ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟିରେ ଚାଷୀଙ୍କୁ ଉପେକ୍ଷା, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀଙ୍କ ହଙ୍ଗାମା

Published By : Prameya-News7 Bureau | November 19, 2024 IST

ସୁବର୍ଣ୍ଣପୁର ୧୯।୧୧: ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟିରେ ଚାଷୀଙ୍କୁ ଉପେକ୍ଷା । ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ହଙ୍ଗାମା କଲେ ଚାଷୀ । ସୁବର୍ଣ୍ଣପୁର ଜିଲ୍ଲା ସ୍ତରୀୟ ଧାନ କ୍ରୟ କମିଟି ବୈଠକ ଚାଲିଥିବା ବେଳେ ବାହାରେ ଚାଷୀ ସଂଗଠନ ପକ୍ଷରୁ ହୋହଲ୍ଲା କରାଯାଇଛି । ବୈଠକରେ ବଲାଙ୍ଗିର ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂଦେଓ, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ବୀରମହାରାଜପୁର ବିଧାୟକ ରଘୁନାଥ ଜଗଦଲା ପ୍ରମୁଖଙ୍କ ସହ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ସାମିଲ ହୋଇଥିଲେ । ବୈଠକକୁ ପୂର୍ବରୁ କାହାକୁ ଡକାଯାଇନଥିବା ବେଳେ ସାମ୍ବାଦିକ ମାନଙ୍କୁ ମଧ୍ୟ ସୂଚନା ଦିଆଯାଇ ନାହିଁ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ତେବେ ବାହାରେ ହୋହଲ୍ଲା କରୁଥିବା ଚାଷୀ ସଂଗଠନର କର୍ମକର୍ତ୍ତା ମାନଙ୍କୁ ପୋଲିସ ଜୋର ଜବରଦସ୍ତି ଉଠାଇ ନେଇଥିଲେ । ପରେ ଧାନ କ୍ରୟ କମିଟିରେ ଧାନ କ୍ରୟ ପାଇଁ କୌଣସି ତାରିଖ ଧାର୍ଯ୍ୟ ହୋଇନଥିବା ଜଣାପଡ଼ିଛି ।

You Can Read:

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ : ୨୧ ସୁଦ୍ଧା ଘୂର୍ଣ୍ଣିବଳୟ, ୨୩ରେ ଲଘୁଚାପ ରୂପ ନେବା ସମ୍ଭାବନା

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.