ଆରବିଆଇ ମନିଟାରୀ ପଲିସି ବୈଠକରେ ବଡ଼ ନିଷ୍ପତ୍ତି:ଋଣରେ ଲାଗିବ ନାହିଁ ପ୍ରି-ପେମେଣ୍ଟ ପେନାଲ୍ଟି

Published By : Prameya-News7 Bureau | October 09, 2024 IST

financialexpress.com

ନୂଆଦିଲ୍ଲୀ: RBIର ମନିଟାରୀ ପଲିସି ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି। ଏଣିକି ଫ୍ଲୋଟିଂ ରେଟ୍ ଟର୍ମ ଲୋନ ବନ୍ଦ କଲେ ଫୋରକ୍ଲୋଜର ଚାର୍ଜ କିମ୍ବା ପ୍ରି-ପେମେଣ୍ଟ ପେନାଲ୍ଟି ଦେବାକୁ ପଡ଼ିବ ନାହିଁ। ବ୍ୟାଙ୍କ କିମ୍ବା ଏନବିଏଫସି ଏହି ଚାର୍ଜ ଆଦାୟ କରିପାରିବେ ନାହିଁ ବୋଲି କହିଛନ୍ତି ଆର୍‌ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ।

ଗଭର୍ଣ୍ଣର କହିଛନ୍ତି ଯେ ଏହି ଗାଇଡଲାଇନ ଲଘୁ ଏବଂ କ୍ଷୁଦ୍ର ଉଦ୍ୟୋଗ ଉପରେ ମଧ୍ୟ ଲାଗୁ ହେବ। ଅର୍ଥାତ ମାଇକ୍ରୋ ଏବଂ ସ୍ମଲ ଏଣ୍ଟରପ୍ରାଇଜକୁ ଦିଆଯାଉଥିବା ଫ୍ଲୋଟିଂ ରେଟ ଟର୍ମ ଲୋନ ଉପରେ ମଧ୍ୟ ବ୍ୟାଙ୍କ୍ ଏବଂ ଏନବିଏଫସି ଫୋରକ୍ଲୋଜର ଚାର୍ଜ କିମ୍ବା ପ୍ରି-ପେମେଣ୍ଟ ପେନାଲ୍ଟି ଲଗାଇବେ ନାହିଁ। ଏନେଇ ଖୁବ୍ଶୀଘ୍ର ସର୍କୁଲାର ଜାରି କରାଯିବ।

ବ୍ୟାଙ୍କ ଦୁଇ ପ୍ରକାରରେ ଲୋନର ସୁଧ ହାର ନିର୍ଦ୍ଧାରିତ କରିଥାଏ। ଗୋଟିଏ ଫ୍ଲୋଟିଂ ରେଟ ଲୋନ ଏବଂ ଅନ୍ୟଟି ଫିକ୍ସ ରେଟ ଲୋନ। ଫ୍ଲୋଟିଂ ରେଟ ଲୋନ ବେଞ୍ଚମାର୍କ ରେଟ ଉପରେ ଆଧାରିତ। ଆରବିଆଇ ରେପୋ ରେଟରେ ପରିବର୍ତ୍ତନ କଲେ ଫ୍ଲୋଟିଂ ରେଟ ଲୋନରେ ସୁଧ ହାର କମ୍ ବେଶି ହୋଇଥାଏ। କିନ୍ତୁ ଫିକ୍ସ ରେଟ ଲୋନରେ ସୁଧ ହାର ସ୍ଥିର ରହିଥାଏ। ଲୋନ ନେବା ସମୟରେ ଯେଉଁ ସୁଧ ହାର ଥାଏ ତାହା ଲୋନ ଶେଷ ହେବା ପର୍ଯ୍ୟନ୍ତ ରହିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.