SCBରେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ଖୋଲିଲା ନୂଆ ସହାୟତା କେନ୍ଦ୍ର

Published By : Prameya-News7 Bureau | November 16, 2024 IST

କଟକ ୧୬।୧୧: କଟକ ଏସ୍‌ସିବି ମେଡିକାଲକୁ ଆସୁଥିବା ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟ ମାନଙ୍କୁ ସହାୟତା ଦେବା ଉଦ୍ଦେଶ୍ୟରେ ଖୋଲିଲା ନୂଆ ସହାୟତା କେନ୍ଦ୍ର । ଶୁଶ୍ରୁତ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ର ନାମରେ ଆରମ୍ଭ ହୋଇଥିବା ଏହି ସହାୟତା କେନ୍ଦ୍ରକୁ ଲୋକାର୍ପିତ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ । ଉତ୍କଳ ବିପର୍ଣ୍ଣ ସହାୟତା ସମିତି ଜରିଆରେ ଏହି କେନ୍ଦ୍ରଟି କାର୍ଯ୍ୟକ୍ଷମ ହେବ । ଏସସିବି ମେଡିକାଲର ପ୍ରବେଶ ଦ୍ୱାର ଠାରୁ ମାତ୍ର ଅଳ୍ପ ଦୂରରେ ଏହି ସହାୟତା କେନ୍ଦ୍ରଟି ରହିଛି । ଯେଉଁଠୁ ୨୪ ଘଣ୍ଟିଆ ସେବା ପାଇପାରିବେ ସାଧାରଣ ଲୋକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।


You Can Read:

ସରକାରଙ୍କ ଠାରୁ ଜମି ନେଉଛନ୍ତି, ଖଣି ବାହାରେ ବିକୁଛନ୍ତି : ତାରା ବାହିନୀପତି

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.