ଗତ ୩ ମାସ ହେଲା କମିଲାଣି ଡାଲି ଦର, ହେଲେ ଚଢ଼ା ଦରରେ ବିକୁଛନ୍ତି ରିଟେଲର୍ସ: ଚାଗିଦ୍ କଲେ ସରକାର

Published By : Prameya-News7 Bureau | October 09, 2024 IST

livemint

ନୂଆଦିଲ୍ଲୀ: ଡାଲିର ହୋଲ୍‌ସେଲ ଦର ଗତ ୩ ମାସରେ ୧୦ ପ୍ରତିଶତ କମିଛି। ହେଲେ ଖୁଚୁରା ବ୍ୟବସାୟୀମାନେ ଏବେ ବି ଚଢ଼ା ଦରରେ ଡାଲି ବିକ୍ରି କରୁଛନ୍ତି। ଫଳରେ ଖାଉଟିଙ୍କ ପରେ ପଡ଼ୁଛି ମହଙ୍ଗା ମାଡ଼। ତେଣୁ ଡାଲି ଦର କମାଇବାକୁ ରିଟେଲରରମାନଙ୍କୁ ତାଗିଦ୍ କରିଛନ୍ତି କେନ୍ଦ୍ର ସରକାର। 

ଡାଲିର ହୋଲସେଲ ଦର କମିଛି। ହେଲେ ରିଟେଲ୍‌ରେ କାହିଁକି ଚଢ଼ା ଦରରେ ବିକ୍ରି ହେଉଛି? ଏନେଇ କେନ୍ଦ୍ର ସରକାର ରିଟେଲରମାନଙ୍କୁ ତାଗିଦ କରିଛନ୍ତି। ମଙ୍ଗଳବାର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ସଚିବ ନିଧି ଖରେ, ରିଟେଲର୍ସ ଆସୋସିଏସନ ଏବଂ ଦେଶର ବଡ଼ ରିଟେଲ ଚେନ୍ର ପ୍ରତିନିଧିଙ୍କ ସହ ଏକ ବୈଠକ କରି ଏହି ପ୍ରଶଙ୍ଗ ଉଠାଇଥିଲେ। ଲଗାତାର ଭାବରେ ଡାଲିର ପାଇକାରୀ ମୂଲ୍ୟ ଏବଂ ଖୁଚୁରା ମୂଲ୍ୟ ଭିନ୍ନ ଭିନ୍ନ ରହୁଛି। ଖୁଚୁରା ବିକ୍ରେତା ଅଧିକ ମାର୍ଜିନ ରଖୁଛନ୍ତି ବୋଲି ନିଧି ଖରେ ଜାଣିବାକୁ ପାଇଥିଲେ। 

ବୈଠକରେ ନିଧି ଖରେ କହିଥିଲେ ଯେ ବର୍ତ୍ତମାନ ଡାଲିର ଖୁଚୁରା ବଜାର ସ୍ଥିତି ଭଲ ରହିଛି। ସେପଟେ ହୋଲ୍‌ସେଲ୍ ଦାମ କମିଛି। ତେଣୁ ଡାଲି ରେଟ୍ ତୁରନ୍ତ କମାଅ। ଏହାସହ ରିଟେଲ ଚେନ୍‌ଙ୍କୁ ମଧ୍ୟ NCCF ଏବଂ ନାଫେଡ ସହ ସହଯୋଗ କରିବାକୁ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଫଳରେ ଭାରତ ବ୍ରାଣ୍ଡ୍ ଡାଲି ସହଜରେ ଉପଲବ୍ଧ କରାଯାଇପାରିବ। ଏହା ମାଧ୍ୟମରେ ମସୂର ଡାଲି ମୁଗ ଡାଲି ବିକ୍ରି କରାଯିବ।

ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଖରିଫ ଫସଲର ଉତ୍ପାଦନ ଗତ ବର୍ଷ ତୁଳନାରେ ୭ ପ୍ରତିଶତ ବୃଦ୍ଧି ହୋଇଛି। ଖରିଫ୍ ହରଡ଼ ଏବଂ ମୁଗ ବଜାରକୁ ମଧ୍ୟ ଆସିଲାଣି। ତେଣୁ ଡାଲି ରେଟ୍ କମାଇବାକୁ କହିଛନ୍ତି ସଚିବ। ଯଦି ଏଭଳି ନକରି ଅଧିକ ମାର୍ଜିନ ରଖି ବ୍ୟବସାୟୀ ଡାଲି ବିକ୍ରି କରନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ବୋଲି ସଚିବ ସତର୍କବାଣୀ ଶୁଣାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.