ଅଦିନିଆ ବର୍ଷାରେ ଧାନ ଓଦା ହୋଇଥିବାରୁ ଶୁଖାଇବାକୁ ଚାଷୀଙ୍କୁ ସମୟ ଦିଆଯିବ : ଯୋଗାଣ ମନ୍ତ୍ରୀ

Published By : Prameya-News7 Bureau | December 24, 2024 IST

ଭୁବନେଶ୍ବର ୨୪।୧୨: ପାଗ ଖରାପ ଯୋଗୁଁ ସବୁ ସ୍ଥାନରେ ମଣ୍ଡି ଖୋଲିନି । ଅଦିନିଆ ବର୍ଷାରେ କ୍ଷୟକ୍ଷତି ଆକଳନ କରାଯାଉଛି । ସରକାର ସତର୍କ ଅଛନ୍ତି, ସମସ୍ତଙ୍କୁ କ୍ଷତିପୂରଣ ମିଳିବ । ଅଦିନିଆ ବର୍ଷାରେ ଧାନ ଓଦା ହୋଇଥିବାରୁ  ଚାଷୀଙ୍କୁ ସମୟ ଦିଆଯିବ ଧାନ ଶୁଖେଇ FAQ ମାନର ଦେବା ପାଇଁ । ବର୍ଷାରେ ଓଦା ହୋଇଥିବାରୁ FAQ ମାନର ଧାନ ନଥିଲେ ବି ଆବଶ୍ୟକ ସ୍ଥଳେ ବିଚାରକୁ ନିଆଯିବ । ଏ ନେଇ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ସାଢେ଼ ୭ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ସରିଛି । ଦେଢ଼ ଲକ୍ଷ ଚାଷୀ ଧାନ ବିକିଥିବା ୨୧୦୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି । ୪୮ ଘଣ୍ଟା ଭିତରେ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି । ପ୍ରତ୍ୟେକ ଚାଷୀଙ୍କ ଠାରୁ ଧାନ କିଣାଯିବ । ଅଦିନିଆ ବର୍ଷା ପାଇଁ ଅନ୍ୟ ଜିଲ୍ଲାରେ ମଣ୍ଡି ଖୋଲିବା ବିଳମ୍ବ ହେବ । କିନ୍ତୁ ଟୋକନ ଲାପ୍ସ ହେଲେ ବି ଜିଲ୍ଲାପାଳ ମାନଙ୍କୁ ୧୫ ଦିନ ସମୟ ଦିଆଯାଇଛି । 

You Can Read:

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.