ତାଳଚୁଆ ଜେଟିରେ କୂଳ ଲଙ୍ଘିଲା ସମୁଦ୍ର, ପବନର ବେଗ ୭୦ରୁ ୮୦ କିଲୋମିଟର

Published By : Prameya-News7 Bureau | October 25, 2024 IST

ଭିତରକନିକା: ବାତ୍ୟା ଦାନାର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ବାତ୍ୟାର ଫରୱାର୍ଡ ସେଣ୍ଟର ବର୍ତ୍ତମାନ ସ୍ଥଳ ଭାଗ ଛୁଇଁ ସାରିଛି । ଆଗାମୀ ତିନିରୁ ୪ ଘଣ୍ଟା ମଧ୍ୟରେ ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବ । କେନ୍ଦ୍ରାପଡ଼ା, ଭଦ୍ରକ, ଧାମରା, ଦିଘା ଅଞ୍ଚଳରେ ବର୍ଷା ହେବା ପବନ ମାତ୍ରା ବଢିବାରେ ଲାଗିଛି । ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହେବା ସହ ବାତ୍ୟା ଦାନାର ତାର ଭୟାବହ ରୂପ ଦେଖାଇବା ଆରମ୍ଭ କରିଛି । ସମୁଦ୍ରର ଉଚ୍ଚ ଉଚ୍ଚ ଲହଡ଼ି କୂଳରେ ପିଟି ହେଉଛି । ବାତ୍ୟା ପ୍ରଭାବରେ ଭିତରକନିକାରେ ମଧ୍ୟ ପ୍ରବଳ ବର୍ଷା ଏବଂ ପବନ ବହୁଛି ।

ଭିତରକନିକା ତାଳଚୁଆ ଜେଟିରେ ପବନର ବେଗ ବଢିବାରେ ଲାଗିଛି । ସମୁଦ୍ର ପାଣି କୂଳ ଲଙ୍ଘିବାରେ ଲାଗିଛି । ଜେଟି ନିକଟରେ ସମୁଦ୍ର କୂଳ ଖାଇବାରେ ଲାଗିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ କିଛି ଘରର ପଛ ପଟେ ସମୁଦ୍ର କୂଳ ଖାଇସାରିଛି । ଲୁଣା ପାଣି ଚାଷ ଜମିରେ ପଶିଛି । ତାଳଚୁଆରେ ପବନର ବେଗ ୭୦ରୁ ୮୦ କିଲୋମିଟର ରହିଛି । ଏପରି କି ବାତ୍ୟାର ପ୍ରଭାବରେ ଗଛ ଭାଙ୍ଗି ରାସ୍ତାରେ ପଡ଼ିଛି । 


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.