ଦୀପାଳି ଦାସଙ୍କ ଇଭିଏମ୍ ଯାଞ୍ଚ ଆବେଦନକୁ ଗ୍ରହଣ କଲେ ECI, ଝାରସୁଗୁଡ଼ାରେ ୧୩ଟି ବୁଥ୍‌ରେ ହେବ ପୁନଃ ଯାଞ୍ଚ

Published By : Prameya-News7 Bureau | June 21, 2024 IST

ଝାରସୁଗୁଡା ୨୧।୬: ବିଜୁ ଜନତା ଦଳ ଝାରସୁଗୁଡା ବିଧାନସଭା ପ୍ରାର୍ଥିନୀ ଦୀପାଳି ଦାସଙ୍କର ଇଭିଏମ୍ ଯାଞ୍ଚ ଆବେଦନକୁ ଗ୍ରହଣ କଲେ ଇଲେକ୍ସନ କମିଶନ ଅଫ ଇଣ୍ଡିଆ  l ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥିନୀ ଦୀପାଳି ଦାସ ୮୯ ହଜାର ୭ ଶହ ୭୨ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ୯୧ ହଜାର ୧୦୫ ଭୋଟ୍ ପାଇ ବିଜୟୀ ହୋଇଥିଲେ l ମାତ୍ର ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ପରାଜିତ ହେବା ପରେ ଇଭିଏମର ପୁନଃ ଯାଞ୍ଚ ପାଇଁ ଆବେଦନ କରିଥିଲେ ଦୀପାଳି l ଝାରସୁଗୁଡ଼ାରେ ୧୩ଟି ବୁଥରେ ପୁଣି ଯାଞ୍ଚ ହେବ ଇଭିଏମ l ନିର୍ବାଚନ ଫଳାଫଳ ଘୋଷଣା ପରେ ଦୀପାଳି ପୁଣି ଇଭିଏମ ଏବଂ ଭିଭିପାଟ୍ ଯାଞ୍ଚ ପାଇଁ ଆବେଦନ କରିଥିଲେ l 

ଗତ ସାଧାରଣ ନିର୍ବାଚନରେ ମାତ୍ର ଏହି ଆବେଦନକୁ ଗ୍ରହଣ କରିଛନ୍ତି ନିର୍ବାଚନ କମିଶନ l ଜଣେ ପ୍ରାର୍ଥୀ ଭାବରେ ଇଭିଏମ୍ ପୁଣି ଯାଞ୍ଚ କରାଇବାର ଅଧିକାର ରହିଛି l କିଛି ବୁଥ୍‌ରେ ମୋର ପରିଶ୍ରମ ବହୁତ ରହିଥିଲା ଏବଂ ଫଳାଫଳକୁ ନେଇ ମତେ ସନ୍ଦେହ ହେଲା l ତେଣୁ ସମ୍ବିଧାନିକ ବିଧିବ୍ୟବସ୍ଥାରେ ରହି ଇଭିଏମ୍ ପୁନଃ ଯାଞ୍ଚ ପାଇଁ ମୁଁ ଆବେଦନ କରିଛି ବୋଲି ଦୀପାଳି କହିଛନ୍ତି l ୧୯ ଜୁଲାଇ ପରେ ଗୋଟିଏ ତାରିଖ ଦେବେ ECI ଏବଂ ଏହାପରେ ଇଭିଏମ୍‌ ପୁନଃ ଯାଞ୍ଚ ହେବ ବୋଲି ଦୀପାଳି କହିଛନ୍ତି l

You Can Read :

ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼, ନାରାବାଜି କଲେ ଅସନ୍ତୁଷ୍ଟ କଂଗ୍ରେସ କର୍ମୀ

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.