କୋଣାର୍କ ୧୬।୧୧: କୋଣାର୍କ ସୂର୍ଯ୍ୟ ମନ୍ଦିର ଓ ବ୍ୟାଖ୍ୟାନ କେନ୍ଦ୍ର ପରିଦର୍ଶନ କଲେ ୨୦ଟି ଦେଶର ରାଷ୍ଟ୍ରଦୂତ । ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା । ଅତିରିକ୍ତ ଏସ୍ପି, ନିମାପଡ଼ା ଏସ୍ଡ଼ିପିଓ, ସମେତ ଦେଢ ପ୍ଲାଟୁନ ଫୋର୍ସ ଓ ୧୦ଜଣ ଅଫିସର ମୁତୟନ ଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ (ପ୍ରୋଟକଲ) ନୀଳମାଧବ ଭୋଇ, ଗୋପ ତହସିଲଦାର ଉପସ୍ଥିତ ଥିଲେ । ସୂର୍ଯ୍ୟ ମନ୍ଦିର କାରୁକାର୍ଯ୍ୟ ଦେଖି ୨୦ଟି ଦେଶର ରାଷ୍ଟ୍ରଦୂତ ଭାବ ବିହ୍ବଳ ହୋଇଥିଲେ । ୧୨ଶହ ବଢେଇଙ୍କ ନିହାଣ ମୁନରେ ପଥରକୁ ଖୋଳି ଯେଉଁ କଳା ଭାସ୍କର୍ଯ୍ୟ ତାହା ଏକ ଚିରସ୍ମରଣୀୟ ହୋଇଥିବା ମତପ୍ରକାଶ କରିଛନ୍ତି ୨୦ଟି ଦେଶର ରାଷ୍ଟ୍ରଦୂତ । ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କଡାକଡି କରଯାଇଥିଲା ।
You Can Read:
ଅନାସ୍ଥାରେ ପଦ ହରାଇଲେ ଢେଙ୍କାନାଳ ସଦର ବ୍ଲକ୍ ଅଧ୍ୟକ୍ଷା, ବିପକ୍ଷରେ ପଡିଲା ୪୪ ଭୋଟ୍