ବ୍ୟାଙ୍କ୍‌ରୁ ୧୬ କୋଟି ଟଙ୍କା ଠକେଇ ଅଭିଯୋଗ : ମହିଳାଙ୍କ ସମେତ ୬ ଜଣଙ୍କୁ ବାନ୍ଧିଲା EOW

Published By : Prameya-News7 Bureau | September 05, 2024 IST

BREAKING NEWS

ଭୁବନେଶ୍ବର ୫।୯: ଷ୍ଟେଟ୍‌ ବ୍ୟାଙ୍କର ବିଭିନ୍ନ ଶାଖାରୁ ୧୬ କୋଟି ଟଙ୍କା ଠକେଇ ଅଭିଯୋଗରେ ୬ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ୧୬ କୋଟି ୭୧ ଲକ୍ଷ ଟଙ୍କା ଋଣ ନେଇ ଭୁବନେଶ୍ୱରରେ ମିଛ ଅଫିସ କରି ଠକିନେଇଥିଲେ । ପଟିଆ, ରଘୁନାଥପୁର, ଝାରପଡ଼ା, ଜୟଦେବ ବିହାର ଏସ୍‌ବିଆଇ ବ୍ରାଞ୍ଚରେ ଠକିଥିଲେ । ୬ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । 

ପଟିଆ ଡିଏଲଏଫରେ ଘର ଭଡ଼ା ନେଇ ଫୋନ୍‌ ପେ’ ଅଫିସ୍ କରି ନିଜର କର୍ମଚାରୀ କହି ବ୍ୟାଙ୍କକୁ ଚୁନା ଲଗାଇଛନ୍ତି ।

ବ୍ୟାଙ୍କ ତଦନ୍ତ  କରିବା ପାଇଁ   ଯିବା ସମୟରେ ନିଜର ଫେକ୍ ଇ-ମେଲ୍, ଠିକଣା, ସାଲାରି ସ୍ଲିପ ପ୍ରସ୍ତୁତ କରିଥିଲେ । ଯାହାକୁ ଦେଖି ବ୍ୟାଙ୍କ ସହଜରେ ବିଶ୍ଵାସ କରି ଲୋନ୍ ଦେଇଥିଲେ । ଲୋନ୍ ନେବା ପରେ କେହି ନ ସୁଝିବାରୁ ଇଓଡବ୍ଲୁରେ ଅଭିଯୋଗ କରିଥିଲେ ବ୍ୟାଙ୍କ କର୍ମଚାରୀ

। ୧୬୧ ଜଣଙ୍କୁ ଫୋନ୍ ପେ’ କର୍ମଚାରୀ କହି ଠକେଇ କରିଥିଲେ । ଲୋକଙ୍କୁ ଏସ୍‌ବିଆଇ ବ୍ୟାଙ୍କରେ ଲୋନ୍ କରାଇଦେବ ପରେ  ୩୫ ପ୍ରତିଶତ ନେଇଥିଲେ ଠକ । ୬ ଜଣଙ୍କୁ ଗିରଫ କରିବା ପରେ ଅନ୍ୟ ଅଭିଯୁକ୍ତଙ୍କୁ ଖୋଜୁଛି ଇଓଡବ୍ଲୁ ।

You Can Read:

‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ ଯୋଜନା କାର୍ଯ୍ୟକାରୀ କରିବେ ରାଜ୍ୟ ସରକାର, ପ୍ରତି ପଞ୍ଚାୟତର ଗୋଟିଏ ଲେଖାଏଁ ବିଦ୍ୟାଳୟ ହେବ ଆଦର୍ଶ ବିଦ୍ୟାଳୟ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.