ଦାମୀ ଟ୍ରଲିରେ ଗଞ୍ଜେଇ ଚାଲାଣ : ଧରାପଡ଼ିଲେ ଜଣେ ନାବାଳିକାଙ୍କ ସମେତ ୩ ଜଣ

Published By : Prameya-News7 Bureau | March 31, 2025 IST

କୋରାପୁଟ ୩୧୩: ଚୋରାଚାଲାଣ ହେଉଥିଲା ଗଞ୍ଜେଇ । ମାଡ଼ି ବସିଲା ଜିଆରପି । ଜଣେ ନାବାଳିକା ସହ ସୁନ୍ଦରୀ ମହିଳା ଓ ଯୁବକ ଗିରଫ । କୋରାପୁଟ ରେଳ ଷ୍ଟେସନରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନାଯୋଗ୍ୟ ଯେ, କୋରାପୁଟ ରେଳ ଷ୍ଟେସନରେ କୋରାପୁଟରୁ ଉତ୍ତରପ୍ରଦେଶ ଗଞ୍ଜେଇ ଚୋରାଚାଲାଣ ବେଳେ ମାଡ଼ି ବସିଲା ଜିଆରପି । ଦୁଇଟି ପୃଥକ ପୃଥକ ଘଟଣାରେ ଚୋରାଚାଲାଣ ହେଉଥିବା ୩୦ କିଲୋ ଗଞ୍ଜେଇ ଜବତ କରାଯାଇଛି । ଘଟଣାରେ ଜଣେ ନାବାଳିକାଙ୍କ ସହ ଦୁଇ ଜଣକୁ ଗିରଫ କରିଛି ପୋଲିସ । କୋରାପୁଟରୁ ଉତ୍ତରପ୍ରଦେଶକୁ ଗଞ୍ଜେଇ ଚୋରାଚାଲାଣ କରୁଥିଲେ ଜଣେ ନାବାଳିକା ସହ ସୁନ୍ଦରୀ ମହିଳା । ହାତରେ ଥିଲା ଦାମୀ ଟ୍ରଲି ବ୍ୟାଗ୍ । ସୋମବାର ସକାଳୁ କୋରାପୁଟ ଷ୍ଟେସନରେ ସମଲେଶ୍ଵରୀ ଟ୍ରେନ୍‌ରେ ଚଢ଼ିବା ସମୟରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅଟକାଇଥିଲା ଜିଆରପି ଓ ଆରପିଏଫ । ବ୍ୟାଗ୍‌ ଖୋଲିବାରୁ ମିଳିଥିଲା ଗଞ୍ଜେଇ । ତୁରନ୍ତ ଜିଆରପି ଥାନାକୁ ନେଇ ଅଧିକ ପଚରା ଉଚୁରା କରିଥିଲା ପୋଲିସ । 

ସେହିଭଳି ବିଶାଖାପାଟଣା ଟ୍ରେନ୍‌ରୁ ମଧ୍ୟ ଏକ ଯୁବକକୁ ସନ୍ଦେହରେ ଯାଞ୍ଚ କରିବାରୁ ୧୦ କିଲୋ ଗଞ୍ଜେଇ ଚୋରାଚାଲାଣ କରୁଥିବା ଦେଖିବାକୁ ମିଳିଥିଲା । କୋରାପୁଟ ଜିଆରପି ଥାନାରେ ଏନେଇ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବ ବୋଲି ଜିଆରପି ଥାନା ଅଧିକାରୀ ସନ୍ତୋଷୀ ମହନ୍ତ କହିଛନ୍ତି ।


You Can Read:

ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ପ୍ରତିକ୍ରିୟାର ଜବାବ ଦେଲା ବିଜେପି, ଆଇନ ମନ୍ତ୍ରୀ କହିଲେ- ରାଜନୈତିକ ଉଦ୍ଦେଶ୍ୟ ରଖି ବିଜେଡ଼ି ଓ କଂଗ୍ରେସ ଏଭଳି ମନ୍ତବ୍ୟ ଦେଉଛନ୍ତି


  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.