କେନ୍ଦୁଝର ୧।୩: କେନ୍ଦୁଝରରେ ନାବାଳିକା ଦୁଷ୍କର୍ମକାରୀ ବାପା-ପୁଅକୁ ଜେଲ୍ । ବାପାକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଓ ପୁଅକୁ ୨୫ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୨୦ ହଜାର ଟଙ୍କା ଜରିମାନା ସଜା ଶୁଣାଇଲେ ସ୍ଵତନ୍ତ୍ର ପୋସ୍କୋ କୋର୍ଟ । ଏହାସହ ପୀଡିତାକୁ ୬ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ଆଦେଶ ଦେଲେ କୋର୍ଟ । ୨୦୨୨ ମସିହାରେ ସଦର ଥାନା ଅଞ୍ଚଳର ଘଟଣା । ୧୮ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୨୧ ମସିହା ଅକ୍ଟୋବର ୨୬ ତାରିଖରେ ବାଂଶପାଳ ବଜାରରୁ ନାବାଳିକା ଜଣଙ୍କ ଫେରୁଥିବା ସମୟରେ ବୁବୁଲୁ ସେଠୀ ତା ସାଙ୍ଗମାନଙ୍କ ସହ ଏକ ବୋଲେରୋରେ ଉଠାଇ ନେଇଥିଲା । ପରେ ନାବାଳିକାଙ୍କୁ କିଛି ଜଣ ଉଦ୍ଧାର କରିଥିଲେ । ହେଲେ କିଛି ଦିନ ପରେ ପୁଣି ବୁବୁଲର ପରିବାର ଲୋକେ ପୁଣି ଯାଇ ନାବାଳିକାଙ୍କୁ ତାଙ୍କ ଘରୁ ଉଠାଇ ଆଣିଥିଲେ । ତାଙ୍କୁ ବିଭିନ୍ନ ସ୍ଥାନରେ ରଖିବା ସହ ବୁବୁଲ ତା ସହ ଜୋରଜବରଦସ୍ତ ଶାରିରୀକ ସମ୍ପର୍କ ରଖିଥିଲା । ଏପରିକି ତା ବାପା ମଧ୍ୟ ନାବାଳିକାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ ବୋଲି ସରକାରୀ ଓକିଲ ସୂଚନା ଦେଇଛନ୍ତି ।
You Can Read :
wp:embed {"url":"https://www.prameyanews7.com/1152-new-lecturers-officers-and-staff-joined-the-state-government/","type":"wp-embed","providerNameSlug":"prameya-news-7"} /wp:embed