ଦ୍ୱାଦଶ ଥର ପିତା ହେଲେ ଏଲନ ମସ୍କ, ଲୁଚାଇଥିଲେ ଖବର

Published By : Prameya-News7 Bureau | June 23, 2024 IST

ନୂଆଦିଲ୍ଲୀ ୨୩।୬: ବିଶ୍ୱର ସବୁଠୁ ଧନାଢ୍ୟ ବ୍ୟକ୍ତି ତଥା ଟେସ୍ଲା ମାଲିକ ଏଲନ ମସ୍କ ଦ୍ୱାଦଶବାର ପିତା ହୋଇଛନ୍ତି। ମିଡିଆ ରିପୋର୍ଟସ ଅନୁସାରେ ମସ୍କ ନ୍ୟୁରା ଲିଂକର ଶୀର୍ଷ ମ୍ୟାନେଜର ଶିଭୋନ ଜିଲିସଙ୍କ ସହାୟତାରେ ଏହି ନବଜାତକୁ ଭୂମିଷ୍ଟ କରିଛନ୍ତି। ତେବେ ଦମ୍ପତ୍ତି ଏହି ଖବର ସମସ୍ତଙ୍କୁ ଲୁଚାଇଥିଲେ। ଗଣମାଧ୍ୟମ ଏହି ଖବର ବାହାରକୁ ଆସିବାକୁ ନ ଦେବାରୁ ସାମ୍ବାଦିକମାନେ ଖବର ଉପରରୁ ପର୍ଦ୍ଦା ହଟାଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ମସ୍କ ୧୨ଟି ସନ୍ତାନର ଜନକ ପାଲଟିଛନ୍ତି। 

ବ୍ଲୁମ ବର୍ଗ ରିପୋର୍ଟରେ କୁହାଯାଇଛି ଯେ ଏହି ଶିଶୁର ଜନ୍ନ ଚଳିତବର୍ଷ ପ୍ରାରମ୍ଭରେ ହୋଇଥିଲା। ତେବେ ଜିଲିସ ପ୍ରସଙ୍ଗରେ କୌଣସି ମତମନ୍ତବ୍ୟ ଦେବାକୁ ମନା କରିଦେଇଥିବା ବେଳେ ପଚରା ଉଚରାର ମସ୍କ ଜବାବ ଦେଉ ନାହାନ୍ତି। ମସ୍କଙ୍କ ୧୨ ସନ୍ତାନଙ୍କ ମଧ୍ୟରୁ ୬ ଜଣ ଗତ ୫ ବର୍ଷରେ ଜନ୍ମ ହୋଇଛନ୍ତି। ଏଥିରୁ ୩ଟି ଗାୟିକା ଗ୍ରିମସ୍‌ଙ୍କ ସହିତ ହୋଇଥିବା ବେଳେ ଅନ୍ୟ ୩ଟିଙ୍କୁ ଶିଭୋନ ଜିଲିସଙ୍କ ସହିତ ଜନ୍ମ ଦେଇଛନ୍ତି। ଏଥିରେ ଏକ ଏପରି ପିଲା ବି ରହିଛି ଯାହା ସମ୍ପର୍କରେ ପ୍ରଥମେ କାହାକୁ ଜଣା ନଥିଲା।  

ତେବେ ବିଲିୟେନିୟର ପରିବାରର ଜନୈକ ନିକଟତମ ବ୍ୟକ୍ତି ନାମ ଲୁଚାଇ ମସ୍କ ପରିବାରର ନୂଆ ସଦସ୍ୟଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି। ତେବେ ପିଲାର ନାମ ଅଥବା ଲିଙ୍ଗ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ମସ୍କ ତାଙ୍କ ପିଲାଙ୍କ ସମ୍ପର୍କରେ କାହାରିକୁ ଲୁଚାନ୍ତି ନାହିଁ। କେବେ କେବେ ସେ ପିଲାମାନଙ୍କୁ ମଧ୍ୟ ଦେଖାନ୍ତି। ତେବେ ପିଲାମାନଙ୍କୁ ନେଇ ସେ କେଉଁଠି ଚର୍ଚ୍ଚା କରନ୍ତିନି। ମସ୍କଙ୍କ ଠାରୁ ଶିଭୋନ ଜିଲିସଙ୍କର ଏକ ଜମଜ ସନ୍ତାନ ମଧ୍ୟ ଅଛନ୍ତି ବୋଲି ଓବିଓଜେଡ ଡଟ୍ ୟୁଏ ଲେଖିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.