କ୍ରିକେଟରେ ଇଲେକ୍ଟ୍ରା ଷ୍ଟମ୍ପ ଯୁଗ ଆରମ୍ଭ; ଆଉଟ୍ ହେଲେ ଜଳିବ ନିଆଁ, ଅମ୍ପାୟାର ଭଳି କରିବା କାମ

Published By : Prameya-News7 Bureau | December 23, 2023 IST

ମୁମ୍ବାଇ: କ୍ରିକେଟ୍ ଇତିହାସରେ ଇଲେକ୍ଟ୍ରା ଷ୍ଟମ୍ପ ଯୁଗ ଆରମ୍ଭ ହେଲା । ଅମ୍ପାୟାର ଭଳି ଖେଳ ପରିଚାଳନା କରିବ ଷ୍ଟମ୍ପ । ଅଷ୍ଟ୍ରେଲିଆରେ ଚାଲୁଥିବା ବିଗ୍ ବାସ୍ ଲିଗ୍ ଏହି ଅତ୍ୟାଧୁନିକ ଇଲେକ୍ଟ୍ରା ଷ୍ଟମ୍ପକୁ ବ୍ୟବହାର କରାଯାଇଛି । ବିବିଏଲରେ କ୍ରିକେଟ୍ ଫ୍ୟାନ୍ସ ଏହି ଓ୍ବିକେଟ ଷ୍ଟମ୍ପକୁ ଦେଖି ଖୁସି ହୋଇଛନ୍ତି । କାରଣ ଇଣ୍ଟରନ୍ୟାସନାଲ୍ କ୍ରିକେଟରେ ବର୍ତ୍ତମାନ ସମୟରେ କେବଳ ଏଲଇଡି ଲାଇଟ୍ ଷ୍ଟମ୍ପ ବ୍ୟବହାର କରାଯାଉଛି ।

wp:html /wp:html

ଇଲେକ୍ଟ୍ରା ଷ୍ଟମ୍ପ୍ ପ୍ରଥମେ ମହିଳା ବିଗ୍ ବାସ୍ ଲିଗ୍‌ରେ ବ୍ୟବହାର କରାଯାଇଥିଲା । ଏବେ ପୁରୁଷ ବିଗ୍ ବାସ୍ ଲିଗ୍‌ରେ ଏହାକୁ ବ୍ୟବହାର କରାଯାଉଛି । ଆଡିଲେଡ୍ ଷ୍ଟ୍ରାଇକର୍ସ ଏବଂ ସିଡନୀ ସିକ୍ସର୍ସ ମ୍ୟାଚରେ ଇଲେକ୍ଟ୍ରା ଷ୍ଟମ୍ପ୍ ଲଗାଯାଇଥିଲା । ଏନେଇ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମାର୍କ ଓ୍ବ କହିଛନ୍ତି, ରଙ୍ଗିନ୍ ଷ୍ଟମ୍ପ, ଫ୍ୟାନ୍ସ ଏବଂ କ୍ରିକେଟରଙ୍କ ପାଇଁ ଏକ ପ୍ରକାର ଖ୍ରୀଷ୍ଟମାସ୍ ଗିଫ୍ଟ ଭଳି ।

wp:html /wp:html

ଇଲେକ୍ଟ୍ରା ଷ୍ଟମ୍ପ ଏବେ ପରୀକ୍ଷଣ ଭାବେ ବ୍ୟବହାର କରାଯାଉଛି । ଷ୍ଟମ୍ପରେ ୫ ଭିନ୍ନ ଭିନ୍ନ ରଙ୍ଗର ଲାଇଟ୍ ରହିଛି । ମ୍ୟାଚ ସମୟରେ ବିଭିନ୍ନ ପରିଣାମ ପାଇଁ ଷ୍ଟମ୍ପରେ ପାଞ୍ଚ ପ୍ରକାର ଭିନ୍ନ ରଙ୍ଗର ଲାଇଟ୍ ଜଳିବ ।  ଆଉଟ୍ ହେବା, ଚୌକା, ଛକା, ନୋ-ବଲ୍ ଏବଂ ଓଭର ପରିବର୍ତ୍ତନରେ ସଙ୍କେତ ଦେବ ।

wp:embed {"url":"https://www.prameyanews7.com/hardik-pandya-may-be-ruled-out-afghanistan-series/","type":"wp-embed","providerNameSlug":"prameya-news-7"}
https://www.prameyanews7.com/hardik-pandya-may-be-ruled-out-afghanistan-series/
/wp:embed

ଉଦାହରଣ ସ୍ବରୂପ, କୌଣସି ଓ୍ବିକେଟ୍ ପଡ଼ିଲେ ତିନି ଷ୍ଟମ୍ପରେ ଲାଲ୍ ରଙ୍ଗର ବତୀ ଜଳିବ ଏବଂ ନିଆଁ ଲାଗିଲା ଭଲି ଦୃଶ୍ୟମାନ ହେବ । ନୋ-ବଲ ହେଲେ ଷ୍ଟମ୍ପରେ ଲାଲ୍ ଏବଂ ଧଳା ରଙ୍ଗର ବତୀ ଜଳିବ । ଓଭର ଶେଷ ହେଲେ ଷ୍ଟମ୍ପ ପୂରା ନୀଳ ଏବଂ ବାଇଗଣୀ ହୋଇଯିବ । ଚୌକା ମାରିଲେ ଭିନ୍ନ ଭିନ୍ନ ରଙ୍ଗର ଫ୍ଲାସ୍ ଦେବା ଯିବ ଏବଂ ଛକା ମାରିଲେ ସ୍କ୍ରଲ୍ ହେବ । ଏହି ଷ୍ଟମ୍ପ ଇଣ୍ଟରନ୍ୟାସନାଲ ମ୍ୟାଚରେ ବ୍ୟବହାର ହେଲେ କ୍ରିକେଟର କଳେବର ପରିବର୍ତ୍ତନ ହେବ ବୋଲି ବିଶେଷଜ୍ଞ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.