ମହାରାଷ୍ଟ୍ରରେ ଗଣେଶ ବିସର୍ଜନ ଯୋଗୁ ଖିଲାଫତ କମିଟି ବଦଳାଇଲା ଇଦ-ଏ-ମିଲାଦ ଶୋଭାଯାତ୍ରା ତାରିଖ

Published By : Prameya-News7 Bureau | September 08, 2024 IST

ମୁମ୍ବାଇ ୮।୯: ଏଥର ଗଣପତି ବିସର୍ଜନ ଓ ଇଦ-ଏ-ମିଲାଦ ଉଭୟ ୧୭ ସେପ୍ଟେମ୍ବର ଗୋଟିଏ ଦିନରେ ପଡୁଛି। ଏଣୁ ମହାରାଷ୍ଟ୍ର ଖିଲାଫତ କମିଟି ଉଦାରତା ଦେଖାଇ ବଡ଼ ଘୋଷଣା କରିଛି। ଖିଲାଫତ କମିଟି ଶନିବାର ଅନୁଷ୍ଠିତ ବୈଠକରେ ଇଦ-ଏ-ମିଲାଦ-ଉନ-ନବି ଶୋଭାଯାତ୍ରାର ତାରିଖ ୧୭ ବଦଳେ ୧୮ ସେପ୍ଟେମ୍ବର କରିଦେଇଛି। ଖିଲାଫତ କମିଟି ଉଲ୍ଲେମା-ଏ-ଇକ୍ରମ ଓ ସବୁ ରାଜନୈତିକ ଦଳ ନେତାଙ୍କ ଉପସ୍ଥିତିରେ ଏହି ଘୋଷଣା କରିଛି। 

ଏଥିରେ ଏଆଇଏମଆଇଏମ ନେତା ୱାରିସ ପଠାନ ଇଦ-ଏ-ମିଲାଦ ଶୋଭାଯାତ୍ରା ଦିନ ସରକାରଙ୍କ ନିକଟରେ ଗୋଟିଏ ଦିନ ଛୁଟି ନିବେଦନ କରିଛନ୍ତି। ଏ ନେଇ ୱାରିସ ପଠାନ ଏକ୍ସରେ ଏକ ପୋଷ୍ଟ କରିଥିବା ବେଳେ ମୁସଲମାନମାନଙ୍କ ଭାବନାକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୧୮ ତାରିଖ ଦିନ ଛୁଟି ଘୋଷଣା କରନ୍ତୁ ଓ ପୁରା ମହାରାଷ୍ଟ୍ରରେ ଏହି ଗୋଟିଏ ଦିନକୁ ମଦବନ୍ଦ ଘୋଷଣା କରନ୍ତୁ ବୋଲି ନିବେଦନ କରିଛନ୍ତି। ଏଣୁ ଗଣେଶ ପୂଜା ବିସର୍ଜନ କାଳରେ ମୁସଲମାନମାନଙ୍କ ଧାର୍ମିକ କାର୍ଯ୍ୟକ୍ରମ ଯୋଗୁ ଉପୁଜିବାକୁ ଥିବା ସମସ୍ୟା ଦୂର ହେବ ବୋଲି ଏବେ ଆଶା କରାଯାଉଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.