ଦିନେ ଏହିସବୁ ବ୍ରାଣ୍ଡ୍‌ ପାଇଁ ବିଶ୍ୱ ବିଜୟୀ ଥିଲା ବ୍ରିଟେନ୍, ଆଜି ଏଗୁଡ଼ିକୁ କିଣି ସାରିଛି ଭାରତ, ବ୍ରିଟେନ୍ କମ୍ପାନୀ କିଣିବାରେ ଟାଟା ଆଗରେ

Published By : Prameya-News7 Bureau | August 13, 2023 IST

ନୂଆଦିଲ୍ଲୀ: ଆଉ ମାତ୍ର ଦୁଇ ଦିନ ପରେ ଅଗଷ୍ଟ ୧୫। ଦେଶ ସ୍ୱାଧୀନତାର ୭୬ ବର୍ଷ ପୂରଣ ହେବ। ଦୀର୍ଘ ୨୦୦ ଶହରୁ ଉର୍ଦ୍ଧ୍ୱ ବ୍ରିଟିଶ ସରକାରଙ୍କ ଅତ୍ୟାଚାର ସହିବା ପରେ ଶେଷରେ ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ ଦେଶ ସ୍ୱାଧୀନତା ହେଇଥିଲା। ଇଷ୍ଟଇଣ୍ଡିଆ କମ୍ପାନୀ ବ୍ୟବସାୟ କରିବା ବାହାନାରେ ଆସି ଧୀରେ ଧୀରେ ସାରା ଭାରତକୁ କବ୍ଜା କରି ନେଇଗଲା। ଭାରତ ମାଟିରୁ ବିଟ୍ରିଶକୁ ତଡ଼ିବାକୁ ଶତାଧିକ ସମୟ ଲାଗିଗଲା। ସ୍ୱାଧୀନ ଦେଶର ସ୍ୱପ୍ନ ଦେଖିବା ପାଇଁ କେତେ ଯେ ବୀରଙ୍କ ଆଖି ମୁଦି ହେଇଯାଇଛି ତାର କୌଣସି ହିସାବ ନାହିଁ।

{"width":840,"height":527}
Premium AI Image | India Independence Day 15th August watercolor background  illustration banner

ଭାରତ ପଞ୍ଚମ ବୃହତ ଅର୍ଥନୀତିର ଦେଶ

ଗତ ୭୬ ବର୍ଷ ଭିତରେ ଭାରତ ସମସ୍ତ ଅତ୍ୟାଚାରୀ ଇତିହାସ ଭୁଲି ଆଗକୁ ବଢ଼ିଛି। ଆଜି ସାରା ବିଶ୍ୱରେ ଭାରତର ପରିଚୟ ଏକ ମଜଭୁତ ଦେଶର। ପଶ୍ଚିମଠାରୁ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ସମସ୍ତେ ଭାରତ ସହିତ ଭଲ ସମ୍ପର୍କ ରଖିବାକୁ ଆଗ୍ରହୀ, ସମସ୍ତେ ବ୍ୟବସାୟ କରିବାକୁ ଇଚ୍ଛୁକ। ଏକ ସ୍ୱାଧୀନ ଦେଶ ଭାବେ ଭାରତ ବର୍ତ୍ତମାନ ଏସିଆର ଦ୍ୱିତୀୟ ଓ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିର ଦେଶ।

Independence Day 2022: History, Significance, Celebration, and Facts on  75th Independence Day

କିଛି ଆକଳନରୁ ଜଣାପଡିଛି ଯେ ଭାରତ ପାଇଁ ଆଉ କିଛି ମାସ ପରେ ୪ ଟ୍ରିଲିୟନ ଅର୍ଥନୀତିର ଦେଶ ଭାବେ ଉଭା ହେବ। ବର୍ତ୍ତମାନ ଫ୍ରାନ୍ସ ଏବଂ ବ୍ରିଟେନକୁ ଭଳି ଶକ୍ତିଶାଳୀ ଦେଶକୁ ପଛରେ ପକାଇ ଭାରତ ପଞ୍ଚମ ବୃହତ ଅର୍ଥନୀତିର ଦେଶ ହୋଇଛି। ଖୁବ୍ ଶୀଘ୍ର ୟୁରୋପର ବୃହତ୍ତମ ଅର୍ଥନୈତିକ ଦେଶ ଜର୍ମାନୀକୁ ବି ପଛରେ ପକାଇବ ଇଣ୍ଡିଆ।

ଭାରତର କର୍ପୋରେଟ ଦିଗ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ବ୍ରିଟେନ୍‌ ଏକାଧିକ କମ୍ପାନୀ ଆଜି ଭାରତୀୟ କମ୍ପାନୀମାନେ କିଣି ନେଇଛନ୍ତି। ଟାଟା ଗ୍ରୁପ୍ ଠାରୁ ରିଲାଏନ୍ସ ଗ୍ରୁପ୍ ଏବଂ ମହିନ୍ଦ୍ରା ଓ ଆଇଚର୍ ଭଳି ଭାରତୀୟ କମ୍ପନୀମାନେ ଅନେକ ଆଇକନ୍ ବ୍ରିଟିଶ୍ ବ୍ରାଣ୍ଡ୍ କିଣି ସେମାନଙ୍କୁ ଭାରତୀୟ କମ୍ପାନୀରେ ପରିଣତ କରିଛନ୍ତି। ସବୁଠାରୁ ବଡ଼ କଥା ହେଲା ଯେଉଁ ଇଷ୍ଟ ଇଣ୍ଡିଆ କମ୍ପାନୀ ଦିନେ ଭାରତକୁ କବ୍‌ଜା କରିଥିଲା ଆଜି ତାର ମାଲିକ ବି ଜଣେ ମୂଳ ଭାରତୀୟ।

{"width":839,"height":600}
East India Company | Definition, History, & Facts | Britannica Money
ଇଷ୍ଟ ଇଣ୍ଡିଆ କମ୍ପାନୀ ଗ୍ରାଫିକ ଫଟୋ ଚିତ୍ର

ଆଜି ଯେତେବେଳେ ଭାରତ ତାର ୭୭ ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି, ଆସନ୍ତୁ ଆମେ ଆପଣଙ୍କୁ କିଛି ବ୍ରିଟିଶ କମ୍ପାନୀ ବିଷୟରେ କହିବୁ, ଯେଉଁମାନେ ଦିନେ ଗୋରା ସରକାରର ଧ୍ୱଜାବାହକ ଥିଲେ, ବ୍ରିଟେନ୍‌ର ପ୍ରତିଷ୍ଠା ବଢ଼ାଇଥିଲେ, ଆଜି ସେମାନେ କିଭଳି ଭାରତୀୟ କମ୍ପାନୀ ଅଧିନରେ ରହିଛନ୍ତି। ସେମାନଙ୍କର ମାଲିକ ଜଣେ ଜଣେ ଭାରତୀୟ।

संजीव मेहता: भारत का वह बिज़नेसमैन जिसने ईस्ट इंडिया कम्पनी को मात्र 20  मिनट में खरीद लिया था
ସଞ୍ଜୀବ ମହେତା

ଇଷ୍ଟ ଇଣ୍ଡିଆ କମ୍ପାନୀ: କାହାଣୀ ଆରମ୍ଭ ହେଉଛି କୁଖ୍ୟାତ ଇଷ୍ଟ ଇଣ୍ଡିଆ କମ୍ପାନୀ ଠାରୁ। ୧୮୫୭ ର ବିପ୍ଳବ ପୂର୍ବରୁ ଭାରତ ଏହି ବ୍ରିଟେନ କମ୍ପାନୀ ଦ୍ୱାରା ଶାସିତ ହେଉଥିଲା। ସେହି ସମୟରେ କମ୍ପାନୀର ନିଜସ୍ୱ ସେନା ଥିଲା। ହାତରେ ଭାରତ ପରି ବଡ ଦେଶର ଶାସନ ଡୋର ଓ ସମୁଦ୍ର ଉପରେ ଏକଛତ୍ରବାଦ ଶାସନ ପାଇଁ କମ୍ପାନୀ ବଳଶାଳୀ ହୋଇ ଉଠିଥିଲା। ହେଲେ ନିୟତି ପୃଷ୍ଠା ଓଲଟାଇଛି। ଆଜି ତାହା ଇତିହାସ ପାଲଟିଯାଇଛି। ଯେଉଁ କମ୍ପାନୀ ଦିନେ ଭାରତରେ ଶାସନ କରୁଥିଲା ଆଜି ତାର ମାଲିକ ଜଣେ ମୂଳ ଭାରତୀୟ। ମୂଳ ଭାରତୀୟ ସଞ୍ଜୀବ ମେହେତା ଇଷ୍ଟ ଇଣ୍ଡିଆ କମ୍ପାନୀକୁ କିଣି ଏକ ଇ-କମର୍ସ କମ୍ପାନୀରେ ପରିଣତ କରି ଦେଇଛନ୍ତି।

Jaguar Land Rover sales recover 13.1% Quarter-on-Quarter; China sales  growing year-on-year

ଜାଗୁଆର ଲ୍ୟାଣ୍ଡ ରୋଭର- ବ୍ରିଟେନର ଆଇକନିକ ବିଳାସପୂର୍ଣ୍ଣ କାର ବ୍ରାଣ୍ଡ ମଧ୍ୟରୁ ଏହା ଅନ୍ୟତମ। ୟୁରୋପ ଏବଂ ଚୀନ୍ ଭଳି ବଜାରରେ ଜାଗୁଆର ଏବଂ ଲ୍ୟାଣ୍ଡ ରୋଭର କାରର ଭଲ ବିକ୍ରି ହେଉଛି | ଏହି କମ୍ପାନୀ ଆର୍ଥିକ ସମସ୍ୟାରେ ପଡ଼ିବା ଦେବାଳିଆ ସ୍ତରକୁ ଚାଲିଯାଇଥିଲା। ଏହାକୁ ପ୍ରଥମେ ଆମେରିକୀୟ କମ୍ପାନୀ ଫୋର୍ଡ କିଣିଥିଲା। କିନ୍ତୁ ସେ ମଧ୍ୟ ସମ୍ଭାଳି ପାରିଲା ନାହିଁ। ଶେଷରେ ୨୦୦୮ରେ ଟାଟା ଜାଗୁଆରକୁ କିଣି ନେଇଥିଲା।

Tetley Black Tea-100 BAG | India Ayurveda Online

ଟେଟଲି ଟି- ବ୍ରିଟିଶ ବ୍ରାଣ୍ଡ୍ କିଣିବାରେ ଟାଟା ଗ୍ରୁପ୍ ସବୁଠାରୁ ଆଗରେ ଅଛି। ଏକାଧିକ ବ୍ରିଟିଶ କମ୍ପାନୀ କିଣିଛି ଟାଟା। ସେଥିମଧ୍ୟରୁ ‘ଟେଟଲି ଟି’ ମଧ୍ୟ ଗୋଟେ। ବ୍ରିଟେନ ଏବଂ କାନାଡା ଭଳି ଅନେକ ବଜାରରେ ଟେଟଲି ଚା ବର୍ତ୍ତମାନ ସର୍ବାଧିକ ବିକ୍ରି ହେଉଥିବା ଚା ବ୍ରାଣ୍ଡ।, ଏହାର ଇତିହାସ ୨୦୦ ବର୍ଷରୁ ବି ଅଧିକ ପୁରୁଣା। କିନ୍ତୁ ବର୍ତ୍ତମାନ ଏହାର ମାଲିକ ଟାଟା ଗ୍ରୁପ। ଟାଟା କଞ୍ଜ୍ୟୁମର ପ୍ରଡକ୍ଟ  ଲିମିଟେଡର ଏକ ଅଂଶ।

ଦିଲିଜେଣ୍ଟା(Diligenta)- ଏହା ବ୍ରିଟେନ ଆଇଟି ଇଣ୍ଡଷ୍ଟ୍ରିର ଆଗଧାଡ଼ିର କମ୍ପାନୀ ଥିଲା। ହେଲେ ବର୍ତ୍ତମାନ ଏହାକୁ ଟାଟା ଗ୍ରୁପ୍‌ର ଟିସିଏସ୍ କିଣିନେଇଛି। ବର୍ତ୍ତମାନ ଏହା ଭାରତର ବୃହତ୍ତମ ଆଇଟି କମ୍ପାନୀ ଟିସିଏସ୍ର ଏକ ସହାୟକ କମ୍ପାନୀ ଭାବରେ କାର୍ଯ୍ୟ କରୁଛି। ଏହା ଆମେରିକା ଏବଂ ୟୁରୋପ ଭଳି ବଜାରରେ ରିଟେଲ ଓ ବ୍ୟାଙ୍କିଙ୍ଗ-ଫାଇନାନ୍ସ କ୍ଷେତ୍ର ପର୍ଯ୍ୟନ୍ତ IT ସେବା ଯୋଗାଉଛି।

{"width":840,"height":504}
Steelmaker Corus to cut another 2,000 jobs | ExecReview

କୋରୋସ ଗ୍ରୁପ- ଦିନେ ବ୍ରିଟେନ୍‌ରେ ଅଗ୍ରଣୀ ଷ୍ଟିଲ୍ ଇଣ୍ଡଷ୍ଟ୍ରି ଥିଲା କୋରୋସ ଗ୍ରୁପ୍‌। ହେଲେ ୨୦୦୭ରେ ଟାଟା ଷ୍ଟିଲ୍ ଏହାକୁ କିଣି ନେଲା। ଏବେ ଏହାର ନାମ ଟାଟା ଷ୍ଟିଲ ୟୁରୋପ ହୋଇଯାଇଛି। ଏହା ଟାଟା ଷ୍ଟିଲର ଏକ ୟୁରୋପୀୟ ସହାୟକ କମ୍ପାନୀ ଭାବରେ କାର୍ଯ୍ୟ କରୁଛି।

ରୟାଲ ଏନ୍‌ଫିଲ୍ଡ-​ ରୟାଲ୍ ଏନ୍‌ଫିଲ୍ଡର ନାଁ କିଏ ନ ଜାଣିଛି। ଆଜି ଭାରତରେ ଏହି ବାଇକ୍‌ର ଲୋକପ୍ରିୟତା ସବୁଠାରୁ ଆଗରେ ରହିଛି। ଭାରତରେ ଏହାର ବିକ୍ରି ଅଧିକ ହେଉଛି। ୧୯୦୧ ରେ ଆରମ୍ଭ ହୋଇଥିବା ଏହି ବ୍ରିଟିଶ କମ୍ପାନୀକୁ ୧୯୯୪ରେ ଭାରତୀୟ ଅଟୋମୋବଇଲ୍ କମ୍ପାନୀ ଆଇଚର୍ ମୋଟର୍ସ କିଣି ନେଇଥିଲା।

{"width":840,"height":504}
Big shock to Royal Enfield! Sales down by 22%, Eicher Motors gains Rs 573  crore | Royal Enfield को बड़ा झटका ! बिक्री 22% तक घटी, वहीं Eicher Motors  को 573 करोड़ का फायदा | Hari Bhoomi

ବିଏସ୍‌ଏ ମୋଟର ସାଇକେଲ- ଅନ୍ୟ ଏକ କ୍ଲାସିକ୍ ମୋଟରସାଇକେଲ୍ ବ୍ରାଣ୍ଡ ହେଉଛି ବିଏସ୍‌ଏ। ବ୍ରିଟେନ୍‌ର ବର୍ମିଂହାମ ସ୍ମଲ ଆର୍ମ  କମ୍ପାନୀ ଭାବରେ ଏହାର ଆରମ୍ଭ ହୋଇଥିଲା। ହେଲେ ୨୦୧୬ରେ ଏହି କମ୍ପାନୀ ଭାରତର ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଏକ ଅଂଶ।

ହେମ୍‌ଲେଜ୍(Hamleys)- ଆଇକନିକ ବ୍ରିଟିଶ ବ୍ରାଣ୍ଡଗୁଡ଼ିକୁ କିଣିବାରେ ଭାରତର ସବୁଠାରୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ମଧ୍ୟରେ  ପଛରେ ନାହାଁନ୍ତି। ହାମଲେସ୍‌ ଏକ ଦାମି ଖେଳନା ପ୍ରସ୍ତୁତକାରୀ କମ୍ପାନୀ। ଏହି କମ୍ପାନୀ କେବଳ ଭାରତ ଏବଂ ଚାଇନାରେ ନୁହେଁ, ଆମେରିକା ଏବଂ ବ୍ରିଟେନ ପରି ବିକଶିତ ବଜାରରେ ମଧ୍ୟ ପ୍ରିମିୟମ ସେଗମେଣ୍ଟ ଉପରେ ଏହି କମ୍ପାନୀର ପ୍ରାଧାନ୍ୟ ରହିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏହାକୁ ୨୦୧୯ ରେ କିଣିଥିଲା।।

{"width":839,"height":572}
Mukesh Ambani buys world's oldest toy shop Hamleys: 7 facts you probably  don't know - BusinessToday

ଓପ୍ଟେୟର(Optare)- ଓପ୍ଟେୟର ହେଉଛି ଇଲେକ୍ଟ୍ରିକ୍ ବସ୍ ତିଆରି କରୁଥିବା ବ୍ରିଟିଶ କମ୍ପାନୀ। ଏହି କମ୍ପାନୀ ସିଙ୍ଗଲ୍ ଡେକର୍ ଠାରୁ ଡବଲ୍ ଡେକର୍ ଏବଂ ଟୁରିଷ୍ଟ ଏବଂ ବିଳାସପୂର୍ଣ୍ଣ ପର୍ଯ୍ୟନ୍ତ ସମସ୍ତ ବିଭାଗରେ ଇଲେକ୍ଟ୍ରିକ୍ ବସ୍ ତିଆରି କରୁଛି। ବର୍ତ୍ତମାନ ଏହି କମ୍ପାନୀ ଭାରତର ସବୁଠାରୁ ବଡ କମର୍ସିଆଲ୍ ଭେଇକଲ କମ୍ପାନୀ ଅଶୋକ ଲେଲାଣ୍ଡର ଏକ ଅଂଶ। ଅଶୋକ ଲେଲାଣ୍ଡର ପେରେଣ୍ଟାଲ କମ୍ପାନୀ ହିନ୍ଦୁଜା ଗ୍ରୁପ୍ ମଧ୍ୟ ଲଣ୍ଡନର ସବୁଠାରୁ ଅଧିକ ସମ୍ପତ୍ତିର ମାଲିକ। ସେ ମଧ୍ୟ ବ୍ରିଟେନର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାରେ -୧ ନମ୍ବରରେ ଅଛନ୍ତି।

ଇମ୍ପେରିଆଲ ଏନର୍ଜୀ-ଭାରତ ସରକାରଙ୍କ ସରକାରୀ କମ୍ପାନୀ ONGC ବିଦେଶରେ ବ୍ୟବସାୟ ବିସ୍ତାର କରୁଛି। ତେଣୁ ବ୍ରିଟେନର ଏହି ପୁରୁଣା ପେଟ୍ରୋଲିୟମ କମ୍ପାନୀ ବର୍ତ୍ତମାନ ONGC ଏକ ଅଂଶ ଭାବେ କାମ କରୁଛି। ଇମ୍ପେରିଆଲ ଏନର୍ଜୀ ବର୍ତ୍ତମାନ ସାଇବେରିଆ ଅଞ୍ଚଳର ସବୁଠାରୁ ବଡ ତୈଳ କମ୍ପାନୀ।

wp:heading {"level":1}

 

/wp:heading
Imperial Oil - Wikipedia

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.