ଆନନ୍ଦପୁର ୩୧।୩: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଅଞ୍ଚଳର ପାଣ୍ଡୁଆ ଓ ପଞ୍ଚହରା ଗ୍ରାମରେ ମୁସଲମାନ ସଂପ୍ରଦାୟର ପବିତ୍ର ଇଦ୍-ଉଲ୍-ଫିତର ଶାନ୍ତିଶୃଙ୍ଖଳାର ସହିତ ପାଳିତ ହୋଇଯାଇଛି । ମୁସଲମାନ ଭାଇମାନଙ୍କ ପବିତ୍ର ରମଜାନ ମାସର ଶେଷ ଦିବସ ପରଦିନ ଏହି ଇଦ୍-ଉଲ୍-ଫିତର ପାଳନ ଅବସରରେ ସକାଳୁ ନିକଟସ୍ଥ ବିଭିନ୍ନ ଇଦଗା ଓ ମସଜିଦ୍ରେ ଅନୁଷ୍ଠିତ ସାମୁହିକ ନମାଜ ପାଠ କରାଯିବା ପରେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ର ଶୁଭେଚ୍ଛା ଜଣାଇଥିଲେ ।
ସୋମବାର ସକାଳ ୯ଟା ସମୟରେ ପାଣ୍ଡୁଆ ମସଜିଦ ଓ ପଞ୍ଚହାରା ମସଜିଦ ପ୍ରଭୃତିରେ ମୁସଲମାନ ଭାଇମାନେ ସାମୂହିକ ନମାଜ ପାଠ କରିଥିଲେ । ଇଦ୍ ଉପଲକ୍ଷେ ଦୁଇ ଗ୍ରାମର ମୁସଲମାନ ସଂପ୍ରଦାୟର ଲୋକମାନେ ପରସ୍ପରକୁ ଆଲିଙ୍ଗନ କରି ଇଦ୍ର ଶୁଭେଚ୍ଛା ଜଣାଇ ଖୁସି ମନାଇବା ସହ କବର ସ୍ଥାନ ଯାଇ ପିତୃପୁରୁଷଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
You Can Read:
ଦାମୀ ଟ୍ରଲିରେ ଗଞ୍ଜେଇ ଚାଲାଣ : ଧରାପଡ଼ିଲେ ଜଣେ ନାବାଳିକାଙ୍କ ସମେତ ୩ ଜଣ