାତ୍ୟାର ଫରୱାର୍ଡ ସେକ୍ଟର (ଅଗ୍ରଭାଗ) ବର୍ତ୍ତମାନ ସ୍ଥଳ ଭାଗ ଛୁଇଁ ସାରିଛି । ସମ୍ପୂର୍ଣ୍ଣ ଅତିକ୍ରମ କରିବାକୁ ସକାଳ ହୋଇଯିବ । ଆଗାମୀ ତିନିରୁ ୪ ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ ।'


ଆଇଏମଡି ଡିଜି କହିଛନ୍ତି, ଉତ୍ତର-ଉତ୍ତର ପଶ୍ଚିମରେ ବାତ୍ୟା ଗତି କରୁଛି । ବର୍ତ୍ତମାନ ବାତ୍ୟା ଧାମରାଠାରୁ ୪୦ କିଲୋମିଟର ଦୂରରେ ରହିଛି । ଶୁକ୍ରବାର ଭୋର ତିନିଟାରୁ ୪ଟା ମଧ୍ୟରେ ଧାମରାରୁ ଭିତରକନିକା ମଧ୍ୟରେ ସ୍ଥଳଭାଗ ଅତିକ୍ରମ କରିବ । ସ୍ଥଳଭାବ ଅତିକ୍ରମ କରିବା ବେଳେ ପବନର ବେଗ ୧୦୦ରୁ ୧୨୦ କିଲୋମିଟର ରହିପାରେ । ଏହାସହ ବର୍ଷା ପରିମାଣ ମଧ୍ୟ ବଢିବ । ବାତ୍ୟା ଅତିକ୍ରମ କରିବା ପରେ ମଧ୍ୟ ବର୍ଷା ଲାଗି ରହିବ ବୋଲି ସେ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.