ବାତ୍ୟା ପରିଚାଳନା କାର୍ଯ୍ୟରେ ଅବହେଳା, ଦୁଇ ଅଧିକାରୀଙ୍କୁ ନିଲମ୍ୱନ କଲେ କେନ୍ଦ୍ରାପଡ଼ା ଜିଲ୍ଲାପାଳ

Published By : Prameya-News7 Bureau | October 25, 2024 IST

କେନ୍ଦ୍ରାପଡା: ବାତ୍ୟା ସମୟରେ କାର୍ଯ୍ୟରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ । ବାତ୍ୟା ପରିଚାଳନା ସମୟରେ ନିଜ କାର୍ଯ୍ୟରେ ଅବହେଳା ଯୋଗୁଁ ଦୁଇ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଦୁଇ ଅଧିକାରୀଙ୍କୁ ନିଲମ୍ୱନ କରିଛନ୍ତି ।


ଖବର ଅନୁସାରେ ବାତ୍ୟା ପରିଚାଳନାରେ ଅଧିକାରୀମାନେ ନିୟୋଜିତ ହୋଇଥିଲେ । ତେବେ ନିଜ କାର୍ଯ୍ୟରେ ଅବହେଳା ଯୋଗୁଁ ଆଳି ବ୍ଲକ୍ କାର୍ଯ୍ୟଳୟର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଞ୍ଜୟ ପ୍ରଧାନ ଏବଂ ଗରଦପୁର ବ୍ଲକ୍ କାର୍ଯ୍ୟଳୟରର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଜସ୍ମିନ୍ ସୋରେନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି l ଦୁଇ ଅଧିକାରୀଙ୍କୁ ଜିଲ୍ଲାପାଳ ନିଲମ୍ୱନ କରିଛନ୍ତି ।

  • Cyclone Dana
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.