ନୂଆଦିଲ୍ଲୀ ୧୧।୧୧: ୟଙ୍ଗ୍ ଜେନେରେସନରେ ପାଦ ଦେବାକୁ ଯାଉଛି ଟିମ୍ ଇଣ୍ଡିଆ । ଅନେକ ପ୍ଲେୟର ହେବେ ବିଦା । କିଛି ନୂଆ ମୁହଁ ସାମ୍ନାକୁ ଆସିବେ । ଦେଖିବାକୁ ମିଳିବ ଅନେକ ଦିଗ୍ଗଜଙ୍କ ବିକଳ୍ପ । ଖାସ୍ କରି ଟିମ୍ ଇଣ୍ଡିଆର ଆଗାମୀ ଓପନିଂ ପ୍ଲେୟରଙ୍କୁ ନେଇ ଥମିବ ଚର୍ଚ୍ଚା । ଅନେକ ସମୟରୁ ରୋହିତଙ୍କ ଉତ୍ତରାଧିକାରୀଙ୍କୁ ନେଇ ହେଉଥିଲା ଆଲୋଚନା । ଏବେ ମିଳିଛି ଏହାର ଉତ୍ତର... ଜଣେ ନୂଆ ପ୍ଲେୟର ନେବେ ହିଟ୍ ମ୍ୟାନଙ୍କ ସ୍ଥାନ । ତେବେ କିଏ ସେହି ପ୍ଲେୟର ?
ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ବର୍ତ୍ତମାନ ତାଙ୍କୁ ହୋଇଛି ୩୭ ବର୍ଷ ବୟସ । ସେ ଅନ୍ତର୍ଜାତୀୟ ଟି -୨୦ ରୁ ଅବସର ଘୋଷଣା କରିସାରିଛନ୍ତି । କେବଳ ସେ ଟେଷ୍ଟ ଏବଂ ODI ଖେଳୁଛନ୍ତି । ରୋହିତ ଶର୍ମା ୨୦୨୭ ODI ବିଶ୍ୱକପ ପର୍ଯ୍ୟନ୍ତ ଖେଳିବାକୁ ଥିବା ଜଣାପଡ଼ିଛି । ୨୦୨୭ ODI ବିଶ୍ୱକପ୍କୁ ଆଉ ବାକି ଅଛି ୩ ବର୍ଷ । କିନ୍ତୁ ରୋହିତ ଶର୍ମା ଆସନ୍ତା ବର୍ଷର ଚାମ୍ପିଅନ୍ସ ଟ୍ରଫି ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ରହିବେ ଅଧିନାୟକ ।
ଏହାପରେ, ଦଳରେ ରୋହିତଙ୍କ ଅବ୍ୟାହତି ତାଙ୍କ ଫର୍ମ ଏବଂ ଫିଟନେସ୍ ଉପରେ ନିର୍ଭର କରେ । ବର୍ତ୍ତମାନ ସମୟରେ ରୋହିତ ଶର୍ମା ଖରାପ ପ୍ରଦର୍ଶନ ସହ ସଂଘର୍ଷ କରୁଛନ୍ତି । ଏପରି ଫର୍ମ ଯଦି ଚାମ୍ପିଅନ୍ସ ଟ୍ରଫି ପର୍ଯ୍ୟନ୍ତ ଜାରି ରହେ ତେବେ ତାଙ୍କ ପକ୍ଷେ ୨୦୨୭ ODI ବିଶ୍ୱକପ ପର୍ଯ୍ୟନ୍ତ ଖେଳିବା କଷ୍ଟକର ହେବ ।
ରୋହିତଙ୍କ କ୍ରିକେଟରୁ ବିଦାୟ ପରେ ଓପନିଂ ପାଇଁ ଏକ ବଡ ବିକଳ୍ପ ହେଉଛନ୍ତି ଶୁଭମାନ ଗିଲ୍ । କିନ୍ତୁ ଗିଲ୍ ବର୍ତ୍ତମାନ ଖରାପ ପ୍ରଦର୍ଶନ ସହିତ ସଂଘର୍ଷ କରୁଛନ୍ତି । ସ୍ପିନ୍ ଟ୍ରାକରେ ଖେଳିବାକୁ ମଧ୍ୟ ସେ ଅସମର୍ଥ । ଗିଲ୍ କେବଳ ଫ୍ଲାଟ ପିଚରେ କରୁଛନ୍ତି ରନ୍ ସ୍କୋର । ରୋହିତଙ୍କ ଉତ୍ତରାଧିକାରୀ ହେବାକୁ ଯାଉଛନ୍ତି ସଞ୍ଜୁ ସାମସନ୍ । ସେ ବର୍ତ୍ତମାନ ଦମଦାର୍ ପ୍ରଦର୍ଶନ କରୁଛନ୍ତି । ସେ ବ୍ୟାକ୍-ଟୁ-ବ୍ୟାକ୍ ଲଗାଇଛନ୍ତି ୨ଟି ଶତକ । କେରଳର ଏହି ବ୍ୟାଟର ରୋହିତଙ୍କୁ କରିପାରନ୍ତି ରିପ୍ଲେସ ।
ଗୌତମ ଗମ୍ଭୀର କୋଚ୍ ହେବା ପରେ ସଞ୍ଜୁ ସାମସନଙ୍କୁ ଓପନର୍ ଭାବରେ ଦେଇଥିଲେ ପଦୋନ୍ନତି । ସେ ଶ୍ରୀଲଙ୍କା ବିପକ୍ଷ ଟି -୨୦ ସିରିଜରେ ବିଫଳ ହୋଇଥିଲେ । କିନ୍ତୁ ବାଂଲାଦେଶ ବିପକ୍ଷ ସିରିଜରେ ପ୍ରଥମ ଦୁଇଟି ମ୍ୟାଚରେ ହୋଇଥିଲେ ବିଫଳ । କିନ୍ତୁ ତୃତୀୟ ଟି-୨୦ରୁ ସଞ୍ଜୁ ସାମସନ ଦେଖାଇଥିଲେ ଜଲୱା । ବାଂଲାଦେଶ ବିପକ୍ଷ ତୃତୀୟ ଟି-୨୦ରେ ଶତକ ହାସଲ କରିଥିଲେ । ଏହାପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ହାସଲ କରିଛନ୍ତି ଦ୍ବିତୀୟ ଶତକ । ସେ ପ୍ରଥମ ଭାରତୀୟ ଖେଳାଳି ଭାବରେ ଟି -୨୦ ଇଣ୍ଟରନ୍ୟାସନାଲରେ ବ୍ୟାକ୍-ଟୁ-ବ୍ୟାକ୍ ସ୍କୋର କରିଥିଲେ ।
ରୋହିତ ଶର୍ମାଙ୍କ ପରି ସଞ୍ଜୁ ମଧ୍ୟ ଜବରଦସ୍ତ ହିଟ୍ କରିପାରିବେ । ଗିଲଙ୍କ ଅପେକ୍ଷା ସଞ୍ଜୁ ସାମସନଙ୍କ ବ୍ୟାଟିଂ ରୋହିତ ଶର୍ମାଙ୍କ ବ୍ୟାଟିଂର ହୋଇଛି ନିକଟତର । ତେବେ ଚର୍ଚ୍ଚା ହେଉଛି କି ରୋହିତ ଶର୍ମାଙ୍କ ଅବସର ପରେ ସଞ୍ଜୁ ଟିମ୍ ଇଣ୍ଡିଆ ପାଇଁ ଓପନିଂ କରିବେ । ଏଥିପାଇଁ କୁହାଯାଉଛି କି କ୍ରିକେଟ୍ ରେ ରୋହିତ ଶର୍ମାଙ୍କ ଉତ୍ତରାଧିକାରୀ ହେଉଛନ୍ତି ସଞ୍ଜୁ ସାମସନ୍।