ଭୁବନେଶ୍ବର ୧୬।୧୧: ଅବକାରୀ ବିଭାଗର ବଡ ପଦକ୍ଷେପ । ୮ ଜଣ ଅବକାରୀ କର୍ମଚାରୀ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ଅବକାରୀ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କୃତ କଲେ ଅବକାରୀ କମିଶନର ନରସିଂହ ଭୋଳ । ବହିଷ୍କୃତଙ୍କ ମଧ୍ୟରେ ତିନି ଜଣ ଏଏସ୍ଆଇ ଓ ପାଞ୍ଚ ଜଣ କନଷ୍ଟେବଳ ଅଛନ୍ତି ।
ବହିଷ୍କୃତ ତିନି ଏଏସଆଇଙ୍କ ମଧ୍ୟରେ ଔରପଲକ ଦାସ, ସୁଦିପ୍ତ ଦାସ ଓ ନିରଞ୍ଜନ ଖଟୁଆ ଅଛନ୍ତି । ୫ ଜଣ କନଷ୍ଟେବଲଙ୍କ ମଧ୍ୟରେ ଦୀପକ ପାଣୀଗ୍ରାହୀ, ତ୍ରିଲୋଚନ ରାଇଚିତା, ଆର୍ ଭେଙ୍କେଟେସ କୁମାର, ତ୍ରିନାଥ ସବର ଓ ରାଜୀବ ଭଞ୍ଜ ଅଛନ୍ତି ।
ଅବକାରୀ ବିଭାଗର ୨୧ କର୍ମଚାରୀଙ୍କ ବିରୁଦ୍ଧରେ ବିଭନ୍ନ ଅଭିଯୋଗରେ ମାମଲାର ତଦନ୍ତ ଚାଲିଥିଲା । ଅନ୍ୟ ୨୦ ଜଣ ଅବକାରୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଥିବା ମଧ୍ୟ ଖବର ମିଳିଛି । ଏମାନଙ୍କ ବିରୁଦ୍ଧରେ ଡିପାର୍ଟମେଣ୍ଟାଲ ଇନକ୍ବାରୀ ସମୟରେ ଅନେକ ଭୁଲ୍ ବାହାରିଥିବା ଜଣାପଡିଛି ।
You Can Read: