ରାଜ୍ୟ ସରକାର ଓ ସିଙ୍ଗାପୁରର ବିଭିନ୍ନ ସଂସ୍ଥା ମଧ୍ୟରେ ୮ଟି MoU ସ୍ୱାକ୍ଷରିତ, ଉପସ୍ଥିତ ଥିଲେ ସିଙ୍ଗାପୁର ରାଷ୍ଟ୍ରପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Published By : Prameya-News7 Bureau | January 17, 2025 IST

ଭୁବନେଶ୍ବର ୧୭।୧: ବିଶ୍ଵ ଦକ୍ଷତା କେନ୍ଦ୍ର ପରିସରରେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ସ୍ବାକ୍ଷର ହେଲା MoU । ଓଡ଼ିଶା ସରକାର ଓ ସିଙ୍ଗାପୁରର ବିଭିନ୍ନ ସଂସ୍ଥା ମଧ୍ୟରେ ୮ଟି MoU ସ୍ୱାକ୍ଷରିତ ହୋଇଛି । ସିଙ୍ଗପୁର ଆଇଟିଇଏସ କମ୍ପାନୀ ସହିତ ଚୁକ୍ତିନାମା ସ୍ବାକ୍ଷର କଲେ ଓଡିଶା ସରକାର ।

ଭବିଷ୍ୟତ ପାଇଁ ଦକ୍ଷତା ବିକାଶ: ଓଡ଼ିଶାରେ ଏହି କ୍ଷେତ୍ରରେ ବ୍ୟାପକତା ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନ କୌଶଳ ଶିକ୍ଷା ବିଭାଗ ଓ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର । ସେହିଭଳି ଅକ୍ଷୟ ଶକ୍ତି ଜ୍ଞାନ କୌଶଳ ସଂପର୍କରେ ଗବେଷଣା ପାଇଁ ରାଜ୍ୟ ଶକ୍ତି ବିଭାଗ, IIT ଭୁବନେଶ୍ୱର ଓ ସିଙ୍ଗାପୁରର ନାନ୍ୟାଙ୍ଗ ଟେକ୍ନୋଲଜିକାଲ ୟୁନଭରସିଟି ମଧ୍ୟରେ ତ୍ରିପାକ୍ଷିକ MoU ସ୍ବାକ୍ଷର । ରାଜ୍ୟରେ ଇଣ୍ଡଷ୍ଟ୍ରିଆଲ ପାର୍କ ସ୍ଥାପନ ପାଇଁ ଇଡକୋ ସହ ସିଙ୍ଗାପୁରର ସେମ୍ବକର୍ପ ସହ MoU । ଭୁବନେଶ୍ଵରରେ ନୂତନ ସହର ବିକାଶ ଲାଗି ବିଡିଏ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ସହ ବୁଝାମଣା ପତ୍ର ସ୍ବାକ୍ଷର । ସେମିକଣ୍ଡକ୍ଟର କ୍ଷେତ୍ରରେ ଦକ୍ଷତା ବିକାଶ ଲାଗି ରାଜ୍ୟ ଦକ୍ଷତା ବିକାଶ ବିଭାଗ ସହ ସିଙ୍ଗାପୁରସ୍ଥିତ ଆଇଟିଇ ଏଜୁକେସନ ସର୍ଭିସେସ ମଧ୍ୟରେ MoU । ଗ୍ରୀନ ହାଇଡ୍ରୋଜେନ୍ କରିଡ଼ର ସ୍ଥାପନ ଲାଗି ଇପିକଲ ଓ ସିଙ୍ଗାପୁରର ସେମ୍ୱକର୍ପ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର । ପାରାଦୀପରେ ପେଟ୍ରୋଲିୟମ, କେମିକାଲ ଓ ପେଟ୍ରୋ କେମିକାଲ ନିବେଶ କ୍ଷେତ୍ର ଲାଗି ଇଡକୋ ସହ ସିଙ୍ଗାପୁରର ସୁରବନ ଜୁରଙ୍ଗ ମଧ୍ୟରେ MoU । ଓଡ଼ିଶାରେ ଆର୍ଥିକ ଓ ପ୍ରଯୁକ୍ତିଗତ ପରିଚାଳନାର ସୁଦୃଢ଼ୀକରଣ ପାଇଁ ରାଜ୍ୟ ବିଜ୍ଞାନ ତଥା ସୂଚନା ଓ ପ୍ରଯୁକ୍ତି ବିଭାଗ ସହ ସିଙ୍ଗାପୁରରେ GFTN ସହ MoU ସ୍ବକ୍ଷରିତ ହୋଇଛି ।

ସିଙ୍ଗାପୁର ସହ ରାଜ୍ୟ ସରକାରଙ୍କ MoU ସ୍ୱାକ୍ଷରିତ ହେବ, ଏହାଦ୍ୱାରା ଓଡ଼ିଶାରେ ପୁଞ୍ଜି ନିବେଶ ହେବ : ମୁଖ୍ୟମନ୍ତ୍ରୀ

ଉତ୍କର୍ଷ ଓଡ଼ିଶା ପୂର୍ବରୁ ସିଙ୍ଗାପୁର ରାଷ୍ଟ୍ରପତି ଓଡ଼ିଶା ଆସିବା ଏହା ସୂଚାଉଛି ଯେ ଉତ୍କର୍ଷ ଓଡ଼ିଶା ଉତ୍କର୍ଷ ହେବ । ଏହା ଶିଳ୍ପ ଓ ସ୍କିଲ ଡେଭେଲପମେଣ୍ଟ ବିଭାଗ ପାଇଁ ଏହା ଭଲ ହେବ । ଆଜି ସିଙ୍ଗାପୁର ITES ସହ MoU ସ୍ଵାକ୍ଷର ହୋଇଛି । ସେମି କଣ୍ଡକ୍ଟରର ଯେହେତୁ ଚାହିଦା ବଢୁଛି, ତାକୁ ଲକ୍ଷ୍ୟ କରି MoU ହୋଇଛି । ଯୁବକଙ୍କୁ ଦକ୍ଷ କରାଯିବ। ସିଙ୍ଗାପୁର ସରକାର ସହ ଇଣ୍ଡଷ୍ଟ୍ରିଆଲ ପାର୍କ ନିର୍ମାଣ ନେଇ କାମ ହେବ । ପାରାଦୀପରେ ଗ୍ରୀନ୍ ହାଇଡ୍ରୋଜେନ ମାନୁଫାକଚରିଂ ନେଇ MoU ହୋଇଛି । ସିଙ୍ଗାପୁର ସହ ମିଶି ପାରାଦୀପ ପେଟ୍ରୋ କେମିକାଲ ହବ୍ କରାଯିବ । ଓଡ଼ିଆ ଯୁବକ ନିଯୁକ୍ତି ପାଇବେ । ଉତ୍କର୍ଷ ଓଡ଼ିଶାରେ ବଡ଼ ବଡ଼ କମ୍ପାନୀ ଯୋଗ ଦେବାକୁ କଥା ହୋଇଛି । ଗତ ୬ ମାସରେ ୨ ଲକ୍ଷ ୪୦ ହଜାର କୋଟି ଟଙ୍କାର ନିବେଶ ପାଇଁ ଅନୁମୋଦନ ଦେଇଛନ୍ତି ସରକାର । ପ୍ରଧାନମନ୍ତ୍ରୀ ଉତ୍କର୍ଷ ଓଡ଼ିଶାରେ କାର୍ଯ୍ୟକ୍ରମରେ ଯୋଗ ଦେବେ । ପୋସ୍କୋ JSW କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ କରିବେ ବୋଲି ଶିଳ୍ପ ମନ୍ତ୍ରୀ କହିଛନ୍ତି ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଥରମନ୍ ସନମୁଗରତ୍ନମ । ଅପରାହ୍ନ ୪ଟାରେ ବିଶ୍ବ ଦକ୍ଷତା ବିକାଶ କେନ୍ଦ୍ରରେ ରାଜ୍ୟ ସରକାରଙ୍କ ସହ ବୁଝାମଣାପତ୍ର ସ୍ବାକ୍ଷରିତ କରିବା ସହ ୱାର୍ଲଡ଼ ସ୍କିଲ୍ ସେଣ୍ଟର ମଧ୍ୟ ବୁଲି ଦେଖିଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି । ସେହିପରି ଶନିବାର ରଘୁରାଜପୁର ହେରିଟେଜ୍ ଭିଲେଜ ଓ ଆଇଓସିଏଲ ଇଣ୍ଟରପେସନ୍ ବୁଲି ଦେଖିବେ । ଏଥିସହ କୋଣାର୍କ ମନ୍ଦିର ପରିଦର୍ଶନ କରିବେ । ଏହାସହ ଅନ୍ଧାରୁଆରେ ଥିବା ଭାରତ ବାୟୋଟେକର ଟିକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରି ଅଧିକାରୀ ମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

You Can Read:

ପତ୍ନୀ ହତ୍ୟା ଅଭିଯୋଗରେ ପୂର୍ବତନ ହାବିଲଦାରଙ୍କୁ ମୃତ୍ୟୁ ଯାଏଁ ସଶ୍ରମ କାରାଦଣ୍ଡାଦେଶ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.