ଗଧ ଲାଗି ‘ବିଗବସ୍’ ରେ ଝାମେଲା, ସଲମାନ ଖାନଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଲେ PETA

Published By : Prameya-News7 Bureau | October 09, 2024 IST

ମୁମ୍ବାଇ ୯।୧୦: ବିଗବସ୍-୧୮ର ଗ୍ରାଣ୍ଡ ପ୍ରିମିୟର ଅକ୍ଟୋବର ୬ ତାରିଖରେ ହୋଇଛି। ଏଥର ବି ସଲମାନ ଖାନ ଏହି ସୋ କୁ ହଷ୍ଟ କରୁଛନ୍ତି। ଏଥର ସୋରେ ୧୮ କଣ୍ଟେଷ୍ଟାଣ୍ଟଙ୍କୁ ସାମିଲ କରାଯାଇଛି। ତେବେ ସବୁଠୁ ମଜା କଥା ଯାହା ତାହା ହେଉଛି ଏଥର ସୋ ରେ ଏକ ଗଧକୁ ବି ସାମିଲ କରାଯାଇଛି। ଯେଉଁଥି ପାଇଁ ଏବେ ସମସ୍ୟା ଉପୁଜିଛି। କୁହାଯାଉଛି ପ୍ୟୁପିଲ ଫର ଦି ଇଥିକାଲ ଟ୍ରିଟମେଣ୍ଟ ଅଫ ଆନିମଲ (ପେଟା) ସୋ ମେକରଙ୍କୁ ଲିଗାଲ ନୋଟିସ୍ ପଠାଇଛି। 

ଉଲ୍ଲେଖଯୋଗ୍ୟ ଯେ ସୋ ଆରମ୍ଭରେ ଗଧକୁ  ‘ଗଧରାଜ’ ଭାବେ ଇଣ୍ଟରଡକ୍ସନ କରାଯାଇଛି। ଯାହାକୁ ନେଇ ପେଟା ଆପତ୍ତି କରିଛି ସାଙ୍ଗକୁ କାର୍ଯ୍ୟକ୍ରମରୁ ଗଧକୁ ହଟାଇବାକୁ ବି ଅନୁରୋଧ କରିଛି। ଏଥର ବିଗବସ୍ ରେ ଜଣକ ଠୁ ବଳି ଜଣେ କଣ୍ଟେଷ୍ଟାଣ୍ଟ ଅଛନ୍ତି। ତେବେ ପ୍ରତି ଥର ଭଳି ଏଥର କେହି ଜଣେ ବିଜେତା ହେବେ। ଯଦି ସୋ ନିୟମ ଅନୁସାରେ କିଛି କଣ୍ଟେଷ୍ଟାଣ୍ଟଙ୍କ ପଇସା ବି କଟିବ। ସେହିପରି ଫିନାଲେ ପୂର୍ବରୁ କେତେକ କଣ୍ଟେଷ୍ଟାଣ୍ଟ ପଇସା ନେଇ ବାହାରିଯିବେ। ତେବେ ଯାହା ବି ହେବ ୧୦୫ ଦିନ ପରେ ଜଣାପଡିବ। 

ଏଥର ପ୍ରାଇଜ ମନିର କଥା କୁହାଗଲେ ମେକର୍ସ ୫୦ ଲକ୍ଷ ଟଙ୍କା ରଖିଛନ୍ତି। ତେବେ ଏହି ପ୍ରାଇଜ ମନି ଲଗାତାର ହ୍ରାସ ହେବାରେ ଲାଗିଛି।  ହେଲେ ଅନେକ ଥର କୌଣସି ଟାସ୍କକୁ ନେଇ ସୋ ରେ ପୁରସ୍କାର କମ ବହୁତ ବି ହୁଏ। ଏଥିରେ କୁହାଯାଉଥିବା ରାଶି ବି ଚୂଡ଼ାନ୍ତ ନୁହେଁ। ଅନେକ କ୍ଷେତ୍ରରେ ଦେଖାଯାଇଛି ସୋ ମଝିରେ କଣ୍ଟେଷ୍ଟାଣ୍ଟ ପଇସା ନେଇ ସୋ ଛାଡି ପଳେଇଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.