କଂଗ୍ରେସକୁ ଚିଠି ଲେଖିଲେ ନିର୍ବାଚନ ଆୟୋଗ, ଭେଟିବାକୁ ଡାକିଲେ

Published By : Prameya-News7 Bureau | October 09, 2024 IST

ନୂଆଦିଲ୍ଲୀ ୯।୧୦: ହରିୟାଣା ନିର୍ବାଚନରେ ହେରଫେର ଅଭିଯୋଗ ନେଇ ନିର୍ବାଚନ ଆୟୋଗ ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ଚିଠି ଲେଖିଛନ୍ତି। କଂଗ୍ରେସ ଅଭିଯୋଗ କରିଥିଲା ଯେ ହରିୟାଣା ବିଧାନସଭା ନିର୍ବାଚନ ଭୋଟଗଣନାକୁ ଜାଣି ଶୁଣି ଧିମା କରାଯାଇଥିଲା। ସେହିପରି କିଛି ନେତା ଇଭିଏମ ଉପରେ ପ୍ରଶ୍ନଚିହ୍ନ ଲଗାଇଥିଲେ। ଏଥି ମଧ୍ୟରେ ନିର୍ବାଚନ ଆୟୋଗ ଖଡଗେଙ୍କୁ ପତ୍ର ଲେଖିଛନ୍ତି। କହିଛନ୍ତି ଆପଣଙ୍କ ଓ ବିରୋଧୀ ଦଳ ନେତାଙ୍କ ଅଭିଯୋଗ ଆମ ନଜରକୁ ଆସିଛି। 

ଯେଉଁଥିରେ ହରିୟାଣା ନିର୍ବାଚନ ଫଳାଫଳକୁ କଂଗ୍ରେସ  ‘ଅପ୍ରତ୍ୟାସିତ’ ଓ ଏହାର ବିଶ୍ଲେଷଣ କରିବା ସହିତ ନିର୍ବାଚନ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି କହିଛି। ଏହାକୁ ଆମେ ଗୁରୁତର ସହ ଗ୍ରହଣ କରିଥିବା ନିର୍ବାଚନ ଆୟୋଗ କହିଛନ୍ତି। ଆୟୋଗ କହିଛନ୍ତି ଯେ କଂଗ୍ରେସ ନେତା ଜୟରାମ ରମେଶ ଓ ପବନ ଖେରା ନିର୍ବାଚନ ଫଳାଫଳ ଅସ୍ୱୀକାର୍ଯ୍ୟ ବୋଲି କହିଛନ୍ତି। ଦେଶର ସମୃଦ୍ଧ ଗଣତାନ୍ତ୍ରୀକ ବ୍ୟବସ୍ଥାରେ ଏପରି ବୟାନ ଆମେ କେବେ ଶୁଣିନୁ ବୋଲି ଆୟୋଗ କହିଛନ୍ତି। 

ଏପରି ବୟାନବାଜୀ ଅଭିବ୍ୟକ୍ତିର ସ୍ୱାଧୀନତାଠୁ ଢେର ଦୂରରେ। ନିର୍ବାଚନ ଆୟୋଗ କହିଛନ୍ତି ଯେ ଆମେ ପାର୍ଟି ସଭାପତି ଓ ରାହୁଲ ଗାନ୍ଧିଙ୍କ ନିର୍ବାଚନ ଫଳାଫଳକୁ ନେଇ ବୟାନକୁ ପାର୍ଟିର ଔପଚାରିକ ସ୍ଥିତି ବୋଲି ଭାବୁଛୁ। ଏଣୁନିର୍ବାଚନ ଆୟୋଗ କଂଗ୍ରେସ ପ୍ରତିନିଧି ମଣ୍ଡଳଙ୍କୁ ଭେଟିବା ପାଇଁ ସହମତି ଦେଇଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.