ବ୍ୟାଙ୍କରୁ ଲୋନ୍ ଟଙ୍କା ଉଠାଇ ନେଉଥିବା ବେଳେ ଲୁଟିଲେ ଦୁର୍ବୃତ୍ତ, ଦୁଇ ଯୁବକ ଅଟକ

Published By : Prameya-News7 Bureau | November 16, 2024 IST

ଭୋଗରାଇ ୧୬।୧୧: ବ୍ୟାଙ୍କରୁ ଲୋନ୍ ଟଙ୍କା ଉଠାଇ ନେଉଥିବା ବେଳେ ଟଙ୍କା ଲୁଟିଲେ ଦୁର୍ବୃତ୍ତ । ବାଲେଶ୍ୱର ଜିଲ୍ଲା ଭୋଗରାଇ  ଦେହୁର୍ଦ୍ଦା ସ୍ଥିତ ଷ୍ଟେଡ଼ ବ୍ୟାଙ୍କରୁ ଦିନ ଦିପ୍ରହର ସମୟରେ ବନାବସାଣ ସ୍ଥିତ ମା’ ବାସନ୍ତୀ ସ୍ଵୟଂ ସହାୟିକା ଗୋଷ୍ଠୀର ମହିଳା ମାନେ ୪ ଲକ୍ଷ ଟଙ୍କା ଉଠାଇ ଆଣିଥିଲେ । ଏହି ସମୟରେ ଏକ ଆପାଚି ବାଇକରେ ଆସି ଦୁଇ ଜଣ ଯୁବକ ଟଙ୍କା ଲୁଟ୍ କରିଥିଲେ । ମହିଳା ମାନେ ଚିତ୍କାର କରିବା ପରେ ସ୍ଥାନୀୟ ଲୋକ ମାନେ ଦୁଇ ଜଣ ଯୁବକଙ୍କୁ କାବୁ କରିବା ସହିତ ଉତ୍ତମ ମଧ୍ୟମ ଦେଇ ଟଙ୍କା ବ୍ୟାଗ୍‌କୁ ଛଡାଇ ମହିଳା ମାନଙ୍କୁ ଦେଇଥିଲେ । ଖବର ପାଇ ଭୋଗରାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ସେଠାରୁ ଥାନାକୁ ଆଣି ଅଟକ ରଖି ଅଧିକ ପଚରା ଉଚରା କରୁଛି ।

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.