କୋଚିଂ ସଂସ୍ଥା FIITJEE ବିରୋଧରେ ମାମଲା ରୁଜୁ: ସଂସ୍ଥା କହିଲା, ବନ୍ଦ ଅସ୍ଥାୟୀ, ଶୀଘ୍ର ସମାଧାନ ହେବ

Published By : Prameya-News7 Bureau | January 25, 2025 IST

indiatoday

ନୂଆଦିଲ୍ଲୀ: ଦେଶର ଲୋକପ୍ରିୟ କୋଚିଂ ସଂସ୍ଥା FIITJEE ଗତ ସପ୍ତାହରେ ବିଭିନ୍ନ ସହରର ଥିବା ତାର କୋଚିଂ ସେଣ୍ଟର ବନ୍ଦ କରିଦେଇଛି। ବୋର୍ଡ ଏବଂ ପ୍ରବେଶିକା ପରୀକ୍ଷା ଥିବା ବେଳେ ନୋଏଡା, ଗାଜିଆବାଦ, ଭୋପାଳ, ବାରାଣସୀ, ଦିଲ୍ଲୀ ଏବଂ ପାଟନା ଭଳି ଅନେକ ସହରରେ FIITJEEକୋଚିଂ ସେଣ୍ଟର ବନ୍ଦ କରିଦେବା ଶହ ଶହ ଅଭିଭାବକ ଦ୍ୱନ୍ଦ୍ୱ ଏବଂ ଚିନ୍ତାରେ ପକାଇଛି। 

ଏହାକୁ ଦେଖି ଫିଟ୍‌ ଜେଇଇ ପକ୍ଷରୁ ଏକ ସ୍ପଷ୍ଟିକରଣ ଜାରି କରାଯାଇଛି। ଆମେ କୋଚିଂ ସେଣ୍ଟର ବନ୍ଦ କରି ନାହୁଁ ବରଂ ଏହାର ପରିଚାଳନାରେ ଥିବା ଅଂଶୀଦାରମାନେ ଅସ୍ଥାୟୀ   ଭାବେ ଏହି ଏହି ନିଷ୍ପତ୍ତି ନେଇଛନ୍ତି ବୋଲି FIITJEE ପକ୍ଷରୁ କୁହାଯାଇଛି। 

କୋଚିଂ ସେଣ୍ଟର ବନ୍ଦ ହେବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକମଙ୍କ ମଧ୍ୟରେ ଅଶନ୍ତୋଷ ଦେଖା ଦେଇଥିଲା। ସିଲାବସ ନ ସାରି କୋଚିଂ ସେଣ୍ଟର ବନ୍ଦ କରିଦେଇଥିବାରୁ ଅଭିଭାବକମାନେ ତୁରନ୍ତ ଫିସ୍ ଫେରସ୍ତ ଦେବାକୁ ଦାବି କରିଥିଲେ। ଏହାପରେ FIITJEE ପିକ୍ଷରୁ ବିବୃତ୍ତି ଜାରି କରି ପିଲାମାନଙ୍କୁ ପାଠ ପଢ଼ା ଜାରି ରଖିବାକୁ ପରାମର୍ଶ ଦିଆଯାଇଛି। ତା’ ସହିତ ଏହି ମାମଲାକୁ ଗମ୍ଭୀରତାର ସହ ନେଇ ଶୀଘ୍ର ସମାଧାନ କରିବାକୁ ପ୍ରୟାସ ଜାରି ରହିଛି ବୋଲି କୋଚିଂ ସଂସ୍ଥା କହିଛି। 

ଗ୍ରେଟର ନୋଏଡାର ବାସିନ୍ଦା ସତସଙ୍ଗ କୁମାରଙ୍କ ଅଭିଯୋଗ ନେଇ ନୋଏଡା ପୋଲିସ ମୁଖପାତ୍ର କହିଛନ୍ତି ଯେ ସେକ୍ଟର-୬୨, ନୋଏଡାରେ ଥିବା କୋଚିଂ ସେଣ୍ଟରକୁ ମଙ୍ଗଳବାର ପର୍ଯ୍ୟନ୍ତ ଖୋଲା ରଖିଥିଲା। କିନ୍ତୁ ନିର୍ଦ୍ଧାରିତ ସମୟର ଘଣ୍ଟାକ ପୂର୍ବରୁ ଏହାକୁ  ବନ୍ଦ କରି ଦିଆଯାଇଥିଲା।

ଜାନୁଆରୀ ୨୪ ତାରିଖରେ ଏହି କୋଚିଂ ସଂସ୍ଥା ବିରୋଧରେ ଛାତ୍ର ଏବଂ ଅଭିଭାବକମାନେ ଅଭିଯୋଗ କରିଥିଲେ। ସେମାନେ କହିଥିଲେ ଯେ ଦିଲ୍ଲୀ-ଏନସିଆରରେ ଅନେକ FIITJEE କୋଚିଂ କେନ୍ଦ୍ରରେ ଅପ୍ରତ୍ୟାଶିତ ଭାବରେ ବନ୍ଦ ହୋଇଯାଇଛି। ଏବଂ ଅନେକ ଶିକ୍ଷକ ମାସ ମାସ ଧରି ଦରମା ନଦେବା ଯୋଗୁ ଇସ୍ତଫା ଦେଇଛନ୍ତି। ଉକ୍ତ ଅଞ୍ଚଳରେ FIITJEE ର ଅନେକ କେନ୍ଦ୍ର ବନ୍ଦ ହେବା ପରେ କୋଚିଂ ପ୍ରତିଷ୍ଠାନର ଛାତ୍ରମାନଙ୍କ ଅଭିଭାବକଙ୍କ ଅଭିଯୋଗ କ୍ରମେ ଏହାର ମାଲିକ ଏବଂ ଅନ୍ୟ ୧୧ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇଛି ଶନିବାର ଦିଲ୍ଲୀ ପୁଲିସ ସୂଚନା ଦେଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.